Vastu Shastra – ଧନତେରସ ଦିନ ଘରକୁ ଆଣନ୍ତୁ ଏହି 10ଟି ଜିନିଷ, ମାତା ଲକ୍ଷ୍ମୀ ଙ୍କ କୃପାରୁ ଧନ ଧାନ୍ୟରେ ଭରିଯିବ ଘର, ହେବେ ମାଲାମାଲ

ବନ୍ଧୁଗଣ ବର୍ତ୍ତମାନ ଧନତେରସ ଓ ଦୀପାବଳି ପର୍ବ ଆସୁଛି । ଏହି ଦୁଇ ପର୍ବ ଧନ ସହିତ ଜଡିତ ଅଟେ । ସେଥିପାଇଁ ଏହି 2 ଦିନ କରା ଯାଇଥିବା କାମ ଆମ ଧନକୁ ବୃଦ୍ଧି କରାଇଥାଏ । ଏହି କାରଣ ଅଟେ ମା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନ କେତେ କଣ ଉପାୟ କରିଥାନ୍ତି । ଜ୍ଯୋତିଷ ଓ ତନ୍ତ୍ର ଶାସ୍ତ୍ରରେ କିଛି ଏମିତି ଜିନିଷ ବିଷୟରେ କୁହାଯାଇଛି ଯାହାକୁ ଘରକୁ ଏହି ଦିନରେ ଆଣିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଆଉ ଘରେ ଧନର ଆଗମନ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା କିଛି ଏମିତି ବସ୍ତୁ ଯାହାକୁ ଆପଣ ଦୀପାବଳି ବା ଧନତେରସ ଦିନ ଘରେ ସ୍ଥାପିତ କରିଦେବେ ତ ଆପଣଙ୍କ ଘରେ 100 ବର୍ଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବ ନାହିଁ ।

୧. ଲୁଣ – ଅନେକ ଲୋକ ଧନତେରସ ଦିନ ସୁନା, ରୂପା ପିତ୍ତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି କିନ୍ତୁ ଏହା ବଦଳରେ ଯଦି ଆପଣ ଗୋଟିଏ ଲୁଣ ପକେଟ ଧନତେରସ ଦିନ ଘରକୁ ଆଣିବେ ତା ହେଲେ ଆପଣଙ୍କର ଧନରେ ବୃଦ୍ଧି ଘଟିବ । କାରଣ ଲୁଣ ଆପଣଙ୍କୁ ସାମାନ୍ୟ ଲାଗୁଥିବ କିନ୍ତୁ ଲୁଣର ସମ୍ବନ୍ଧ ମାତା ଲକ୍ଷ୍ମୀ ଙ୍କ ସହିତ ଥାଏ ।

୨. ହଳଦୀ – ଆପଣ ଯଦି ଧନତେରସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବେ ଆପଣଙ୍କର ବହୁତ ଶୁଭ ହୋଇଥାଏ ଓ ଆପଣଙ୍କ ଭାଗ୍ୟରେ ପରିବର୍ତ୍ତନ ଘଟିଥାଏ ।

୩. ଗୋମତୀ ଚକ୍ର – ଗୋମତୀ ଚକ୍ର ଆପଣଙ୍କୁ ମାରକେଟ ରେ ବହୁତ ସହଜରେ ମିଳିଯିବ । ଯଦି ଆପଣ ଏହାକୁ ଧନତେରସ ଦିନ ଘରକୁ ଆଣିବେ ତା ହେଲେ ଆପଣଙ୍କ ଧନ ଧାନ୍ୟରେ ବୃଦ୍ଧି ଘଟିବ ।

୪. ଶ୍ରୀ ଜନ୍ତ୍ର ଓ କୁବେର ଜନ୍ତ୍ର – ଯଦି ଆପଣ ଧନତେରସ ଦିନ ଶ୍ରୀ ଯନ୍ତ୍ର ଓ କୁବେର ଯନ୍ତ୍ର ଘରକୁ ଆଣିବେ ତେବେ ଆପଣଙ୍କର ଧନରେ ବୃଦ୍ଧି ଘଟିବ ।

୫. ରୂପାରେ ତିଆରି ମା ଲକ୍ଷ୍ମୀ ବା ଗଣେଶ ଭଗବାନଙ୍କ ମୂର୍ତ୍ତି – ଧନତେରସ ଦିନ ବିଧି ବିଧାନତରେ ପୂଜା କରିବା ପରେ ରୂପାରେ ତିଆରି ମା ଲକ୍ଷ୍ମୀ ଓ ଗଣେଶ ଭଗବାନଙ୍କ ମୁର୍ତି ଘରେ ସ୍ଥାପିତ କରନ୍ତୁ । ଏହା କରିବା ଦ୍ଵାରା ଘରେ କେବେ ବି ଧନର ଅଭାବ ହୋଇ ନଥାଏ । ଆଉ ଘରେ ସୁଖ ଶାନ୍ତିର ବାସ ହୋଇଥାଏ ।

୬. ଲଘୁ ନଡିଆ – ଏହି ନଡିଆ ସାମାନ୍ଯ ନଡିଆ ଠାରୁ ଟିକେ ସାନ ହୋଇଥାଏ । ଏହାକୁ ଶ୍ରୀ ଫଳ ବି କୁହାଯାଏ ଅର୍ଥାତ ମା ଲକ୍ଷ୍ମୀ ଙ୍କ ଫଳ । ଧନତେରସ କିମ୍ବା ଦୀପାବଳି ଦିନ ପୂଜା କରିବା ପରେ ଏହି ନଡିଆକୁ ଲାଲ କପଡାରେ ବାନ୍ଧି ଏମିତି ଜାଗାରେ ରଖି ଦିଅନ୍ତୁ ଯେଉଁଠି ସମସ୍ତଙ୍କର ଆଖି ନ ପଡିବ । ଏମିତି କରିବା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ଓ ଆପଣଙ୍କ ଘରେ ବାସ କରିଥାନ୍ତି ।

୭. ମାତା ଲକ୍ଷ୍ମୀ ଙ୍କ ଚରଣ ପାଦୁକା – ଧନତେରସ କିମ୍ବା ଦୀପାବଳି ଦିନ ରୂପାର ମା ଲକ୍ଷ୍ମୀ ଙ୍କ ଚରଣ ପାଦୁକାକୁ ଘରେ ସ୍ଥାପନ କରନ୍ତୁ ଓ ପ୍ରତିଦିନ ତାହାର ପୂଜା କରନ୍ତୁ । ଯଦି ଆପଣ ରୂପାର ଆଣି ପାରୁ ନାହାଁନ୍ତି ତା ହେଲେ ଆପଣ କୌଣସି ବି ଚରଣ ପାଦୁକା ସ୍ଥାପନ କରନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ବିଶେଷ କୃପା ଆପଣଙ୍କୁ ପ୍ରାପ୍ତି ହୋଇଥାଏ ।

୮. କଉଡି – ଏହି ଜିନିଷ ଦେଖିବାକୁ ତ ବହୁତ ସାମାନ୍ଯ ଅଟେ କିନ୍ତୁ ଏହାର ପ୍ରଭାବ ବହୁତ ଚମତ୍କାରୀ ଅଟେ । ଏହାକୁ ମାତା ଲକ୍ଷ୍ମୀ ଙ୍କର ପ୍ରତୀକ ବୋଲି ମନାଯାଏ । ଧନତେରସ କିମ୍ବା ଦୀପାବଳି ଦିନ ଯଦି ଆପଣ ଏହାକୁ ପୂଜା ଘରେ କିମ୍ବା ସିନ୍ଧୁକରେ ସ୍ଥାପନା କରିଦେବେ ତେବେ ଆପଣଙ୍କ ଘରେ ଧନର ବର୍ଷା ହେବ ।

୯। ମୋତି ଶଙ୍ଖ- ମୋତି ଶଙ୍ଖ ଏକ ଦୁର୍ଲଭ ପ୍ରକାରର ଶଙ୍ଖ ଅଟେ । ତନ୍ତ୍ର ରେ ଏହି ଶଙ୍ଖର ବହୁତ ମହତ୍ଵ ରହିଛି । ଏହି ଶଙ୍ଖ ଦେଖିବାକୁ ବହୁତ ସୁନ୍ଦର ହୋଇଥାଏ ଓ ଧନକୁ ନିଜ ଆଡକୁ ଆକର୍ଷିତ କରିଥାଏ । ଯଦି ଆପଣ ଦୀପାବଳି କିମ୍ବା ଧନତେରସ ଦିନ ଏହାକୁ ଆପଣ ପୂଜା ଘରେ ସ୍ଥାପିତ କରିଦେବେ ତେବେ ଆପଣଙ୍କର ସବୁ ମନୋସ୍କାମନା ପୂରଣ ହୋଇଥାଏ ।

୧୦। ଏକାଖି ନଡିଆ – ଏହା ଏକ ଖାସ ପ୍ରକାରର ନଡିଆ ଅଟେ । ଏହି ନଡିଆ ଉପରେ ଆଖି ପରି ଏକ ଆକୃତି ଥାଏ । ଏହି କାରଣରୁ ଏହାକୁ ଏକାକ୍ଷୀ ବା ଏକ ଆଖି ଥିବା ନଡିଆ କୁହାଯାଏ । ଧନତେରସ କିମ୍ବା ଦୀପାବଳି ଦିନ ଏହାକୁ ଘରେ ସ୍ଥାପନା କରିବା ଦ୍ଵାରା ମଣିଷର ଭାଗ୍ୟ ଦେଖୁ ଦେଖୁ ବଦଳି ଯାଇଥାଏ ।

ଏହି ଟିପ୍ସ ଗୁଡିକ ଆପଣଙ୍କୁ ପସନ୍ଦ ଆସିଥିଲେ ଏହାକୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଏମିତି ବାସ୍ତୁ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *