ଧୋନୀଙ୍କର ମୋଟ ସମ୍ପତ୍ତି କେତେ, ଜାଣିଲେ ଆପଣଙ୍କ ହୋସ ଉଡିଯିବ, ଜାଣନ୍ତୁ ତାଙ୍କର ୬ ଟି ସବୁଠୁ ଦାମୀ ଜିନିଷ କଣ ଅଟେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ କ୍ରିକେଟର ଏମଏସ ଧୋନୀଙ୍କୁ ନିଶ୍ଚୟ ଜାଣିଥିବେ । ଧୋନୀଙ୍କ ଲୋକପ୍ରିୟତା ସମସ୍ତ ଦେଶରେ ରହିଛି । ଧୋନୀ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି କ୍ରିକେଟ ଜଗତରେ ସଫଳତା ପାଇଛନ୍ତି । ବର୍ତ୍ତମାନ ଧୋନୀଙ୍କର କ୍ଷମତା ବହୁତ ଅଧିକ, ଏମିତି ରେ ସେ ଯାହା ଚାହିଁବେ ସେ ସବୁକୁ ନିଜର କରିପାରିବେ । ଆଜି ଆମେ ଆପଣଙ୍କୁ ଧୋନୀଙ୍କର କିଛି ବହୁମୂଲ୍ୟ ସମ୍ପତ୍ତି ବିଷୟରେ କହିବୁ ।

ତେବେ ଏହା ପୂର୍ବରୁ ଆମେ ଆପଣଙ୍କୁ କହିବାକୁ ଚାହୁଞ୍ଚୁ କି ଧୋନୀ ବର୍ତ୍ତମାନ ଧୋନୀ ଅନ୍ତରାଷ୍ଟ୍ରୀୟ କ୍ରିକେଟ ରୁ ଅବସର ନେଇ ସାରିଲେଣି । ସେ ଏହି କଥା ନିଜର ଇଂଷ୍ଟାଗ୍ରାମ ରେ ଏକ ଭିଡିଓ ଶେୟାର କରି ଜଣାଇଥିଲେ । ସେ ତାଙ୍କ କ୍ଯାରିୟର ରେ ଭାରତ ପାଇଁ ବହୁତ ଗୌରବ ଆଣି ଦେଇଛନ୍ତି । ସାରା ଭାରତରେ ତାଙ୍କର ଫ୍ୟାନ ଫଲୋଇଙ୍ଗ ବହୁତ ଅଧିକ ଅଟେ । ଏମିତିରେ ତାଙ୍କର ଅବସର ନେବା କଥା ତାଙ୍କ ଫ୍ୟାନ୍ସଙ୍କୁ ଦୁଃଖିତ କରିଛି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ତାଙ୍କର ସମ୍ପତ୍ତି ବିଷୟରେ ।


୧. ଧୋନୀ ନିଜର ପ୍ରଥମ ଘର ରାଞ୍ଚିରେ କରିଥିଲେ । ଏହି ଘର ତିନି ଏକର ଜମିରେ ହୋଇଛି । ତିନି ମହଲା ବିଶିଷ୍ଟ ଏହି ଘର ମଧ୍ୟରେ ଏକ ବଡ ସ୍ଵୀମିଙ୍ଗ ପୁଲ ଓ ଏକ ବଡ ଥିଏଟର ମଧ୍ୟ ରହିଛି, ଯେଉଁଠି ୫୦ ଜଣ ବସି ଆରାମ ସେ ସିନେମା ଦେଖିପାରିବେ । ଏହି ଘରେ ଦୁନିଆର ସମସ୍ତ ସୁଖ ମିଳିଯିବ । ଧୋନୀଙ୍କର ଏହି ଘରର ମୂଲ୍ୟ ହେଉଛି ୩୦ କୋଟି ଟଙ୍କା ।

୨. ଧୋନୀ ୨୦୧୮ର ଆଇପିଏଲ ଜିତିବା ପରେ ଧୋନୀ ଏକ ବଡ ଫାର୍ମହାଉସ ମଧ୍ୟ କିଣିଛନ୍ତି । ତାଙ୍କ ନିଜ ଘର ଠାରୁ ଏହି ଫାର୍ମହାଉସର ଦୂରତା ହେଉଛି ୨୦ ମିନିଟର ଦୂରତା । ଏହି ଫାର୍ମହାଉସ ୭ ଏକର ରେ ରହିଛି । ବର୍ତ୍ତମାନ ଧୋନୀ ଏହି ଫାର୍ମହାଉସରେ ରହୁଛନ୍ତି । ଏହି ଫାର୍ମହାଉସର ନିର୍ମାଣ ୩ ବର୍ଷ ଲାଗିଥିଲା । ଏହି ଫାର୍ମହାଉସରେ ଇଣ୍ଡୋର ଷ୍ଟାଡିୟମ, ନେଟ ପ୍ରାଟିସ ଗ୍ରାଉଣ୍ଡ, ସ୍ଵୀମିଙ୍ଗ ପୁଲ ଓ ଅଲ୍ଟ୍ରା ମଡେଲ ଜିମ ମଧ୍ୟ ଅଛି । ଏହି ସମ୍ପତ୍ତିର ମୂଲ୍ୟ ହେଉଛି ୧୫ କୋଟି ଟଙ୍କା ।


୩. ଧୋନୀଙ୍କୁ ଲକ୍ଜରି କାର ରଖିବାର ବହୁତ ସଉକ ରହିଛି । ଧୋନୀଙ୍କ ଗ୍ୟାରେଜରେ ଗୋଟେ ରୁ ବଳି ଗୋଟେ ବହୁମୂଲ୍ୟ କାର ରହିଛି । ଧୋନୀଙ୍କ ପାଖରେ କାକ କଲେକ୍ସନର ପ୍ରାଇସ ୫ କୋଟିରୁ ଅଧିକ ଅଛି । ଧୋନୀଙ୍କ ପାଖରେ ସମସ୍ତ ମଡେଲର ଲକ୍ଜରି କାର ରହିଛି ।

୪. ଧୋନୀଙ୍କୁ ପିଲା ବେଳରୁ ବାଇକର ବହୁତ ଅଧିକ ସଉକ ରହିଛି । ନିଜ ବାଇକ କଲେକ୍ସନ ପାଇଁ ଧୋନୀ ଏକ ସେପାରେଟ ଗ୍ଯାରେଜ ରଖିଛନ୍ତି । ଏହି ଗ୍ୟାରେଜରେ ଦୁନିଆର ମହଙ୍ଗା ବାଇକ କଲେକ୍ସନ ରହିଛି । ଏହି ସବୁ ବାଇକର ମୂଲ୍ୟ କୋଟି କୋଟି ଟଙ୍କାର ଅଟେ ।

୫. ଧୋନୀଙ୍କୁ ଫୁଟବଲ ଖେଳିବା ପାଇଁ ବହୁତ ଭଲ ଲାଗେ । ଯାହାଫଳରେ ଧୋନୀ ଚେନାଇର ଏକ ଫୁଟବଲ କ୍ଲବ ଚେନାଇନ ଏଫସିକୁ କିଣି ଦେଇଛନ୍ତି । ଏହି ଫୁଟବଲ କ୍ଲବରେ ଧୋନୀଙ୍କ ପାର୍ଟନର ଅଛନ୍ତି ବଲିଉଡ ଷ୍ଟାର ଅଭିଷେକ ବଚନ । ଏହି ଫୁଟବଲ କ୍ଲବରୁ ପ୍ରତି ବର୍ଷ ଧୋନୀ ପାଖା ପାଖି ୫୦ କୋଟି ଟଙ୍କା କମାଇ ଦିଅନ୍ତି ।

୬. ଧୋନୀ ସେଭେନ ବ୍ରାଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସେଡର ଅଟନ୍ତି । ଏହି କମ୍ପାନୀ ସ୍ପୋର୍ଟ୍ସ ୱେର ଓ ଫୁଟୱେର ବନେଇ ଥାଏ । ଏହି କମ୍ପାନୀରେ ଧୋନୀ ୧୫୦ କୋଟି ଟଙ୍କା ବ୍ୟୟ କରିଛନ୍ତି । ଏହି ବ୍ରାଣ୍ଡରୁ ଧୋନୀ ପାଖା ପାଖି ୪୦ ରୁ ୫୦ କୋଟି ଟଙ୍କା କମାଇ ନିଅନ୍ତି । ତେବେ ବନ୍ଧୁଗଣ ଏହା ଥିଲା ଧୋନୀଙ୍କର କିଛି ସମ୍ପତ୍ତି ଜନିତ ତଥ୍ୟ । ଧୋନୀଙ୍କ ମୋଟ ସମ୍ପତି ୬୫ ମିଲିୟନ ଡଲାର ମାନେ ୪୩୧ କୋଟି ୭୯ ଲକ୍ଷ ଟଙ୍କା ଅଟେ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *