ଠକେଇ ମାମଲାରେ Mumbai Airport ରେ ଧରା ପଡିଲେ ଅଭିନେତ୍ରୀ Jacqueline Fernandez, ଇଣ୍ଡିଆ ଛାଡି ଖସି ପଲାଉଥିଲେ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଜ୍ୟାକଲିନ ଫର୍ନାଣ୍ଡିଜ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଜ୍ୟାକଲିନଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ ।

ଜ୍ୟାକଲିନ ମିସ ଶ୍ରୀଲଙ୍କାର ଟାଇଟେଲ ଜିତିବା ପରେ ବଲିଉଡ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ବଲିଉଡର ଅନେକ ଦିଗଜ ଅଭିନେତାଙ୍କ ସହ କାମ କରି ସେ ସଫଳତା ପାଇଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ଜ୍ୟାକଲିନ । ହେଲେ ବନ୍ଧୁଗଣ ବର୍ତ୍ତମାନ ଜ୍ୟାକଲିନଙ୍କ ସହ ଜଡିତ ଏକ ହୋସ ଉଡେଇଲା ଭଳି ଖବର ସାମ୍ନାକୁ ଆସୁଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବିମାନ ବନ୍ଦରରେ ଅଭିନେତ୍ରୀ ଜ୍ୟାକଲିନ ଫର୍ନାଣ୍ଡିଜଙ୍କୁ ଅଟକ ରଖାଯାଇଛି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଜ୍ୟାକଲିନ ଫର୍ନାଣ୍ଡିଜଙ୍କ ବିରୋଧରେ ଲୁକ୍ ଆଉଟ ସର୍କୁଲା ଜାରି କରାଯାଇଛି । ଦୁବାଇର ଏକ ସୋରେ ଯୋଗ ଦେବାକୁ ଗତ କାଲି ମୁମ୍ବାଇ ବିମାନ ବନ୍ଦରରେ ପହଞ୍ଚି ଥିଲେ ଜ୍ୟାକଲିନ ।

ହେଲେ ବିମାନ ବନ୍ଦରରେ ଅଧିକାରୀ ମାନେ ତାଙ୍କୁ ଅଟକାଇ ଥିଲେ । ତେବେ ବର୍ତ୍ତମାନ ଜ୍ୟାକଲିନଙ୍କୁ ଦିଲ୍ଲୀ ନିଆଯାଇ ପଚରା ଉଚରା କରାଯିବ ବୋଲି ଜଣା ପଡିଛି । ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସୁକେଶ ଚନ୍ଦ୍ର ଶେଖର ଓ ଅନ୍ୟ ମାନଙ୍କ ନାଁରେ ଇଡି ଦିଲ୍ଲୀ ହାଇ କୋର୍ଟରେ ଚାର୍ଟ ସିଟ ଦାଖଲ କରିଛି । ତିହାର ଜେଲରେ ଥାଇ ଜଣେ ବ୍ୟବସାୟୀଙ୍କ ପତ୍ନୀଙ୍କ ଠାରୁ ୨୦୦ କୋଟି ଟଙ୍କା ଆଦାୟ କରିଥିବାର ଅଭିଯୋଗ ସୁକେଶଙ୍କ ବିରୋଧରେ ହୋଇଛି ।

ସୁକେଶଙ୍କ ଓ ଜ୍ୟାକଲିନଙ୍କ ଆକାଉଣ୍ଟରୁ ଟଙ୍କା କାରବାର ନେଇ ସୁରାଗ ମିଳିଛି । ଏପରିକି ଜ୍ୟାକଲିନଙ୍କୁ ସୁକେଶ ଏକ ୫୨ ଲକ୍ଷ ଟଙ୍କାର ଘୋଡା ଓ ୯ ଲକ୍ଷ ଟଙ୍କାର ଏକ ବିଲେଇ ଦେବା ସମେତ ୧୦ କୋଟି ଟଙ୍କାର ଉପହାର ଦେଇଥିବା ଇଡି ଚାର୍ଟ ସିଟରେ ଦାଖଲ କରିଛି । ଏହି ମାମଲାରେ ଅଭିନେତ୍ରୀ ନୋରା ଫତେହୀଙ୍କ ନାଁ ବି ରହିଛି କାରଣ ନୋରାଙ୍କୁ ସୁକେଶ ଏକ ଦାମୀ କାର ଦେଇଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *