ୟୁକ୍ରେନ କୁ ଛାଡନ୍ତୁ, ଦେଖନ୍ତୁ ପାକିସ୍ତାନରେ କଣ ହେଇଗଲା, ଏବେ ବଞ୍ଚିବା ମୁସ୍କିଲ Imran Khan…

ଋଷ ଓ ୟୁକ୍ରେନର ଯୁଦ୍ଧର କୌଣସି ନା କୌଣସି ସମଧାନ ବାହାରି ଯିବ । କିନ୍ତୁ ପାକିସ୍ତାନର ସମସ୍ଯା କେବେ ବି ସମାପ୍ତ ହେବ ନାହିଁ । କାରଣ ପାକିସ୍ତାନରେ ଯିଏ ବି ସରକାର କରିଛି ସେହି ସରକାର ପାକିସ୍ତାନର ଉନ୍ନତି ପାଇଁ ବିଶେଷ କିଛି କାମ କରି ନାହିଁ । ପାକିସ୍ତାନରେ ଯାହାର ବି ସରକାର ଆସିଥାଏ ତା ଭାଗ୍ୟରେ କେବଳ ସମସ୍ଯା ହିଁ ଲେଖାଥାଏ । ବର୍ତ୍ତମାନ ପାକିସ୍ତାନରେ ଇମରାନ ଖାନଙ୍କ ପାର୍ଟି ଅସୁବିଧାରେ ପଡି ଯାଇଛି ।

ପାକିସ୍ତାନର ପ୍ରମୁଖ ବିପକ୍ଷ ଦଳ ଗୁଡିକ ଇମରାନ ଖାନଙ୍କ ବିରୁଦ୍ଧରେ ଅବିଶ୍ଵାସ ପ୍ରସ୍ତାବ ଦେଇଛନ୍ତି । ସବୁ ଜିନିଷର ଦର ବୁଦ୍ଧି ଓ କରଜ ଭଳି ସ୍ଥିତିର କଥା କହି ପାକିସ୍ତାନର ବିପକ୍ଷ ପାର୍ଟି ଗୁଡିକ ଇମରାନ ଖାନଙ୍କ ବିରୁଦ୍ଧରେ ପ୍ରସ୍ତାବ ଆଣିଛନ୍ତି । ଏହି ଦଳ ଗୁଡିକ ଇମରାନ ଖାନଙ୍କୁ ଇସ୍ତଫା ଦେବା ପାଇଁ ୨୪ ଘଣ୍ଟାର ଟାଇମ ଦେଇଛନ୍ତି ।

ରିପୋର୍ଟ ଅନୁସାରେ ପାକିସ୍ତାନର ମୁସ୍ଲିମ ଲିଗ ନମାଜ ଓ ପାକିସ୍ତାନ ପିପୁଲ ପାର୍ଟିର ପାଖାପାଖି ୧୦୦ ସାଂସଦମାନେ ଆବିଶ୍ଵାସ ପ୍ରସ୍ତାବରେ ହସ୍ତାକ୍ଷର କରି ତାକୁ ନ୍ଯାସନାଲ ସଚିବାଳୟକୁ ଦେଇଛନ୍ତି । ଯଦି ପାକିସ୍ତାନର କୌଣସି ପାର୍ଟି ପାଖରେ ୬୮ ସାଂସଦ ଗୁଡିକର ସମର୍ଥନ ଅଛି ତେବେ ସ୍ପିକର ଅବିଶ୍ଵାସ ପ୍ରସ୍ତାବକୁ ସଦନରେ କହିବା ପାଇଁ ଅନୁମତି ଦେଇ ଦିଅନ୍ତି । ପାକିସ୍ତାନରେ ଯଦି କୌଣସି ପ୍ରଧାନମନ୍ତ୍ରୀଙ୍କୁ ଇସ୍ତଫା ଦବା ପାଇଁ ଚେଷ୍ଟା କରଯିବ ତେବେ ସଦନରେ ୩୪୨ ସିଟ ମଧ୍ୟରୁ ୧୭୨ ସାଂସଦଙ୍କ ସମର୍ଥନ ଦରକାର ।

ବିପକ୍ଷ ଦଳ ଗୁଡିକର କହିବା ଅଟେ କି ସେମାନେ ଏହି ସମର୍ଥନ ଏକାଠି କରି ନେବେ । ବିପକ୍ଷ ଦଳ ଗୁଡିକ ପାକିସ୍ତାନ ସେନାକୁ ବି କହିଛନ୍ତି ସେମାନେ ଇମରାନ ଖାନଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଏହା ମଧ୍ୟରେ ସମସ୍ଯା ମଧ୍ୟରେ ଘେରି ରହିଥିବା ଇମରା ଖାନଙ୍କ ବୟାନ ବି ସାମ୍ନାକୁ ଆସିସାରିଛି । ଇମରାନ ଖାନ ବିପକ୍ଷ ପାର୍ଟିକୁ ଜବାବ ଦେଇ କହିଲେ କି ସେନା ମୋ ସହିତ ଛିଡା ହୋଇଛି ।

ସେମାନେ ଚୋରମାନଙ୍କର ସମର୍ଥନ କେବେ ବି କରିବେ ନାହିଁ । ଆପଣଙ୍କୁ କହିଦେଉଛୁ କି ଇମରାନ ଖାନ ଏଠି ବିପକ୍ଷ ଦଳ ଗୁଡିକର ନେତାଙ୍କୁ ଚୋର କହିଛନ୍ତି । ଇମରାନ ଖାନ କହିଲେ କି ଲୋକମାନେ ବର୍ତ୍ତମାନ ବିପକ୍ଷ ଦଳର ସମର୍ଥନ କରୁ ନାହାନ୍ତି ।

ସେଥିପାଇଁ ସେମାନେ ଏହିଭଳି ପ୍ରସ୍ତାବ ମୋ ବିରୁଦ୍ଧରେ ଆଣୁଛନ୍ତି । ସେ କହିଲେ କି ମୋର ସାଂସଦମାନଙ୍କୁ କିଣିବା ପାଇଁ ୧୮ କୋଟି ଟଙ୍କା ବି ଦିଆ ଯାଉଛି ଓ ମୁଁ ମୋର ସାଂସଦମାନଙ୍କୁ କହିଦେଇଛି କି ସେମାନେ ଏହି ଟଙ୍କାକୁ ନେଇ ନିଅନ୍ତୁ ଓ ଜନତାଙ୍କ ମଧ୍ୟରେ ବାଣ୍ଟି ଦିଅନ୍ତୁ । ଇମରାନ ଖାନ କହିଲେ କି ମୋର ସରକାରକୁ ହଟାଇବା ପାଇଁ ଅନ୍ତରାଷ୍ଟ୍ରୀୟ ଷଡଯନ୍ତ୍ର ହେଉଛି । କିନ୍ତୁ ମୋର ସରକାରର କେହି ବି କିଛି କରି ପାରିବ ନାହିଁ ।

Leave a Reply

Your email address will not be published. Required fields are marked *