T20 WC: ସେମି ଫାଇନାଲ ରେସ ହେଲା ଆହୁରି ରୋମାଞ୍ଚକର, 6 ଟିମ ମଧ୍ୟରେ ଜୋରଦାର ଟକ୍କର, ଜାଣନ୍ତୁ କିଏ କିଏ ଖେଳିବେ ସେମି ଫାଇନାଲ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମସ୍ତ ଖେଳରୁ କ୍ରିକେଟ ଖେଳ ଅନ୍ୟତମ ହୋଇଥାଏ । କ୍ରିକେଟ ପ୍ରେମୀ କ୍ରିକେଟ ଖେଳ ଦେଖିବାକୁ ବହୁତ ଆନନ୍ଦ ଓ ଉଲାଶର ସହ ଚାତକ ଭଳି ଚାହିଁଥାନ୍ତି । ଅଷ୍ଟ୍ରେଲିଆରେ ଜାରୀ ରହିଥିବା T20 ବିଶ୍ଵକପ ମ୍ଯାଚର ଏବେ ଅନ୍ତିମ ପର୍ଯ୍ୟାୟ ଆସିଯାଇଛି । ବହୁତ ଶୀଘ୍ର କ୍ରିକେଟ ପ୍ରେମୀଙ୍କୁ ଜଣା ପଡିବା ପାଇଁ ଯାଉଛି ସେହି ୪ ଟିମ୍ । ଯେଉଁ ମାନେ ଖେଳର କ୍ରିକେଟ ଦୁନିଆରେ ଆଗକୁ ଯାଇ ନିଜର ଜଲୱା ନିଜ କ୍ରିକେଟ ଫ୍ଯାନ ମାନଙ୍କୁ ସେମି ଫାଇନାଲରେ ଦେବେ ।

ପଏଣ୍ଟ ଟେବୁଲ ଅନୁସାରେ ଗୃପ – 1 ଓ ଗୃପ – 2 ରେ ଥିବା ଦଳ ମାନଙ୍କର ଖେଳର ଫଳାଫଳ ଦେଖିବାକୁ ମିଳୁଛି । ସେଥିରୁ ସୁସ୍ପଷ୍ଟ କରାଯିବ ଏହା କି ଯେ ଆଗାମୀ ସେମି ଫାଇନାଲରେ କେଉଁ ଦଳ ମାନେ ନିଜକୁ ଖେଳରେ ସାମିଲ କରି ସର୍ବ ଶେଷରେ ଖେଳରେ ବିଜଯ ଲାଭ କରିବେ । ଇଣ୍ଡିଆ ଟିମ୍ ର ୪ ଟି ମ୍ଯାଚରେ ୩ ଟିରେ ସଫଳତା ସହ ପଏଣ୍ଟ ୬ କରିଛନ୍ତି ।

ସାଉଥ ଆଫ୍ରିକା ୩ ମ୍ଯାଚରେ ୨ ରେ ସଫଳ ହେବା ସହ ୫ ପଏଣ୍ଟ କରିଛନ୍ତି । ଗୃପ – 2 ରୁ ଇଣ୍ଡିଆ ଓ ସାଉଥ ଆଫ୍ରିକା ୨ ଦଳ ଖେଳରେ ଏବେ ଭଲ ପଦର୍ଶନ କରିଛନ୍ତି । ଏହି ଗୃପରୁ ପାକିସ୍ତାନର ମଧ୍ୟ ସେମି ଫାଇନାଲରେ ଖେଳିବାର ସମ୍ଭାବନା ରହୁଛି । ଟିମ୍ ଇଣ୍ଡିଆକୁ ଜିମ୍ବାୱେ ସହିତ ୬ ତାରିଖରେ ଗୋଟିଏ ଖେଳ ଖେଳିବାର ବାକି ଅଛି । ସାଉଥ ଆଫ୍ରିକାର ମଧ୍ୟ ୨ ଗେମ ଖେଳିବାର ବାକି ଅଛି ।

ସାଉଥ ଆଫ୍ରିକାର ପାକିସ୍ତାନ ସହିତ ମ୍ଯାଚ ୩ ନଭେମ୍ବରକୁ ଶିଡ୍ନୀରେ ହେବାକୁ ଯାଉଛି । ସାଉଥ ଆଫ୍ରିକା ଆଉ ଏକ ମ୍ଯାଚ ୬ ନଭେମ୍ବର ନେଦରଲାଣ୍ଡ ବିପକ୍ଷରେ ହେବା ପାଇଁ ଯାଉଛି । ପାକିସ୍ତାନର ଗୋଟିଏ ସାଉଥ ଆଫ୍ରିକା ସହିତ ଅନ୍ୟ ଏକ ମ୍ଯାଚ ବାଙ୍ଗଲାଦେଶ ବିପକ୍ଷରେ ନଭେମ୍ବର ୬ ତାରିଖରେ ହେବା ପାଇଁ ଯାଉଛି ।

ଗୃପ -1 ରେ ନ୍ୟୁଜିଲାଣ୍ଡ ୪ ଟା ମ୍ଯାଚ ଖେଳିବା ସହ ୨ ଟାରେ ବିଜୟ ପ୍ରାପ୍ତ ସହ ୫ ପଏଣ୍ଟ ପାଇଅଛି । ଇଂଲଣ୍ଡ ମଧ୍ୟ ୪ ଟା ମ୍ଯାଚ ଖେଳିବା ୨ ଟାରେ ବିଜଯ ପ୍ରାପ୍ତ ସହ ୫ ପଏଣ୍ଟ ଅଧିକାର କରିଛି । ଅଷ୍ଟ୍ରେଲିଆ ମଧ୍ୟ ୪ ଟା ମ୍ଯାଚ ଖେଳିବା ସହ ୨ ଟାରେ ବିଜଯ ପ୍ରାପ୍ତ ସହ ୫ ପଏଣ୍ଟ ଅଧିକାର କରିଛି ।

ଶ୍ରୀଲଙ୍କା, ଆଫଗାନିସ୍ତାନ, ଆୟାରଲାଣ୍ଡ ଗୃପ – 1 ସେମି ଫାଇନାଲ ପାଇଁ ବାହାରି ଯାଇଛନ୍ତି । ସମସ୍ତ ଦଳରୁ କେତେକ ଦଳଙ୍କର ଖେଳ ସରିଯାଇଥିବା ବେଳେ ଅନ୍ୟ କେତୋଟି ଦଳଙ୍କର ଖେଳ ମଧ୍ୟ ଅନ୍ୟ ଦଳ ସହ ରହୁଛି । ତେଣୁ ଖେଳ ସାରିବା ପରେ ସଂପୂର୍ଣ୍ଣ ତଥ୍ୟ ସେମି ଫାଇନାଲ ପାଇଁ ଆସିଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍ କରନ୍ତୁ ।

Leave a Reply

Your email address will not be published. Required fields are marked *