ଦିନକୁ ଦିନ ବଢୁଛି ସସପେନ୍ସ, ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ, କେବଳ ଜମିବାଡି ବିବାଦ ନା ଆଉ କିଛି ଥିଲା ରହସ୍ୟ !

ନମସ୍କାର ବନ୍ଧୁଗଣ ତେବେ ପୁରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ମାହାଙ୍ଗା କୁସପୁର ଗଣହତୟଆ ମାମଲା । ଏହି ମାମଲାରେ ଏବେବି ଲାଗିରହିଛି ଅନେକ ସସ୍‌ପେନ୍ସ । ଭାଇକୁ ହତୟଆ କଲା ଭାଇ, ଜମି ଜମା ବିବାଦକୁ ନେଇ ହତୟଆକାଣ୍ଡ ଘଟିଛି ବୋଲି ପୋଲିସ୍ ପକ୍ଷରୁ କୁହାଯାଉଥିଲେ ବି ଏହା ସାଧାରଣ ଲୋକଙ୍କ ବିଶ୍ୱାସ ଯୋଗ୍ୟ ହୋଇପାରୁନି । ଗୋଟିଏ ଘରେ ପରିବାରର ୫ ଜଣ ସଦସ୍ୟ ଶୋଇଥିଲେ ।

ଜଣେ ମଧ୍ୟ ବୟସ୍କ ବ୍ୟକ୍ତି ଘର ଭିତରେ ପଶି ସମସ୍ତଙ୍କୁ ଏକା ଏକା ହତୟଆ କରିଦେଲା ଆଉ ଆଖ ପାଖରେ କାହାକୁ କିଛି ସୁରାକ୍ ମଧ୍ୟ ମିଳିଲାନି । ଯାହା ଏହି ମାମଲାକୁ ପ୍ରଥମରୁ ରହସ୍ୟମୟ କରୁଥିବା ବେଳେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଶିବ ଓ ତାର ପତ୍ନୀଙ୍କ ବୟାନ୍ କୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି। ତେବେ ଏଭଳି ସ୍ଥିତିରେ ପୋଲିସ୍ କେଉଁ ଦିଗରେ ତଦନ୍ତ କରିବ ତାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଏହି ଗଣହତୟଆ ମାମଲାରେ ଆଉ କିଛି ବଡ଼ ଦିଗ ଥାଇପାରେ ବୋଲି ଆଶଙ୍କା କରାଯାଉଥିବା ବେଳେ ଯଦି ସଠିକ୍ ଭାବରେ ତଦନ୍ତ କରାନଯାଏ ତେବେ ରାଜ୍ୟରେ ଅନ୍ୟ ବଡ଼ ହତୟଆ ମାମଲା ଭଳି ଏହି ମାମଲା ବି ଚପିଯିବାର ବେଶ୍ ସମ୍ଭାବନା ରହିଛି । ତେବେ ଏହି ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ମୃତକଙ୍କ ପରିବାର । ବଡ଼ ଭାଇ ତଥା ମୃତ ଅଲେଖ ଓ ତାଙ୍କ ପରିବାରକୁ ତାଙ୍କ ସାନ ଭାଇ ଶିବ କାହିଁକି ହତୟଆ କଲା ?

ତାକୁ ନେଇ ସଠିକ୍ ତଦନ୍ତ ହେବାର ଆବଶ୍ୟକତା ରହିଛି ଓ ସିବିଆଇ ତଦନ୍ତ ହେବା ପରେ ହିଁ ସତ ପଦାକୁ ଆସିବ ବୋଲି କହିଛନ୍ତି ମୃତ ଅଲେଖଙ୍କ ଶାଶୁଘର ଲୋକେ।ତେବେ ଗୋଟିଏ ବଖରା ଘରେ କଟୁରୀରେ ୫ ଜଣଙ୍କୁ ହତୟଆ କରିବା କିପରି ସମ୍ଭବ ହେଲା ଏମିତି ଅନେକ ପ୍ରଶ୍ନ ଏବେ ଚର୍ଚ୍ଚାକୁ ଆସିଛି । ହତୟଆକଣ୍ଡର ପୋଷ୍ଟ ମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ତେବେ ସୂଚନାଯୋଗ୍ୟ ଯେ ଗତ କାଲମାହାଙ୍ଗା କୁସୁପୁର ଗାଁରେ ବିଳମ୍ବିତ ରାତିରେ ସାନ ଭାଇ ରକ୍ତମୁଖା ସାଜି ବଡ ଭାଇର ପରିବାରକୁ ମାଆରି ପଦା କରିଦେଇଥିଲେ । ବନ୍ଦ କୋଠରୀରୁ ମୃତକଙ୍କ ଶବ ଜବତ କରିଥିଲା ପୋଲିସ । ହେଲେ ପଡୋଶୀ ଏହି ଘଟଣାର କେହି ଟେର ପାଇନଥିଲେ ।

ଶିବ ନିଜ ଭାଇ ଅଲେଖ ସାହୁ, ଅଲେଖଙ୍କ ପତ୍ନୀ ରଶ୍ମିତା ସାହୁ, ଝିଅ ପାଏଲ ଓ ପୁଅ ଗୁଡୁ ଓ ଟୁବୁକୁ ମାରାଆଣାସ୍ତ୍ରରେ ହତୟଆ କରିଥିଲା । ପରେ ପୋଲିସ ଆଗରେ ଆତ୍ମ ସମର୍ପଣ କରିଥିଲା ଅଭିଯୁକ୍ତ।ତେବେ ସେ ଏକା ଏହି କାମ କରି ନଥିବେ ବୋଲି ସନ୍ଦେହ କରାଯାଉଛି । ତେବେ ତଦନ୍ତ ପରେ ସତ୍ୟ କଣ ତାହା ଜଣାଯିବ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ।

Leave a Reply

Your email address will not be published. Required fields are marked *