ଦେଖନ୍ତୁ ଫିଲ୍ମରେ ଆମକୁ କେମତି ବୋକା ବନାଯାଏ ? ଯାହାକୁ ଆମେ ସତ ମାନି ନେଉ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ନିଶ୍ଚିତ ଭାବରେ ସିନେମା ଦେଖିବାକୁ ବହୁତ ପସନ୍ଦ କରୁଥିବେ ତେବେ ସେଠାରେ ଯେତେବେଳେ କୌଣସି ଆକ୍ସନ ସିନ କିମ୍ବା କୌଣସି ହିରୋ ହିରୋଇନ ଙ୍କ ଭିତରେ ରୋମାଣ୍ଟିକ ସିନ ଦେଖାଯାଏ ସେତେବେଳେ ଆପଣ ମାନେ ବହୁତ ଅଧିକ ଖୁସି ହୋଇ ଯାଇଥାନ୍ତି । ତେବେ ବର୍ତ୍ତମାନ ଅଭିନେତ୍ରୀ ମାନେ ବହୁତ ବୋଲଡ଼ ହୋଇ ଗଲେଣି ତେଣୁ ସେମାନେ ବର୍ତ୍ତମାନ ରୋମାଣ୍ଟିକ ସିନ କରିବାକୁ କୁଣ୍ଠାବୋଧ କରୁ ନାହାନ୍ତି ।


କିନ୍ତୁ ଆଜି ବି କିଛି ଅଭିନେତ୍ରୀ ଏହି ଭଳି ଅଛନ୍ତି ଯେଉଁ ମାନେ କିସିଙ୍ଗ ସିନ କରିବାରେ ଅସହଜ ଥାଆନ୍ତି କିନ୍ତୁ ସିନ ତ କରିବାକୁ ହୁଏ ତେଣୁ ସେମାନେ ଭିଏଫଏକ୍ସ ର ସାହାର୍ୟ୍ଯ ନେଇ ଥାନ୍ତି । ଅସଲରେ ଅଭିନେତା ଅଭିନେତ୍ରୀ ଦୁହେଁ ଅଲଗା ଅଲଗା ଏହି ସିନ କୁ ସୁତ କରିଥିଲେ ଏବଂ ସେମାନେ ଏକ ବଲ କୁ ବହୁତ ଜୋରରେ କିସ କରୁଥିଲେ ଏବଂ ତାକୁ ଭିଏଫଏକ୍ସ ମାଧ୍ୟମରେ ଦୁଇ ଜଣଙ୍କ ସିନ କୁ ଯୋଡି ଦିଆ ଯାଇଥାଏ ଯାହା ଦ୍ୱାରା ସେହି ସିନ ରେ ହିରୋ ହିରୋଇନ ସତରେ ରୋମାନ୍ସ କରୁଛନ୍ତି ବୋଲି ଲାଗିଥାଏ ।

ତେବେ ବାହୁବଳୀ ସିନେମା ରେ ଭଲ୍ଲାଲଦେବ ଏକ ଷଣ୍ଢ ସହ ଲଢୁଥିବାର ଦୃଶ୍ୟ ଦେଖାଯାଇଥିଲା । ତେବେ ଏହି ଦୃଶ୍ୟଟିକୁ ସିନେମାର ସବୁଠାରୁ ଭଲ ଦୃଶ୍ୟ ବୋଲି କୁହାଯାଇଛି । ଏହି ଦୃଶ୍ୟଟିର ସୁଟିଂ ସମୟରେ ଭିଏଫଏକ୍ସ ତଥା ଜିଜୁଏଲ ଇଫେକ୍ଟସର ବ୍ୟବହାର କରାଯାଇଛି ।

ପଦାରେ ପଡିଲା ‘ବାହୁବଳୀ’ର କାରନାମା !

ଜାଣନ୍ତୁ ସିନେମାରେ ଦେଖାଯାଇଥିବା ଷଣ୍ଢ ଲଢେଇର ରହସ୍ୟ ତେବେ ଏଥିରେ ଯେଉଁ ଷଣ୍ଢ ସହ ଭଲ୍ଲାଲଦେବ ଲଢୁଥିବାର ନଜର ଆସିଥିଲେ ତାହା ବାସ୍ତବ ନଥିଲା । ଯେତେବେଳେ ଷଣ୍ଢଟି ଦୌଡି ଦୌଡି ଭଲ୍ଲାଲଦେବ ନିକଟକୁ ଆସିଥିଲା ସେତେବେଳେ ଦର୍ଶକଙ୍କ ହୋସ୍ ଉଡିଯାଇଥିଲା ।

ଆପଣଙ୍କୁ ଆମେ ଏଠାରେ କହି ରଖୁଛୁ କି ଭଲ୍ଲାଲଦେବ ଯେଉଁ ଷଣ୍ଢ ସହ ଲଢିଥିଲେ ତାହା କାଳ୍ପନିକ ବା ଲୋକଙ୍କୁ ଭ୍ରମ କରିବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି । ଏଥିରେ ଭଲ୍ଲାଲଦେବ ପ୍ରଥମେ କେବଳ ଆକ୍ସନ ନେଇଥିଲେ ଆଉ ବାକି ସମସ୍ତ କମ୍ପ୍ୟୁଟର ଦ୍ୱାରା ରଚାଯାଇଥିଲା । ଅର୍ଥାତ୍ ଏହାପରେ ଭିଏଫଏକ୍ସ ସହାୟତାରେ ଏହି ଦୃଶ୍ୟଟିରେ ଷଣ୍ଢଟିକୁ ଯୋଡା ଯାଇଥିଲା ।


ତେବେ ସେହି ଭଳି ବ୍ୟଙ୍ଗ ବ୍ୟାଙ୍ଗ ସିନେମା ରେ ହ୍ରତିକ ରୋଶନ ନିଆ ଆଗରୁ ବହୁତ ଷ୍ଟାଇଲ ରେ ଚାଲିକି ଯାଉଥିଲେ ତେବେ ଏହା ମଧ୍ୟ ଭିଏଫଏକ୍ସ ଜରିଆରେ ସୁଟ କରା ଯାଇଥିଲା ଏହା ଛଡା ଧୂମ ୩ ରେ ମଧ୍ୟ ସେ ଯାଆଁଳା ଭାଇ ହେଉ କିମ୍ବା ବ୍ୟାଙ୍କ ର ବିଲ୍ଡିଂ ରୁ ଚାଲିକି ହେଉ ସେସବୁ ଭିଏଫଏକ୍ସ ମାଧ୍ୟମରେ ସୁଟିଂ କରା ଯାଇଥିଲା । ତେବେ ଏହି ପରି ଭାବରେ ସିନେମା ଵାଲା ଆମ ମାନଂକୁ ବୋକା ବନାନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *