Odia Jokes- ସ୍ତ୍ରୀ କହିଲା ହେଇଟି ଶୁଣୁଛ ଆଜି କାଲି ମୁଁ ଦିନକୁ ଦିନ ବହୁତ ସୁନ୍ଦର ହେବାରେ ଲାଗିଛି, ସ୍ଵାମୀ- ତୁମେ କେମିତି ଜାଣିଲ ? ସ୍ତ୍ରୀ- ଦେଖ ନା ଆଜି କାଲି ମୋ ସୁନ୍ଦରତାକୁ…

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ଟଙ୍କା କମାଇବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ଯାହାଫଳରେ ସେମାନେ ନିଜର ମନୋରଞ୍ଜନ ଉପରେ ଅଧିକ ଧ୍ୟାନ ଦେଉନାହାନ୍ତି । ଯଦି ମଣିଷର ମନ ଭଲ ରହିବ ତା ହେଲେ ତାକୁ କାମ କରିବା ପାଇଁ ମଧ୍ୟ ମନ ଲାଗିବ । ମନ ଭଲ ରହିବା ପାଇଁ ଆପଣଙ୍କୁ ଖୁସି ହେବା ନିହାତି ଆବଶ୍ୟକ । ଆପଣଙ୍କ ଖୁସି ପାଇଁ ଆଜିଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ମଜାଦାର ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିଲେ ଆପଣ ନିଶ୍ଚୟ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ ସ୍ଵାମୀକୁ ପଚାରିଲା…

ସ୍ତ୍ରୀ- ଆମ ଦୁଇଜଣଙ୍କ ମଧ୍ୟରୁ କିଏ ଅଧିକ ସୁନ୍ଦର ?

ସ୍ଵାମୀ- ମୁଁ

ସ୍ତ୍ରୀ- କେମିତି ?

ସ୍ଵାମୀ- କାରଣ ଯଦି ତୁମେ ସୁନ୍ଦର ଅଛ ତା ହେଲେ ତମେ ବିଉଟି ପାର୍ଲର କାହିଁକି ଯାଉଛ, ମୁ ସୁନ୍ଦର ଅଛି ସେଥିପାଇଁ ପାର୍ଲର ଯାଉ ନାହିଁ ।

 

୨. ରାଜୁର ସ୍ତ୍ରୀ ବାଦାମ ଖାଉଥିଲା ସେତେବେଳେ ରାଜୁ ରୋମାଣ୍ଟିକ ହୋଇ କହିଲା- ଆରେ ମତେ ବି ଟିକେ ଦିଅ ମୁଁ ବି ଟେଷ୍ଟ କରିବି…

ସ୍ତ୍ରୀ ରାଜୁ ହାତରେ ଗୋଟିଏ ବାଦାମ ଦେଇ ଆଉ ସବୁ ନିଜେ ଖାଇଲା ।

ରାଜୁ- କଣ ଗୋଟିଏ ଦେଲ ?

ସ୍ତ୍ରୀ- ହଁ ବାକି ସବୁ ବାଦାମର ବି ଏହି ଟେଷ୍ଟ ।

୩. ଗୋଟେ ମଦଉଆ ଦିନେ ମଅ -ଦପିଇ ଘରକୁ ଆସିଲା ଓ ସୋଇପଡିଲା ।

ଶୋଇବା ପରେ ସେ ସିଧା ଉପରକୁ ଯାଇ ଭଗବାନଙ୍କ ସହ ସାକ୍ଷାତ କରିଲା ଓ ନିଜ ଜୀବନକୁ ପୁନର୍ବାର ମାଗିଲା…

ଭଗବାନ ରାଜି ହୋଇ ତାକୁ ଏକ କୁକୁଡାର ଜନ୍ମ ଦେଲେ ।

କୁକୁଡା ହେବା ପରେ ସେ ପୃଥିବୀକୁ ଆସିଲା ଓ ପ୍ରଥମେ ଏକ ଅଣ୍ଡା ଦେଲା ହେଲେ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ ସେହି ଅଣ୍ଡାଟି ସୁନା ର ଥିଲା  । ଏହା ପରେ ସେ ଆଉ ଗୋଟେ ସୁନା ଅଣ୍ଡା ଦେଲା । ଏହି ଖୁସିରେ ସେ ତୃତୀୟ ଅଣ୍ଡା ଦେବାକୁ ଯାଉଥିଲା ହେଲେ ସେହି ସମୟରେ ତା ମୁଣ୍ଡକୁ କିଏ ଜଣେ ଝାଡୁରେ ମାରି କହିଲା- ଉଠ ମଦଉଆ ବିଛଣାରେ ଦୁଇ ଥର ଝାଡା କରିସାରିଛୁ ଆଉ କେତେ କରିବୁ ।

୪. ଗୋଟେ ବୁଢା ଛୁଆକୁ ପଚାରିଲା…

ବୁଢା-ପୁଅ କେମିତି ଅଛୁ ?

ଛୁଆ- ଠିକ ଅଛି…

ବୁଢା- ପାଠ ପଢା କେମିତି ଚାଲିଛି ?

ଛୁଆ- ବିଲକୁଲ ମୋ ଜୀବନ ପରିକା ।

ବୁଢା- ମାନେ ?

ଛୁଆ- ଭଗବାନଙ୍କ ଭରସାରେ ଚାଲିଛି ଆଉ…

୫. ରାସ୍ତାରେ ଗୋଟେ ଲୋକ ଅନ୍ୟ ଲୋକକୁ ଅଟକାଇ ପଚାରିଲା…

ଲୋକ- ଭାଇନା ଆମ ଭାଉଜ ବାଉଁଆ ଅଛନ୍ତି କି ?

ଅନ୍ୟ ଲୋକ- ହଁ, ହେଲେ ଆପଣ କେମିତି ଜାଣିଲେ ?

ଲୋକ- କାରଣ ଆପଣଙ୍କ ଡାହାଣ ପଟ ଗାଲଟି ପୁରା ନାଲି ପଡିଯାଇଛି…

୬. ସ୍ତ୍ରୀ ରୋଷେଇ ଘରୁ ବାହାରି ଆସି

ସ୍ତ୍ରୀ- ହେଇଟି ଶୁଣୁଛ ଆଜି କାଲି ମୁଁ ଦିନକୁ ଦିନ ବହୁତ ସୁନ୍ଦର ହେବାରେ ଲାଗିଛି…

ସ୍ଵାମୀ- ତୁମେ କେମିତି ଜାଣିଲ ?

ପତ୍ନୀ- ଦେଖ ନା ଆଜି କାଲି ମୋ ସୁନ୍ଦରତାକୁ

ଦେଖି ରୁଟି ଗୁଡାକ ବି ଜଳିବାକୁ ଲାଗିଲେଣି !!!

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *