ଦେଖାନ୍ତୁ ଏମାନେ ଆମକୁ କେମିତି ଚୂନା ଲଗାନ୍ତି, ଭିଡିଓ ଦେଖିଲେ ଆପଣଙ୍କର ବି ହୋସ ଉଡିଯିବ…

ସାଧାରଣତଃ ଦୁନିଆରେ ଲୋକେ ଅତି ସହଜରେ ମୂର୍ଖ ବନି ପାରନ୍ତି ଏବଂ ମୂର୍ଖ ବନିବା ବହୁତ ସହଜ ହୋଇଥାଏ । ଏହି ଯୁଗରେ ଆମ୍ଭେ ଯୁଆଡେ ମଧ୍ୟ ଆଖି ବୁଲାଇ ଦେଖିବାକୁ ଚାହୁଁ, ଆମ୍ଭକୁ କେବଳ ଏହା ଦେଖାଦେବ ଯେ ପ୍ରତ୍ୟକ ବ୍ୟକ୍ତି ପରସ୍ପରକୁ ମୂର୍ଖ ବନାଇବା ପାଇଁ ପ୍ରୟାସ କରିବାରେ ଲାଗିଛି । ଆଜି ଆମ୍ଭେ ସେହିଭଳି କିଛି ବିଶେଷ କଥା ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା କି ଆପଣ ମାନଙ୍କୁ ଅତି ସହଜରେ ମୂର୍ଖ ବନାଇ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ପଇସା ସହିତ ଖେଳିଥାନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ ସମ୍ବନ୍ଧରେ ।

୧;- କବାଡି ବାଲା ଜଣଙ୍କ ଘରୁ ଲୁହା ଜିନିଷ ଓଜନ କରୁଥିଲା ଏବଂ ଓଜନ କରିବା ସମୟରେ ସେ ଓଜନକୁ କରିଦେଲା ଅଧା । ଏହା ମଧ୍ୟ ଗୋଟିଏ ପ୍ରକାରର ପ୍ରଡ଼ ଅଟେ । ଏଥିରେ କବାଡି ବାଲା ୱେଟ ମେସିନକୁ ରିମୋଟ ଦ୍ଵାରା କଣ୍ଟ୍ରୋଲ କରୁଥିଲା । ଜିନିଷ ରଖୁଥିବା ସମୟରେ ସେମାନେ ବାହାରୁ ହିଁ ଏହିଭଳି ରିମୋର୍ଟ ଦ୍ଵାରା ବାହାରୁ ଦବାଇ ଦେଇଥାନ୍ତି । ଏହାପରେ ଜିନିଷର ଅସଲି ଓଜନ ମେସିନ କମ କରିଦେଇଥାଏ ।

୨;- ଆଜିଭଳି ଦିନରେ ପେଟ୍ରୋଲର ଦରଦାମ ବିଶେଷ ଭାବରେ ଲୋକଙ୍କ ଅଣ୍ଟାଭାଙ୍ଗି ରଖିଦେଇଛି, ମାତ୍ର ଆଉ ଯାହା ବଞ୍ଚିଛି ତାକୁ ମଣିଷ ଏହିଭଳି ଭାବରେ ପୂରଣ କରୁଛି । ଖବର ଅନୁଯାୟୀ ଦିଲ୍ଲୀର ଏହି ପ୍ରେଟ୍ରୋଲ ପମ୍ପରେ ପେଟ୍ରୋଲ ବଦଳରେ ଧଳା ରଙ୍ଗର ପାଣି ଦିଆଯାଉଥିଲା ।

ସତ ଜାଣିବା ପରେ ଯେତେବେଳେ ପେଟ୍ରୋଲ କୁ ବାହାର କରାଗଲା ତେବେ ତାହା କୌଣସି ଏକ କ୍ଷୀର ଭଳି ଦେଖାଯାଉଥିଲା । ଏହିଭଳି ଭାବରେ ପେଟ୍ରୋଲ ପମ୍ପର କର୍ମଚାରୀ କେତେ ଲୋକଙ୍କ ପାରିଶ୍ରାମିକକୁ ଲୁଟିଥିବେ ତାହାର ଅନ୍ଦାଜା ମଧ୍ୟ ଲଗାଇପାରିବେ ନାହିଁ ।

୩;- ଆଉ ଏକ ଦୃଶ୍ୟରେ ଏକ ଦୋଷା ଢାବାରେ ପ୍ଳେଟ ମାନଙ୍କୁ ଧୋଇବା ବଦଳରେ ତାକୁ କପଡାରେ ପୋଛି ସେଥିରେ ପୁଣିଥରେ ଗ୍ରାହକଙ୍କୁ ଦୋଷା ପରୋଷା ଯାଉଥିଲା । ଆଉ ଏକ ରେଷ୍ଟୁରାଣ୍ଟରେ ବାସନକୁ ମାଟିତଳୁ ବାହାରୁଥିବା ପାଣିରେ ଧୁଆଯାଉଥିବା ପରିଲକ୍ଷିତ ହୋଇଥିଲା ।

୪;- ଗୁପଚୁପ ସାଧାରଣ ଲୋକ ଠାରୁ ଆରମ୍ଭ କରି ବଡ ବଡ ସେଲିବ୍ରେଟି ର ଖାସ ପସନ୍ଦ ହୋଇଥାଏ । ଏପ୍ରିଲ ୨୦୨୨ ରେ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଥିଲା, ଯେଉଁଥିରେ ଅଟାକୁ ତଳେ ରଖି ଗୋଡରେ ଚକୁଟୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସେହିଭଳି ଆଉ ଏକ ଗୁପଚୁପ ଦୋକାନୀ ନିଜ ଶରୀର କୁଣ୍ଡାଇ ସେହି ହାତରେ ଗୁପଚୁପ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ମୋଟ ଉପରେ ଏମାନଙ୍କ ମାଲିକଙ୍କ ଉପରେ ଶକ୍ତ ଆକ୍ସନ ନେବା ଉଚିତ ।

୫;- ସେହିଭଳି ଆଉ ଏକ ଭି-ଡି-ଓ ରେ ଦେଖିବାକୁ ମିଳିଥିଲା ଯେ ସିଲିଣ୍ଡର କୁ କାଢି ପାଇପ ସାହାର୍ଯ୍ୟରେ ଚୋରୀ କରି ଲୋକଙ୍କ ଗହଣରେ ଖୋଲାଖୋଲି ଭାବରେ ବିକିବାକୁ ଲାଗିଥିଲେ । ଏହାକୁ ସାଧାରଣ ଲୋକ ଜାଣିବା ପରେ ପୋଲିସ ଙ୍କୁ ଜଣାଇଥିଲେ ଏବଂ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *