Odia Jokes- ଦିନେ ପପୁ ଲୁଚି ଲୁଚି…ନିଜ ଶାଳିକୁ Kiss କରୁଥିଲା… ତୁ ତ ତୋ ଭଉଣୀ ଠାରୁ ବି ଅଧିକ ସୁନ୍ଦର, ଶାଳି- ମିଛ କୁହ ନାହିଁ ଜିଜୁ …

ବନ୍ଧୁଗଣ ବର୍ତ୍ତମାନର ଦୁନିଆରେ ପ୍ରାୟ ସମସ୍ତ ଲୋକ ଟଙ୍କା ଅର୍ଜନ କରିବା ପାଇଁ ରାତି ଦିନ କଷ୍ଟ କରୁଛନ୍ତି । ସେମାନେ ନିଜ କାମରେ ଏତେ ବ୍ୟସ୍ତ ହୋଇଯାଉଛନ୍ତି ଯେ ସେମାନେ ନିଜର ମନୋରଞ୍ଜନ କରିପାରୁ ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କ ମନୋରଞ୍ଜନ ପାଇଁ ଆଜିଆମେ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ ।

ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ଏହି ଓଡିଆ ଜୋକ୍ସ ଗୁଡିକୁ ପଢିବା ପରେ ଆପଣ ମାନଙ୍କ ଦିନ ମଧ୍ୟ ବହୁତ ଭଲ ଭାବରେ ଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଓଡିଆ ଜୋକ୍ସ ଗୁଡିକ ବିଷୟରେ ।

୧. ଗୋଟେ ଲୋକ ଚାହା ପିଇବା ପାଇଁ ହୋଟେଲକୁ ଯାଇଥିଲା

ଲୋକ ୱେଟରକୁ କହିଲା- ୱେଟର, ମୁ ଚାହା ପିଇବି ମୋ ପାଇଁ ଚାହା ଆଣ ।

ୱେଟର ସେହି ସମୟରେ ଗରମ ପଣି, ଚାହା ପତି, ଚିନୀ ଓ କ୍ଷୀର ଆଣି ରଖିଦେଲା ।

ସେହି ସମୟରେ ସେହି ଲୋକ ଜଣକ ଆଶ୍ଚର୍ଯ୍ୟ ହୋଇ ନିଜ ଚାହା ନିଜେ ବନେଇଲା ।

ୱେଟର କିଛି ସମୟ ପରେ- ସାର ଆଉ କିଛି ଦରକାର ଆପଣଙ୍କୁ ।

ଲୋକ- ନାହିଁ ଭାଇ, ତତେ ମୁ ଖାଇବା ପାଇଁ କିଛି ମାଗିଲେ ତୁ ମୋ ସାମ୍ନାରେ ତେଲ, ମସଲା, ବେସନ ଓ ହଳଦୀ ଆଣି ସବୁ ରଖିଦେବୁ

୨. ମହିଳା ପୋଲିସ ପାଖକୁ ଯାଇ କହିଲା…

ମହିଳା- ସାର, ମୋ ସ୍ଵାମୀ ଏକ ସପ୍ତାହ ହେବ ଗାୟବ ଅଛନ୍ତି ।

ପୋଲିସ- ତାଙ୍କୁ ଚିହ୍ନିବା ପାଇଁ କିଛି ତାଙ୍କ ବିଷୟରେ କୁହ ?

ମହିଳା- ମୋ ସ୍ଵାମୀଙ୍କ ଗାଲ ନାଲି ଥିବ, ଆପଣ ଦେଖିଲେ ଜାଣିଯିବେ ।

ପୋଲିସ- କେମିତି ?

ମହିଳା- ତାଙ୍କ ଗାଲର ଏହି ଅବସ୍ଥା ମୁ ହିଁ କରିଛି ।

୩. ବାପା- ପରୀକ୍ଷା କେମିତି ଥିଲା ?

ପୁଅ- ବାପା, ପ୍ରଥମ ପ୍ରଶ୍ନକୁ ଛାଡି ଦେଲି, ତୃତୀୟ ପ୍ରଶ୍ନ ଆସୁନଥିଲା, ଚତୁର୍ଥ ପ୍ରଶ୍ନର ଉତ୍ତର କରିବାକୁ ଭୁଲି ଗଲି ଓ ପଞ୍ଚମ ପ୍ରଶ୍ନ ଦେଖା ଯାଉନଥିଲା ।

ବାପ- ଆଉ କିଛି ପ୍ରଶ୍ନ ନଥିଲା କି ?

ପୁଅ- ବାପା, ଆଉ ସବୁ ପ୍ରଶ୍ନର ଉତ୍ତର ଭୁଲ ଅଛି ମୁ ନିଜେ ଲେଖିକି ଆସିଛି ।

୪. ସ୍ତ୍ରୀ ଫୋନରେ ସ୍ଵାମୀ ସହ କଥା ହେଉଥିଲା…

ସ୍ତ୍ରୀ- ମୁ ବଜାର ଆସିଛି ତମକୁ କିଛି ଦରକାର କି ?

ସ୍ଵାମୀ- ହଁ ମତେ ଜୀବନରେ ଶାନ୍ତି ଦରକାର, ଜୀବନକୁ କେମିତି ସାର୍ଥକ କରିବି ତାର ଉପାୟ ଦରକାର ଓ ମତେ ମୋର ଅସ୍ତିତ୍ଵ ଦରକାର ।

ସ୍ତ୍ରୀ- ଆଛା ବୁଝିଗଲି ମୁ ଏବେ ଫୋନରେ ପଠେଇବି କି ? ଖାଲି କୁହ କିଙ୍ଗ ଫିସସର ନା ଟୟୁବର ।

୫. ସ୍ତ୍ରୀ ରୋଷେଇ ଘରୁ ବାହାରି କହିଲା

ସ୍ତ୍ରୀ- ଆରେ ଶୁଣୁଛ ଆଜିକାଲି ମୁ ବହୁତ ସୁନ୍ଦର ନଜର ଆସୁଛି ।

ସ୍ଵାମୀ- ତମେ କେମିତି ଜାଣିଲ ଯେ, ତମେ ସୁନ୍ଦର ଦେଖା ଯାଉଛ ?

ସ୍ତ୍ରୀ- ତମେ ନିଜେ ଦେଖୁନ ଆଜି କାଲି ମୋ ସୁନ୍ଦରତା ଦେଖି ରୁଟି ଗୁଡିକ କେମିତି ଜଳି ଯାଉଛନ୍ତି…!!

୬. ଦିନେ ପପୁ ଲୁଚି ଲୁଚି…

ନିଜ ଶାଳି ଙ୍କୁ Kiss କରୁଥିଲା …

ତୁ ତ ତୋ ଭଉଣୀ ଠାରୁ ବି ଅଧିକ ସୁନ୍ଦର…!!

ଶାଳି- ମିଛ କୁହ ନାହିଁ ଜିଜୁ …?

ପପୁ- ନାଇ, ମୁଁ ସତ କହୁଛି ରେ …!

ଶାଳି- ଆଛା କିନ୍ତୁ ମୋର ସିଏ ତ କହୁଥିଲେ କି

ତୋ ଭଉଣୀ ତୋଠାରୁ ଅଧିକ ସୁନ୍ଦର ବୋଲି

ଆପଣଙ୍କୁ ଆମର ଏହି ଜୋକ୍ସ ଗୁଡିକ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *