ଦିନେ ଥିଲେ DTP Operator, କିନ୍ତୁ ଏମିତି କଣ ହେଲା କି ହଠାତ ରାତାରାତି ସେ ହୋଇଗଲେ କୋଟିପତି !

ବନ୍ଧୁଗଣ, ଜଣେ ଯୁବକ ଦିନେ ଥିଲେ ଡାଟା ଏଣ୍ଟ୍ରି ଅପରେଟର । କମ୍ପ୍ୟୁଟର ରେ DTP କରି ମାସକୁ ପାଉଥିଲେ ୮ ହଜାର ଟଙ୍କା ଦରମା । କିନ୍ତୁ ବର୍ତ୍ତମାନ ଖୋଲିଗଲା ତାଙ୍କ ଭାଗ୍ୟ ରାତାରାତି ସେ ହୋଇଗଲେ କୋଟିପତି । ମାତ୍ର ମନରେ ଗର୍ବ ନ କରି ସେ ଭଗବାନ ଙ୍କ ଉପରେ ଭରସା କଲେ । ସେ ଜିତିଥିବା କୋଟି କୋଟି ଟଙ୍କାରୁ ମନ୍ଦିରକୁ ଦାନ କଲେ ଲକ୍ଷ ଲକ୍ଷ ଟଙ୍କା । ଏହି ଘଟଣା ଟି ହେଉଅଛି ମଧ୍ୟ ପ୍ରଦେଶ ର ।

ମାତ୍ର ଗୋଟିଏ ଦିନରେ ଖୋଲି ଯାଇଅଛି ଏହି ଯୁବକଙ୍କ ଭାଗ୍ୟ । ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ । ସାଧାରଣତ କୁହାଯାଇଅଛି ଯେ ଯେତେବେଳେ ଉପରବାଲା ଦେଇଥାଏ ସେତେବେଳେ ଛପର ଫାଡି ଦେଇଥାଏ । ମଧ୍ୟ ପ୍ରଦେଶ ଙ୍କ କୃଷ୍ଣପାଳ ଙ୍କ କ୍ଷେତ୍ରରେ ଏହା ଦେ ଖିବାକୁ ମିଳିଅଛି । ଘର ପାଖ କମ୍ୟୁନିଟି ହେଲ୍ଥ ସେଣ୍ଟର ରେ କୃଷ୍ଣପାଳ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାମ କରୁଥିଲେ ।

ତାଙ୍କୁ ସେଠାରେ ମାସିକ ମିଳୁଥିଲା ୮ ହଜାର ଟଙ୍କା ଦରମା । ବର୍ତ୍ତମାନ ରାତାରାତି କୋଟିପତି ହୋଇ ଯାଇଛନ୍ତି କୃଷ୍ଣପାଳ । ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେଉଥିବେ ଯେ ଏହା କିଭଳି ସମ୍ଭବ ? ମାତ୍ରା ଏହା ବାସ୍ତବ ରେ ଘଟିଅଛି । କଥାଟି ହେଉଅଛି ଅନଲାଇନ ଗେମିଂ ଆପ Dream 11 ତାଙ୍କୁ ଦେଇଅଛି ଏହି ଟଙ୍କା । Dream 11 ରେ କୃଷ୍ଣପାଳ ଏକ ଦଳ ଗଠନ କରି କୋଟି କୋଟି ଟଙ୍କାର ମାଲିକ ହୋଇପାରିଛନ୍ତି ।

ମଙ୍ଗଳବାର କଲିକତା ଏବଂ ଦିଲ୍ଲୀ ମଧ୍ୟରେ IPL ମ୍ୟାଚ ଚାଲିଥିଲା । ଲକ୍ଷ ଲକ୍ଷ କ୍ରିକେଟ ପ୍ରଶଂସକ ଙ୍କ ଭଳି କୃଷ୍ଣପାଳ ମଧ୍ୟ Dream 11 ରେ ଦଳ ଗଠନ କରିଥିଲେ । Dream 11 ରେ ତାଙ୍କ ଦଳର ସମସ୍ତ ଖେଳାଳି ଙ୍କ ପ୍ରଦର୍ଶଣ ଉଚ୍ଚ କୋଟିର ଥିଲା । ଏହି ଟିମ ଏକ ନମ୍ବର ରେ ରହିବା ପରେ କୃଷ୍ଣପାଳ ସିଂ ସୋଲ ଙ୍କୁ ମିଳିଅଛି ୧ କରୋଡ ୨୦ ଲକ୍ଷ ଟଙ୍କା । ଟିକସ କା-ଟି-ବା ପରେ ବାଲାନ୍ସ ଆସି ଶୀଘ୍ର କୃଷ୍ଣପାଳ ଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ଆସି ଜମା ହେବ ବୋଲି କୁହାଯାଉଅଛି ।

ସବୁଠାରୁ ବଡ କଥା ହେଉଅଛି ବିଜେତା ହେବା ପରେ ମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ ଦେବାକୁ ଘୋଷଣା କରିଛନ୍ତି କୃଷ୍ଣପାଳ । Dream 11 ର ବିଜେତା ହେବା ପରେ କୃଷ୍ଣପାଳ କହିଛନ୍ତି ଯେ ସେ କେବେ ହେଲେ ଏହି କଥା କୁ ବିଶ୍ଵାସ କରି ପାରୁ ନଥିଲେ । ମାତ୍ର ଏହି କଥା ସତ ଜାଣିବା ପରେ ସେ ବହୁତ ଖୁସି ଅଛନ୍ତି । ବନ୍ଧୁଗଣ ଏହି ବିଶେଷ ବିବରଣୀ ଟି ଆପଣଙ୍କୁ କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *