ନିଜ ଜୀବନର କିଛି ଅଭୂଲା ସ୍ମୃତି ବଖାଣିଲେ ଯାତ୍ରା ଅଭିନେତ୍ରୀ Lata Mandala, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଯାତ୍ରା ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଯାତ୍ରା ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଯାତ୍ରା ଜଗତରେ ନିଜର ଜବରଦସ୍ତ ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି ।

ଏହି ଯାତ୍ରା ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଲତା ମଣ୍ଡଲ । ଲତାଙ୍କ ବାପା ଥିଲେ ଅର୍ଣ୍ଣପୂର୍ଣ୍ଣା ଥିଏଟରର ତବଲା ବାଦକ । ଏପଟେ ଲତା ସ୍କୁଲ ନ ଯାଇ ଦୁଷ୍ଟାମି କରୁଥିଲେ ଗାଁରେ । ସେଥିପାଇଁ ଅତି ଛୋଟ ବୟସରେ ବାପା ତାଙ୍କୁ ନେଇଗଲେ ଅର୍ଣ୍ଣପୂର୍ଣ୍ଣା । ଏହା ପରେ ସେ ମାତ୍ର 16 ବର୍ଷ ବୟସରେ ନିଜ ଯାତ୍ରା ଅଭିନୟର ଆରମ୍ଭ କରିଥିଲେ । ବନ୍ଧୁଗଣ ଲତା ଦୈତାରୀ ପଣ୍ଡାଙ୍କ ସହ ବିବାହ କରିଥିଲେ ହେଲେ ଦୈତାରୀ ତାଙ୍କ ହାତ ଅଧା ବାଟରେ ଛାଡି ଦେଲେ ।

ଆଜି ବି ଅନୁତାପରେ ଜଳୁ ଛନ୍ତି କେବଳ ଜୀବନର ସେହି ଗୋଟିଏ ଭୁଲ ପାଇଁ । ବନ୍ଧୁଗଣ ଲତା ଏକ ସାକ୍ଷାତ୍କାରରେ ତାଙ୍କ ପିଲା ଦିନର ଦୁଷ୍ଟାମି ବିଷୟରେ ଏକ ବଡ ଖୁଲାସା କରିଛନ୍ତି । ଲତା ଏକ ସାକ୍ଷାତ୍କାରରେ କହିଛନ୍ତି-‘ମୁଁ ପାଠ ପଢୁ ନଥିଲି ବଦମାସୀ କରୁଥିଲି । ମୁଁ ମାଛ ଧରିବାକୁ ପଳାଏ ବଣକୁ କାଠ ଆଣିବାକୁ ପଳାଏ । ଦିନେ ଆମ ସ୍କୁଲର ଯିଏ ଦିଦି ଥିଲେ ସେ କହିଲେ ଗଲୁ ମୋ ଲୁଗାଟି ଉଠାଇ ଆଣିଲୁ ।

ମୁଁ ମନେ ମନେ ଭାବିଲି ଏ ଆମକୁ ପାଠ ପଢାଉଛି ଏ କଣ ମୋତେ ଚାକରାଣୀ ଭାବିଲା ନା କଣ କହୁଛି ଲୁଗା ଆଣିବା ପାଇଁ । ମୁଁ ବିଛୁଆତି ତାର ଲୁଗାରେ ବୋଲି ଆଣି ରଖିଦେଲି ଏହା ପରେ ମୋତେ ବହେ ମାଡ ହେଲା । ମୁଁ ଆଗରୁ ଗଛ ଚଢୁ ଥିଲି ଥରେ ଆମେ ବଣ ଭୋଜି କରିବୁ ବୋଲି ଝିଅ ମାନେ କହିଲେ ତମ ଗଛରୁ ତୁ ନଡିଆ ଆଣିବୁ ।

ମୁଁ ନଡିଆ ଗଛ ଉପରେ ଚଢି ଥିଲି ଗଛଟି ଆମ ପୋଖରୀକୁ ନଇ ଥିଲା ସେତେବେଳେ ମୋ ଗୋଡ ଖସି ଗଲା ମୁଁ ଧୁଲ କି ତଳେ ପଡିଲି । ସେବେ ଠାରୁ ମୁଁ ଗଛ ଚଢିବା ଛାଡି ଦେଇଛି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ଲତା ନିଜ ପିଲା ଦିନର ସ୍ମୃତି ବିଷୟରେ କହିଛନ୍ତି । ତେବେ ଏହି ଭିଡିଓଟି ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *