ଦିନ ରାତି ରାଷ୍ଟ୍ରପତି Draupadi Murmu ଙ୍କ ସୁରକ୍ଷା ପାଇଁ ଛାଇ ପରି ରହିଛନ୍ତି ଆସାମ ପୁଅ

ନମସ୍କାର ବନ୍ଧୁଗଣ, ଆମ ଦେଶର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସୁରକ୍ଷା ଦାୟିତ୍ଵରେ ଜଣେ ଆସାମ ପୁଅ ରହିଛନ୍ତି । ରାଷ୍ଟ୍ରପତିଙ୍କ ପାଖେ ପାଖେ ଛାଇ ହୋଇ ରହିଥିଲେ ଆସାମ ପୁଅ । ନିକଟରେ ରାଷ୍ଟ୍ରପତି ଓଡିଶା ଗ୍ରସ୍ତ କରିଥିଲେ । ଏବଂ ଲିଙ୍ଗରାଜ ମନ୍ଦିର ଭ୍ରମଣ କରିଥିଲେ ସେହି ସମୟରେ ଯଦି ରାଷ୍ଟ୍ରପତିଙ୍କୁ ଟିକିଏ ବି କଷ୍ଟ ଅନୁଭୂତ ହେଉଥିଲା ସେ ହାତ ଧରୁଦେଉଥିଲେ ତାଙ୍କ ସୁରକ୍ଷା କର୍ମୀ ଥିବା ଆସାମର ପୁଅଙ୍କ ହାତ ।

ତେବେ ଆଉ ଡେରି ନକରି ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର ଉପରେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡିଶା ଆସିଥିଲେ କିଛି ଦିନ ପୂର୍ବରୁ । ଭୁବନେଶ୍ଵରର ଲିଙ୍ଗରାଜ ମନ୍ଦିର ଠାରୁ ଆରମ୍ଭ କରି ବିନ୍ଦୁ ସାଗରର ଚତୁର୍ପାଶ୍ଵ ଖାଲି ପାଦରେ ଭ୍ରମଣ କରିଥିଲେ କଡା ସୁରକ୍ଷା ବଳୟ ଭିତରେ । ରାଷ୍ଟ୍ରପତିଙ୍କ ଏହି ସୁରକ୍ଷା ଦାୟିତ୍ଵରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଆସାମର ପୁଅ । ରାଷ୍ଟ୍ରପତିଙ୍କ ସାହାରା ହେଉଥିଲେ ଆସାମ ପୁଅ ।

ରାଷ୍ଟ୍ରପତିଙ୍କୁ ଟିକିଏ କଷ୍ଟ ଅନୁଭବ ହେଲେ ସେ ହାତ ଧରିଦେଉଥିଲେ ତାଙ୍କ ସୁରକ୍ଷାରେ ଥିବା ଆସାମ ପୁଅଙ୍କର । ସେହିଦିନର ଏହି ସମସ୍ତ ଫଟୋ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ଆସମର ପୁଅ ଜଣଙ୍କ ହେଉଛନ୍ତି ମେଜର ଅବିନାଶ ଛେତ୍ରୀ । ଅଞ୍ଜନା ଛେତ୍ରୀ ଏବଂ ପୂର୍ଣ ବାହାଦୁର ଛେତ୍ରୀଙ୍କ ବଡ ପୁଅ ।

୧୯୯୫ ଅକ୍ଟୋବର ୧୧ ତାରିଖରେ ଆସାମର ତିନି ଶୁଖୁଆ ଜିଲ୍ଲାର ସାଦିଆ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଅବିନାଶ ଛେତ୍ରୀ । ବର୍ତ୍ତମାନ ସେ ତେଜପୁରରେ ରହୁଛନ୍ତି । ତାଙ୍କ ବାପା ଜଣେ SIB ର ଅବସର ପ୍ରାପ୍ତ କର୍ମଚାରୀ ଅଟନ୍ତି । ଛୋଟ ବେଳୁ ଇଛା ଥିଲା ଅବିନାଶଙ୍କର ପ୍ରତିରକ୍ଷା ବିଭାଗରେ କାର୍ଯ୍ୟ କରିବା ପାଇଁ । ଆଉ ସେହି ସ୍ଵପ୍ନକୁ ସେ ଆଜି ବାସ୍ତବର ରୂପ ଦେଇସାରିଛନ୍ତି । ବାପାଙ୍କର ବାରମ୍ବାର ବଦଳି କାରଣରୁ ସେ ଅନେକ ସ୍କୁଲରେ ପାଠ ପଢିଛନ୍ତି ।

ତାଙ୍କର ବାୟୁ ସେନାରେ ଭର୍ତ୍ତି ହେବାର ବଡ ଆଶା ରହିଥିଲା । କିନ୍ତୁ ଯେତେବେଳେ ସେ ଷଷ୍ଠ ଶ୍ରେଣୀରେ ପଢିଲେ ସେତେବେଳେ ସେ ତାଙ୍କ ମନ ପରିବର୍ତ୍ତନ କରିଥିଲେ । ଆଉ NDA ପାଇଁ ଆରମ୍ଭ କରିଦେଇଥିଲେ ପ୍ରସ୍ତୁତି । ସମସ୍ତ କାର୍ଯ୍ୟରେ ସେ ସୋନ୍ୟ ପଦକ ହାସଲ କରିଥିଲେ । ୨୦୨୨ ଅକ୍ଟୋବର ୧୮ ତାରିଖରେ ରାଷ୍ଟ୍ରପତିଙ୍କ ADC  ଭାବରେ ନିଯୁକ୍ତି ହେଲେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର ନିଶ୍ଚୟ କରନ୍ତୁ ।

Leave a Reply

Your email address will not be published. Required fields are marked *