“ଏତେ ଦିନ ପରେ ଆଜି ମୁଁ ବହୁତ ଖୁସି, କାରଣ ଆଜି ଦିନେଶ ମତେ ନେଇ…’ Deepika

ବନ୍ଧୁଗଣ, ସୂଚନା ଅନୁଯାୟୀ ଦୀପିକା କହିଛନ୍ତି ଯେ ପରବର୍ତ୍ତୀ ତାରିଖରେ ବୋଧ ହୁଏ ଦିନେଶ ଆସିବେ ଏବଂ ସେହିଦିନ ଦେଖାଯିବ କ’ଣ ହେବ ? ଏହା ସହିତ କହିଛନ୍ତି ଯେ ସେ ନିଶ୍ଚିତ ଭାବରେ ସନ୍ତୁଷ୍ଟ ଅଛନ୍ତି କାରଣ ଯେଉଁ ମହିଳା କମିଶନର ମାଡାମ ଅଛନ୍ତି ସେ ଯାହା ଡିସିସନ ଶୁଣାଇଛନ୍ତି ସେଥିରେ ସେ ସନ୍ତୁଷ୍ଟ ଅଛନ୍ତି । ଏବଂ ସେ ଯାହା ମଧ୍ୟ କରିଛନ୍ତି ତାହା ସମ୍ବନ୍ଧରେ ଆଉ କିଛି କହିବାର ନହିଁ ।

ଓକିଲ ଙ୍କ କାମ ତ କୋର୍ଟ ରେ କିନ୍ତୁ ଯେହେତୁ ଦିନେଶ ଆସିପାରି ନଥିଲେ, ସେ ସେହି ସମ୍ବନ୍ଧରେ କହିଛନ୍ତି । ମହିଳା କମିଶନର ମାଡାମ ଯାହା ମଧ୍ୟ କହିଛନ୍ତି ସେହି ନିଷ୍ପତ୍ତି ଙ୍କୁ ନେଇ ଦୀପିକା ବହୁତ ଖୁସି ଅଛନ୍ତି । ମାତ୍ର ଆଗକୁ ଦେଖାଯାଉ ଯେ ପରବର୍ତ୍ତୀ ତାରିଖରେ କେଉଁ ସମାଧାନ ହେଉଛି ? ଉଭୟ ରହିଲେ ହିଁ କାଊଁସିଲିଙ୍ଗ ହେବ ।

ଆଉ ମଧ୍ୟ କହିଛନ୍ତି ଯେ ମୋର ପ୍ରୋବ୍ଲେମ ଥିଲା ବୋଲି ମୁଁ ବସିଥିଲି ମାତ୍ର ମୋତେ କେହି କହିନଥିଲେ ଯେ ଧାରଣାରେ ବସେ ବୋଲି । ଦୀପିକାଙ୍କୁ ମିଡିଆ ଭାଇମାନେ ପଚାରିଲେ ଯେ ଏବେ ଧାରଣାରେ କାହିଁକି ବସିଛନ୍ତି ସମାଧାନ ତ ହେଲା ? ଏହାପରେ ଦୀପିକା ରାଗିଜାଇ କହିଲେ ଯେ ମୋ ସ୍ଵାମୀ ବର୍ତ୍ତମାନ ପର୍ଯ୍ୟନ୍ତ ଆସିଛନ୍ତି କି ? ଆପଣ ମାନେ ତ ଏ ପର୍ଯ୍ୟନ୍ତ ଅଛନ୍ତି ତେବେ କୁହନ୍ତୁ ମୋ ସ୍ଵାମୀ ଏ ପର୍ଯ୍ୟନ୍ତ ଆସିଲେଣି କି ?

ଯଦି ନାହିଁ ତେବେ କିଭଳି ସମାଧାନ ହେଲା ? ମାତ୍ର ମାଡାଙ୍କ ସାଙ୍ଗେ ଯାହା ଆଲୋଚନା ହୋଇଛି ତାହା ତାଙ୍କ ମଧ୍ୟରେ ସୀମିତ ଏବଂ କମିଶନର ମାଡାମ ଯାହା ଆଶା ଦେଖାଇଛନ୍ତି  ତେବେ ସେ ନିଶ୍ଚିତ ଭାବରେ ନ୍ୟାୟ ପାଇବେ ବୋଲି ତାଙ୍କ ଆଶା ରହିଛି । ଏହିଭଳି କହି ଦୀପିକା ବେସ ଖୁସ ଥିବାର ନଜର ଆସିଛି । ବର୍ତ୍ତମାନ ସମାଧାନ ର ରାସ୍ତା ବୋଧହୁଏ ଖୋଲିବ ଏବଂ ପୁଅ କୁ ବାପା ର ପରିଚୟ ସହିତ ସ୍ତ୍ରୀ କୁ ସ୍ଵାମୀ ର ଅଧିକାର ମଧ୍ୟ ନିଶ୍ଚିତ ଭାବରେ ମିଳିବ ।

ସବୁ କଥା କହି ଦୀପିକା ବହୁତ ଖୁସି ହେବା ସହିତ ଅତ୍ୟାଧିକ ଭାବୁକ ମଧ୍ୟ ହୋଇଯାଇଥିଲେ । ଅନେକ ଦିନରୁ ଦୀପିକା କରିଥିବା ଅପେକ୍ଷାର ଅନ୍ତ ହେବାକୁ ଯାଉଛି ଏବଂ ଆଶା ଅଛି ଯେ ନିଶ୍ଚିତ ଉଚିତ ସମାଧାନ ର ବାଟଟିଏ ବାହାରିବ ଏବଂ ନିଜ ସୁନାର ସଂସାର କୁ ନେଇ ସେମାନେ ଖୁସିରେ ଜୀବନ ଅତିବାହିତ କରିବେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *