ଧରା ପଡିଲା ଆମେରିକା, ଋଷ ଠାରୁ କିଣୁଥିଲା ତେଲ, ଭାରତ ଵି ଆଶ୍ଚର୍ଯ୍ୟ…

ନମସ୍କାର ବନ୍ଧୁଗଣ ତେବେ ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆମେରିକା-ଭାରତ ମଧ୍ୟରେ ଚାଲିଛି କଥା କଟାକଟି । ରୁଷ-ୟୁକ୍ରେନ ଯୁଦ୍ଧ ଉପରେ ଭାରତ ନିଜର ପକ୍ଷ ସ୍ପଷ୍ଟ ନକରିବା ସହ ରୁଷରୁ ତେଲ କିଣୁଥିବାରୁ ଏହାକୁ ନେଇ ଖପ୍ପା ରହିଛି ଆମୋରିକା । ଅନେକ ଥର ରୁଷକୁ ସମର୍ଥନ ନକରିବା ଓ ତେଲ ନକିଣିବା ପାଇଁ ଆମେରିକା ଭାରତକୁ କହିଥିବା ‌ବେଳେ ଏବେ ପୁଣି ଥରେ ଆମେରିକାର ରାଷ୍ଟ୍ରପତିଙ୍କ କାର୍ଯ୍ୟଳୟ ଭାରତକୁ ଉପଦେଶ ଦେଇଛି ।

ହ୍ବାଇଟ ହାଉସର ଗଣମାଧ୍ୟମ ସଚିବ ଜେନ ପସାକି କହିଛନ୍ତି ଯେ, ରୁଷରୁ ତେଲ ଏବଂ ଅନ୍ୟାନ୍ୟ ସାମଗ୍ରୀର ଆମଦାନୀକୁ ତ୍ୱରାନ୍ୱିତ କିମ୍ବା ବୃଦ୍ଧି କରିବା ଭାରତ ପାଇଁ ଭଲ ବୋଲି ଆମେ ଭାବୁନାହୁଁ । ଏଭଳି କଲେ ଭାରତକୁ କୌଣସି ଲାଭ ମିଳିବ ନାହିଁ । ତେବେ କମ ମୂଲ୍ୟରେ ରୁଷ ଭାରତକୁ ତେଲ ଯୋଗାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରୁଷ ଭାରତକୁ ବ୍ୟାରେଲ ପିଛା ୩୫ଡଲାର ପର୍ଯ୍ୟନ୍ତ ରିହାତି ପ୍ରଦାନ କରୁଛି ।

ରୁଷ ଉପରେ ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ ରୁଷର ଡଲାରରେ କାରବାର କରିବା ସମ୍ଭବ ନୁହେଁ, ତେଣୁ ଉଭୟ ଦେଶ ଅନ୍ୟାନ୍ୟ ଦେୟ ପଦ୍ଧତି ଉପରେ ଆଲୋଚନା କରୁଛନ୍ତି । ତେବେ ଅନ୍ୟ ପକ୍ଷରେ ଭାରତକୁ ମନା କରି ନିଜେ ତେଲ କିଣି ଗଚ୍ଛିତ ରଖୁଛି କି ରୁଷ? ରୁଷର ଜଣେ ଅଧିକାରୀ ଆମେରିକାକୁ ନେଇ କରିଥିବା ଖୁଲାସା ପରେ ଏଭଳି ପ୍ରଶ୍ନ ସମସ୍ତଙ୍କ ମନରେ ।


ରୁଷର ଜଣେ ଅଧିକାରୀ କହିଛନ୍ତି ଯେ ଗୋଟିଏ ପଟେ ଆମେରିକା ରୁଷରୁ ବିପୁଳ ପରିମାଣର ତୈଳ କ୍ରୟ କରି ନିଜର ତୈଳ ଭଣ୍ଡାର ଭରୁଛି ଏବଂ ଅନ୍ୟ ପଟେ ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଦର୍ଶାଇ ଅନ୍ୟ ଦେଶକୁ ରୁଷରୁ ତେଲ ନକିଣିବାକୁ ଚାପ ପକାଉଛି । ତେବେ ରବିବାର ରୁଷର ସୁରକ୍ଷା ପରିଷଦର ଉପସଚିବ ମିଖାଇଲ ପୋପୋଭ ରୁଷର ଗଣମାଧ୍ୟମକୁ କହିଛନ୍ତି ଯେ, ଗତ ସପ୍ତାହରେ ଆମେରିକା ରୁଷରୁ ଅଶୋଧିତ ତୈଳ କ୍ରୟକୁ ୪୩ ପ୍ରତିଶତ ବୃଦ୍ଧି କରିଛି ।

ଅର୍ଥାତ୍ ଆମେରିକା ରୁଷରୁ ପ୍ରତିଦିନ ଶହେ ହଜାର ବ୍ୟାରେଲରୁ ଅଧିକ ଅଶୋଧିତ ତୈଳ କିଣୁଛି । ଚାଇନାର ଖବରକାଗଜ ଗ୍ଲୋବାଲ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ରୁଷର ଅଧିକାରୀ କହିଛନ୍ତି ଯେ, ଆମେରିକା ତୈଳ ସହ ଅନ୍ୟ ଜରୁରୀ ଜିନିଷ ରୁଷଠାରୁ କିଣିବା ପାଇଁ ଅନୁମତି ଦେଇଛି ।


ତେବେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସ ପାଇଁ ୟୁରୋପ ରୁଷ ଉପରେ ନିର୍ଭରଶୀଳ । ଏହା ଜାଣିବା ପରେ ବି ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନେ ରୁଷ ତେଲ ଉପରେ ପ୍ରତିବନ୍ଧକ ଲଗାଇବା ବିଷୟରେ କହୁଛନ୍ତି । କାରଣ ରୁଷ ତେଲ ଉପରେ ପ୍ରତିବନ୍ଧକ ଲଗାଇବାକୁ ଉଭୟ ଆମେରିକା ଏବଂ ବ୍ରିଟେନ୍ ଉପରେ ଚାପ ରହିଛି ।

ଏଥିପାଇଁ ବ୍ରିଟେନ ବର୍ଷ ଶେଷ ସୁଦ୍ଧା ରୁଷର ତେଲ ଉପରେ ଥିବା ନିର୍ଭରଶୀଳତାକୁ ପର୍ଯ୍ୟାୟକ୍ରମେ ଶେଷ କରିବ ବୋଲି କହିଛି । ଅନ୍ୟପକ୍ଷରେ ଏପ୍ରିଲ ୨୨ ସୁଦ୍ଧା ରୁଷରୁ ତୈଳ ଓ କୋଇଲା ଆମଦାନୀ ବନ୍ଦ କରିବ ବୋଲି ଆମେରିକା କହିଛି । ତେବେ ଆମେରିକା ର ଏହି କାମ ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *