ନିଶ୍ୱାସ ଧୀରେ ଧୀରେ ନେଉଛି Rahul, ବିଗୁଡୁଛି ସ୍ବାସ୍ଥ୍ୟବସ୍ଥା, ଖୁବ ଶୀଘ୍ର ଅପେକ୍ଷାର ହେବ ଅନ୍ତ, ବାହାରିବ ରାହୁଲ, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ରାହୁଲ ଆଖି ମିଟିମିଟି କରୁଛି । ସେ ନିଶ୍ଵାସ ମଧ୍ୟ ଧୀରେ ଧୀରେ ନେଉଛି । ରାହୁଲ ର ଶରୀର ଧୀରେ ଧୀରେ ନିସ୍ତେଜ ହେବାରେ ଲାଗିଛି । ସେ ରାତିରୁ କିଛି ମଧ୍ୟ ଖାଇ ନାହିଁ । କେମିତି ଜୀବନ ଧରି ରହିଛି ରାହୁଲ ? ୮୦ ଘଣ୍ଟା ଧରି ରାହୁଲ ପଥର ତଳେ, ପ୍ରତିକୂଳ ପରିସ୍ଥିତି ରେ ରାହୁଲ ଜୀବନ ସହିତ ସଂଘର୍ଷ କରିଚାଲିଛି । ଅନୁଭବି NDRF ଏବଂ HDRF ର ଯବାନ ମାନେ ସୁଢଙ୍ଗ ରେ ପଥର କାଟି କାଟି ରାହୁଲ ପାଖରେ ପହଞ୍ଚିବାକୁ ଚେଷ୍ଟା କରୁଛନ୍ତି ।

ପଥରର କଠିନ ଆସ୍ତରଣ ସେମାନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ୪ ଫୁଟ ଓସାରର ବଡ ପଥର କାଟିବାକୁ ଚେଷ୍ଟା ଚଳାଇଛନ୍ତି । ଯାହା ମଧ୍ୟ ହେଉ ଲକ୍ଷ ଏକ ରାହୁଲ କୁ କିଭଳି ଉଦ୍ଧାର କରିବା । ମାତ୍ର ମନକୁ ଗୋଟିଏ ମାତ୍ର ପ୍ରଶ୍ନ ଆସୁଛି ଯେ ରାହୁଲ ଭଳି ଜଣେ ମାନସିକ ଅନପ୍ରସ ଶିଶୁ ଏତେ ସମୟ ଧରି କିଭଳି ପଥରର ଆସ୍ଥରଣ ତଳେ ରହିଅଛି ।

ସତରେ ଦଣ୍ଡେ ନିମିଷ ଥିଲେ ପ୍ରାଣ ନେଇ ନ ପାରେ ଜନ୍ତୁରାଣ । ରାହୁଲ ସୁରକ୍ଷିତ ଉଦ୍ଧାର ହେଉ ଏହା ସମସ୍ତଙ୍କ କାମନା । ଡାକ୍ତର ଟିମ ସୁଡଙ୍ଗ ତଳେ ରାହୁଲ ଙ୍କ ପାଖରେ ପହଁଞ୍ଚିଛି । କିଛି ସମୟ ପରେ ରାହୁଲ କୁ ଉଦ୍ଧାର କରି ବାହାରକୁ ଆଣିବା ଲାଗି ବ୍ୟବସ୍ଥା କରାଯାଉଅଛି । ରାହୁଲ ଙ୍କ ପାଖରୁ ମାତ୍ର ୨ ଫୁଟ ଦୂରରେ ରହିଛନ୍ତି ଉଦ୍ଧାରକାରୀ ଦଳ ।

କିଛି ସମୟ ର ଅପେକ୍ଷା ରାହୁଲ ଙ୍କ ମା’ ଙ୍କ ର ଅବସ୍ଥା ଭଲ ନାହିଁ । କିନ୍ତୁ ବାପା ଙ୍କର ଆଶା ଯେ ରାହୁଲ ନିଶ୍ଚିତ ଫେରି ଆସିବେ । ସମସ୍ତଙ୍କ ପ୍ରାର୍ଥନା ରାହୁଲ ଙ୍କୁ ମୃ-ତ୍ୟୁ ମୁଖରୁ ଫେରାଇ ଆଣିବ । ଛତିଶଗଡ ରେ ରାହୁଲ ରହିଥିବା ଅଞ୍ଚଳରେ ଚାରିଆଡେ କଠିନ ପଥର ସବୁ ରହିବା କାରଣରୁ ୫ ଦିନ ହେବ ଉଦ୍ଧାର କାର୍ଯ୍ୟ ଚାଲିଅଛି । ମାତ୍ର ସୂଚନା ଅନୁଯାୟୀ ଆଉ ଅଳ୍ପ ବିଳମ୍ବ ପରେ ରାହୁଲ ଉଦ୍ଧାର ହୋଇ ବାହାରକୁ ଆସିବେ ।

ରାହୁଲ ଙ୍କ ମା ଙ୍କର ଆଉ ଧର୍ଯ୍ୟ ନାହିଁ । ଯେତେହେଲେ ବି ମା’ ମନ ସହଜରେ ସମ୍ଭାଳୁ ନାହିଁ । ଭଗବାନ ଙ୍କ ନିକଟରେ ପ୍ରାର୍ଥନା ଯେ ରାହୁଲ ଯଥାଶୀଘ୍ର ଉଧାର ହୋଇ ଜାଆନ୍ତୁ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *