ଧୀରେ ଧୀରେ ଖୋଲୁଛି ସବୁ ଗୁମର ! Archana ର ସ୍ଵାମୀ ପାଠ ପଢିଛି +୨ ଯାଏଁ, ହେଲେ deha ବେପାରର ସ୍ତ୍ରୀ ରଖିଛି PHD ଡିଗ୍ରୀ

ବନ୍ଧୁଗଣ, ସୂଚନା ଅନୁଯାୟୀ ଅର୍ଚ୍ଚନା ଙ୍କ ସ୍ଵାମୀ ଙ୍କ ଶିକ୍ଷାଗତ ଯୋଗ୍ୟତା +୨ ପାସ । ଏହାପରେ ଦିଲ୍ଲୀ ରେ ଏକ ଘରୋଇ କମ୍ପାନୀ ରେ କାମ କରୁଥିଲା ଜଗବନ୍ଧୁ । ଏହା ପରେ ଗୋଟିଏ ଫାଇନାନ୍ସ କମ୍ପାନୀ ରେ କାମ କରିବା ସହିତ କିଛି ସହଯୋଗୀ ସହିତ ମିଶି ଭୁବନେଶ୍ବରରେ ପାର୍ଟନରସିପରେ ଆରମ୍ଭ କରିଥିଲା ପୁରୁଣା ଗାଡି ସୋ ରୁମ । ଏହା ମଧ୍ୟରେ କଳାହାଣ୍ଡି ଜିଲ୍ଲା ର ଅର୍ଚ୍ଚନା ନାଗ ଙ୍କୁ ବିବାହ ମଧ୍ୟ କରିନେଲା ।

ବିବାହ କୁ ନେଇ ପରିବାର ଲୋକଙ୍କର ମନାନ୍ତର ହୋଇଥିଲା । ଆଉ ସେବେଠାରୁ କୌଣସି ସମ୍ପର୍କ ରଖି ନାହାଁନ୍ତି ବୋଲି କହିଛନ୍ତି ତାଙ୍କ ପରିବାର ଲୋକେ । ତେବେ ଜଗବନ୍ଧୁ ଭୁବନେଶ୍ବର ରେ ଗୋଟିଏ ଆଲିଶାନ ଘରେ ରହୁଥିବା ବେଳେ, ବାପା ମା’ କିନ୍ତୁ ରହୁଛନ୍ତି ଝୁମ୍ପୁଡି ଘରେ । ଏହି ଘଟଣା ପ୍ରଘଟ ହେବା ପରେ ଜଗବନ୍ଧୁ ଙ୍କ ପୈତୃକ ଗାଁ ବାଉଁଶବଣିରେ ଯାହା ଦୃଶ୍ୟ ଦେଖିବାକୁ ମିଳିଥିଲା ତାହା ହୋସ ଉଡାଇ ଦେଇଥିଲା ।

ସାଧାରଣ +୨ ପାସ କରି ଜଗବନ୍ଧୁ କିଭଳି ନିଜ ସ୍ତ୍ରୀ ଅର୍ଚ୍ଚନା ଙ୍କ ସହିତ ମିଶି ଏତେ ବଡ ବଙ୍ଗଳା ତିଆରି କରିଦେଲେ ତାହା ହେଉଛି ବଡ ପ୍ରଶ୍ନ । ଆଉ ଏ ସମସ୍ତ ପଛରେ କାହାର ସାତିର ଦିମାଗ ଅଛି ତାହା ମଧ୍ୟ ଏକ ରୋଚକ ବିଷୟ । ଅର୍ଚ୍ଚନା ଏବଂ ଜଗବନ୍ଧୁ ଙ୍କୁ ଦେଖିଲେ ଲାଗିବ ନିହାତି ସେମାନେ ଏକ ଭଦ୍ର ଘରର ବ୍ୟକ୍ତି ।

କିନ୍ତୁ ତାଙ୍କର କାମ ଯେ କେତେ ଅଶ୍ଳ-ଇଳ ତାହା ବର୍ତ୍ତମାନ ପ୍ରମାଣ ହୋଇ ସାରିଛି । ଅର୍ଚ୍ଚନା କିଭଳି ଭାବରେ ସୋ-ସି-ଆ-ଲ ମି-ଡି-ଆ ରେ ବନ୍ଧୁତ୍ଵ ସ୍ଥାପନ କରି, ତଥା ନିଜ ସ୍ଵାମୀ ଙ୍କର ଫେକ ଫଟୋ ସବୁ ଦେଖାଇ ଟଙ୍କା ଲୁଟୁଥିଲେ ତାହା ବର୍ତ୍ତମାନ ଦାଣ୍ଡରେ ପଡି ହାଟରେ ଗଡିଲାଣି । ଅନ୍ୟ ପଟରେ ଅର୍ଚ୍ଚନା କିଭଳି ଭାବରେ ନିଜର ବୁଦ୍ଧି କୁ ପ୍ରୟୋଗ କରି ଅନେକ ଲୋକଙ୍କୁ ଫସାଇ ଥିଲେ ତାହା ମଧ୍ୟ ଅନେକ ଲୋକଙ୍କ ହୋସ ଉଡାଇ ଦେଉଛି ।

ତେବେ ସୂଚନା ଅନୁଯାୟୀ ସ୍ଵାମୀ ସ୍ତ୍ରୀ ଙ୍କର ଏହି ପ୍ଳାନରେ ଅନେକ ଫସିଛନ୍ତି । ଆଉ ଅନେକ ଫସିବା ପରେ ବର୍ତ୍ତମାନ ଗୋଟି ଗୋଟି କଥା ସାମ୍ନା କୁ ଆସୁଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *