ଦିନରେ ଥରେ ଦର୍ଶନ ଦେଇ ଅଦୃଶ୍ୟ ହୋଇଯାଏ ଏହି ଶିବ ମନ୍ଦିର, ଏହି ଶିବ ମନ୍ଦିରର ରହସ୍ୟ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ପ୍ରଭୁ ଜଗନ୍ନାଥ ମନ୍ଦିର, ଅମରନାଥ ମନ୍ଦିର ଓ କେଦାରନାଥ ମନ୍ଦିର ଆଦି ଏମିତି ଅନେକ ପୁରୁଣା ମନ୍ଦିର ଭାରତରେ ଅଛି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏକ ଏପରି ଦିବ୍ୟ ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ । ଏହି ଦିବ୍ୟ ମନ୍ଦିର ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଦିବ୍ୟ ମନ୍ଦିର ବିଷୟରେ ।

୧୫୦ ବର୍ଷ ପୂର୍ବେ ଏହି ମନ୍ଦିରକୁ ଖୋଜା ଯାଇଥିଲା ଓ ଏହି ମନ୍ଦିରର କାହାଣୀ ବହୁତ ଅଲଗା ଅଟେ । ପୌରାଣିକ ମାନ୍ୟତା ଅନୁସାରେ ଶିବଙ୍କ ବଡ ଭକ୍ତ ମଧ୍ୟରୁ ତାଡାଶୁରର ଆସ୍ତାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଡାଶୁରକୁ ବରଦାନ ଦେଇଥିଲେ । ତାଡାଶୁରଙ୍କୁ କେବଳ ଶିବଙ୍କ ପୁତ୍ର ଛଡା ଆଉ କେହି ହରେଈ ପରିବେ ନାହିଁ ବୋଲି ଶିବ ବରଦାନ ଦେଇଥିଲେ ।

ବରଦାନ ମିଳିବା ପରେ ଦେବଲୋକରେ ସେ ହା ହା କାର କରି ଚାଲିଲେ । ଯାହାଫଳରେ ସମସ୍ତ ଦେବାଦେବୀ ଭଗବାନ ଶିବଙ୍କ ନିକଟକୁ ଯାଇଥିଲେ ଓ ତାଡାଶୁରର ଅତ୍ୟାଚାର ବିଷୟରେ କହିଥିଲେ । ଭଗବାନ ଶିବଙ୍କ ଶକ୍ତିରେ କାର୍ତ୍ତିକଙ୍କ ଜନ୍ମ ହୋଇଥିଲା । କାର୍ତ୍ତିକ ତାଡାଶୁରଙ୍କ ବଦ୍ଧ କରିଥିଲେ । ଯେହେତୁ ତାଡାଶୁର ଭଗବାନ ଶିବଙ୍କ ଏକ ମହାନ ଭକ୍ତ ଥିଲେ ତେଣୁ ଭଗବାନ ବିଷ୍ଣୁଙ୍କ କହିବା ଅନୁସାରେ ସମସ୍ତ ଦେବାଦେବୀ ତାଡାଶୁରର ବଦ୍ଧ ସ୍ଥାନରେ ଯାଇ ପହଞ୍ଚି ଥିଲେ ।

ସେହି ସ୍ଥାନରେ ମହା ସାଗର ସଂଗମ ତିଥିରେ ବିଶ୍ଵ ନନ୍ଦନ ସ୍ତମ୍ବର ସ୍ଥାପନା କରିଥିଲେ । ସେହି ସ୍ତମ୍ବରେ ଭଗବାନ ଶିବ ବସି ଥିଲେ ଓ ସେହି ଦିନ ଠାରୁ ଏହି ମନ୍ଦିର ବିଶ୍ଵ ବିଖ୍ୟାତ ହୋଇଯାଇଥିଲା । ଏହି ମନ୍ଦିରଟି ସମୁଦ୍ର ଲହରୀରେ ଅଭିଷେକ ହୁଏ ଓ ଏହି ମନ୍ଦିରଟି ଦିବ୍ୟ ମନ୍ଦିର ମଧ୍ୟରେ ରହିଛି । ଆରବ ସାଗର ସଂଗମରେ ଏହି ମନ୍ଦିର ରହିଛି । ଗୁଜୁରାଟର ବଡ ଦରାରୁ ୮୫ କିଲୋମିଟର ଦୂର ବାରୁକ ଜିଲ୍ଲାରେ ଏହି ମନ୍ଦିର ରହିଛି ।

ସମୁଦ୍ର ମଧ୍ୟରେ ଥିବା ଏହି ମନ୍ଦିର ସମସ୍ତଙ୍କୁ ପ୍ରସନ୍ନ କରିଥାଏ । ସମୁଦ୍ରର ଜୁଆର ଦୁଇ ଥର ମନ୍ଦିର ଭିତରେ ପ୍ରବେଶ କରି ଶିବଲିଙ୍ଗର ଅଭିଷେକ କରି ଚାଲିଯାଏ । ଅଧିକ ଜୁଆର ହେଲେ ଏହି ମନ୍ଦିର ବୁଡି ଯାଏ ତେଣୁ ଏହି ମନ୍ଦିରକୁ ଗାୟବ ମନ୍ଦିର ମଧ୍ୟ କୁହାଯାଏ । ଯେତେବେଳେ ଲହରୀ ଚାଲିଯାଏ ସେତେବେଳେ ମନ୍ଦିରଟି ସମୁଦ୍ର ଭିତରୁ ଧୀରେ ଧୀରେ ପ୍ରକଟ ହୋଇଥାଏ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ମନ୍ଦିରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *