ଦରକାର ଥିଲା 3 ଲକ୍ଷ, ହେଲେ ମିଳିଗଲା 25 କୋଟି, ଦେଖନ୍ତୁ କିପରି ରାତାରାତି ବଦଳିଗଲା ଏହି ଅଟୋ ଡ୍ରାଇଭରଙ୍କ ଭାଗ୍ୟ….

ବନ୍ଧୁଗଣ, ସୂଚନା ଅନୁଯାୟୀ ଜଣେ ଅଟୋ ଡ୍ରାଇଭରଙ୍କ ଭାଗ୍ୟ ରାତାରାତି ସଂପୂର୍ଣ୍ଣ ଭାବରେ ବଦଳି ଗଲା । ଜଣେ ଅଟୋ ଡ୍ରାଇଭର ବନିଗଲେ କୋଟିପତି । ତେବେ କୋଟିଏ କି ଦୁଇ କୋଟି ନୁହେଁ ବରଂ ପାଇଲେ ୨୫ କୋଟି ଟଙ୍କା । ସେ ନିଜ ପେଟପାଟଣା ନିମନ୍ତେ ଏକ ସଂସ୍ଥା ଠାରୁ ସେ ୩ ଲକ୍ଷ ଟଙ୍କାର ରୁଣ କରିଥିଲେ । ମାତ୍ର ଭାଗ୍ୟ ସାଥ ଦେଲା ଯେ ତାଙ୍କୁ ଏକ କାଳୀନ ମିଳିଲା ସଂପୂର୍ଣ୍ଣ ୨୫ କୋଟି ଟଙ୍କା । କୁହାଯାଏ ଯେ ଭଗବାନ ଯେତେବେଳେ ଦିଅନ୍ତି ଚପର ଫାଡି ଦେଇଥାନ୍ତି ।

ସେହିଭଳି ଏକ ଘଟଣା ଘଟିଛି କେରଳର ଜଣେ ଅଟୋ ଡ୍ରାଇଭର ଅନୁପ ଙ୍କ ସହିତ । ଓନାମ ଉତ୍ସବ ତାଙ୍କ ଭାଗ୍ୟ ଖୋଲିଦେଇଛି । ଓନାମ ଲଟେରୀରେ ଅନୁପ ଙ୍କୁ ମିଳିଛି ୨୫ କୋଟି ଟଙ୍କା । ଆପାଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଅନୁପ ଅଟୋ ଚଳାଇ ପରିବାର ଭରଣ ପୋଷଣ କରନ୍ତି । ମାତ୍ର ଅଟୋ ଚଳାଇବା ପୂର୍ବରୁ ସେ ଜଣେ ରୋଷେୟା ଭାବରେ କାମ କରୁଥିଲେ ।

କାରଣ ଅଟୋ ରେ ପରିବାର ଚଳାଇବା କଷ୍ଟକର ହେବାରୁ ପୁଣି ଥରେ ରୋଷେୟା ଭାବରେ କାମ କରିବାକୁ ମନ ବଳାଇଲେ । ଏଥି ନିମନ୍ତେ ସେ ଘର ପରିବାର ଛାଡି ମାଲେସିଆ ଯିବାକୁ ପ୍ରସ୍ତୁତ ହୋଇଥିଲେ । ଏଥି ନିମନ୍ତେ ସେ ଏକ ସଂସ୍ଥା ପାଖରୁ ୩ ଲକ୍ଷ ଟଙ୍କାର ଋଣ ମଧ୍ୟ ନେଇଥିଲେ ।

ସେ ମାଲେସିଆ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ରାତାରାତି ତାଙ୍କ ଭାଗ୍ୟ ବଦଳିଯାଇଛି । ସେ କିଣିଥିବା ଲଟେରୀ ତାଙ୍କୁ ୨୫ କୋଟି ଟଙ୍କା ଆଜି ଦେଇ ଦେଇଛି । ପ୍ରଥମରୁ ଏହି ଟିକେଟ ନମ୍ବର ତାଙ୍କର ପସନ୍ଦ ନଥିଲା । ସେ ଆଉ ଏକ ନମ୍ବର ଚୟନ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ସେ ଏହି ଟିକେଟ ଧରି ଘରକୁ ଆସିଥିଲେ ।

ପୂର୍ବରୁ ମଧ୍ୟ ଅନୁପ ଲଟେରୀ ଟିକେଟ କିଣିଥିଲେ କିନ୍ତୁ ଟଙ୍କା ଜିତିବା ରାଶି କେବେ ହେଲେ ୫ ହଜାରରୁ ଅଧିକ ନଥିଲା । ମାତ୍ର ବର୍ତ୍ତମାନ ସେ ୨୫ କୋଟି ଟଙ୍କା ଜିତିଛନ୍ତି । ଟିକସ ଏବଂ ଅନ୍ୟାନ୍ୟ ଖର୍ଚ୍ଚ କି ବାଦ ଦେଲେ ଅନୁପ ପ୍ରାୟ ୧୫ କୋଟି ଟଙ୍କା ପାଇବେ ବୋଲି ଜଣା ପଡିଛି । ତେବେ ଅଚାନକ ଅନୁପ ଙ୍କ ଭାଗେ ବଦଳିଥିବାରୁ ଉଭୟ ଦମ୍ପତ୍ତି ବେସ ଖୁସ ଥିବାର ନଜର ଆସିଛନ୍ତି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *