Dimple-Sumit ବିବାହ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, Dimple ଙ୍କୁ ସୁପ୍ରିମକୋର୍ଟ ଓକିଲ ଦେଲେ ଧମକ, କହିଲେ କିଛି ଏମିତି…

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ବିଚ୍ଛେଦ ମାମଲାଟି ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟିଛି । ତେବେ ଦୀର୍ଘ ଏକ ମାସ କାଳ ଏହି ମାମଲାଟି ଚାଲିଥିବା ବେଳେ ଏହାର କୌଣସି ସମାଧାନ ହୋଇ ନାହିଁ । ଅନ୍ୟ ପକ୍ଷରେ ଏହି ମାମଲା ପ୍ରତି ଜନସାଧାରଣ ମାନଙ୍କର ଉତ୍ତେଜନା ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ମାମଲାଟି ବ୍ୟକ୍ତିଗତ ହୋଇଯାଇଛି ଉଭୟ ତପସ୍ଵିନୀ ଓ ସୁମିତ ପରସ୍ପରର ଚରିତ୍ରକୁ ନେଇ ପ୍ରଶ୍ନ ଉଠାଉ ଛନ୍ତି ।

ଅନେକ ଥର କୋର୍ଟ ଶୁଣାଣି ହେବା ପରେ ମଧ୍ୟ ତପସ୍ଵିନୀଙ୍କୁ ନ୍ୟାୟ ମିଳି ନାହିଁ । ଆସନ୍ତା ଜିଲ୍ଲା କୋର୍ଟ ଶୁଣାଣି ଜାନୁୟାରୀ ୪ ତାରିଖରେ ହେବାକୁ ଯାଉଛି । ବନ୍ଧୁଗଣ ଏହି ମାମଲାକୁ ପ୍ରତ୍ୟକ ସମୟରେ ନୂଆ ନୂଆ ଟ୍ଵିଷ୍ଟ ଦେଖିବାକୁ ମିଳୁଛି । ତେବେ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ମିଡିଆ ରିପୋର୍ଟସ ଅନୁସାରେ ଗତ କାଲି ରାତିରେ ଜଣେ ଅଜଣା ଲୋକ ନିଜକୁ ସୁପ୍ରିମ କୋର୍ଟ ଓକିଲର ପରିଚୟ ଦେଇ ଡିମ୍ପଲଙ୍କ ସହ ଯୁକ୍ତି ତରକ କରିଥିଲେ । ଏନେଇ ଡିମ୍ପଲ ଥାନା ଅଧିକାରୀଙ୍କୁ ଫୋନ ଯୋଗେ ସୂଚନା ଦେଇଥିଲେ । କିଏ ଆସିଥିଲା କଣ ଧମକ ଦେଇଥିଲା ଏହାର ଭିଡିଓ ତପସ୍ଵିନୀ କରିଛନ୍ତି ବୋଲି କହିଛନ୍ତି । ହେଲେ ଏହି ଭିଡିଓକୁ ପ୍ରଥମେ ପୋଲିସକୁ ଦେଖେଇବେ ବୋଲି ଡିମ୍ପଲ କହିଛନ୍ତି ।

ତେବେ ସେହି ବ୍ୟକ୍ତି ଜଣକ ସତରେ ଜଣେ ଓକିଲ ନା ଆଉ କିଏ ତାହା ତଦନ୍ତ ପରେ ହିଁ ଜଣା ପଡିବ । ବନ୍ଧୁଗଣ ଆଜିକୁ ଡିମ୍ପଲ ୩୯ ଦିନ ହେବ ଧାରଣା ଦେଉଥିବା ବେଳେ ତାଙ୍କ ଦେହ ଅସୁସ୍ଥ ହୋଇଯାଇଛି । ଡିମ୍ପଲ ଏନେଇ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି । ଡିମ୍ପଲ କହିଛନ୍ତି-‘ମୁ ଏ ଯାଏଁ ଚେଷ୍ଟା ଜାରି ରଖିଛି ସମାଧାନର ବାଟ ବାହାରିବା ପାଇଁ । ସୁମିତ ବି ଚେଷ୍ଟା କରୁଛନ୍ତି ମୁ ଏଇଟା ପରୋକ୍ଷ ଭାବରେ ନହେଲେ ବି ପ୍ରତ୍ଯକ୍ଷ ଭାବେ ଜାଣି ସାରିଛି’ ।

ଆଗକୁ ଡିମ୍ପଲ କହିଛନ୍ତି-‘ଆଉ ମୋତେ ବି ବହୁତ ଧମକ ଚମକ ଆସୁଛି ସେମାନେ କହୁଛନ୍ତି, କେତେ ଟଙ୍କା ଦରକାର ଆମେ ଦେଇ ଦବୁ ତୁ ଉଠିଜା ଏଠୁ । ସୁମିତଙ୍କ ପରିବାର ଲୋକ ଚାହୁଁ ନାହାନ୍ତି ବୋଲି ମଧ୍ୟ ସେହି ଲୋକମାନେ କହୁଛନ୍ତି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଡିମ୍ପଲ ନିଜ ପ୍ରତିକ୍ରିୟା ରଖିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *