ଯୁଦ୍ଧ ମଧ୍ୟରେ ଦେଖନ୍ତୁ ତ୍ରିରଙ୍ଗାର କମାଲ ! ଇଏ ହେଲା ଅସଲି ପାୱାର !

ବନ୍ଧୁଗଣ ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଯଦି ଆପଣଙ୍କୁ ଭାରତର ପାୱାର ଦେଖିବାର ଅଛି ତା ହେଲେ ଏହି ଖବରଟି ଆପଣ ମାନଙ୍କ ପାଇଁ । ବନ୍ଧୁଗଣ ୟୁକ୍ରେନ ଓ ଋଷିଆ ମଧ୍ୟରେ ଚଲିଥିବା ମହାଯୁଦ୍ଧକୁ ନେଇ ଚିନ୍ତାରେ ଏବେ ବିଶ୍ଵ । ୟୁକ୍ରେନ ଏବେ ରଣକ୍ଷେତ୍ର ପାଲଟିଛି । ଆଉ ଅନ୍ୟ ପକ୍ଷରେ ସେନାରେ ବହୁତ ସଂଖ୍ୟାରେ ସେନା ଯବାନ ଠୁଳ କରିବାରେ ଲାଗିଛି ଋଷିଆ । ଦୀର୍ଘ ଦିନ ହେବ ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦଟି ଏବେ ଉଗ୍ର ରୂପ ନେଇଛି ।

ବନ୍ଧୁଗଣ ଅତ୍ୟାଧୁନିକ ଅସ୍ତ୍ର ଶସ୍ତ୍ର ସହ ଋଷିଆ ଚାରି ଦିଗରୁ ୟୁକ୍ରେନକୁ ଆକ୍ରମଣ କରୁଛି । ଋଷ ଏହି ଯୁଦ୍ଧରେ ଏକା ଥିବା ବେଳେ ୟୁକ୍ରେନ ସହ କେତେକ ୟୁରୋପୀୟ ଦେଶ ଗୁଡିକ ଅଛନ୍ତି । ଏମିତିରେ ଅନେକ ଭାରତୀୟ ୟୁକ୍ରେନ ଦେଶରେ ଫଶି ରହିଛନ୍ତି । ଅନେକ ଭାରତୀୟଙ୍କ ଜୀବନ ବିପଦରେ ଅଛି । ତେବେ ବନ୍ଧୁଗଣ ଏହାରି ମଧ୍ୟରେ ଭାରତ ସହ ଜଡିତ ଏକ ଏପରି ଖବର ଭାଇରାଲ ହେଉଛି ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ।

ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଏହି ସମୟରେ ଅନେକ ଭାରତୀୟ ଛାତ୍ର ୟୁକ୍ରେନରେ ଫଶି ରହିଛନ୍ତି ଓ ସେମାନଙ୍କୁ ଆଣିବା ପାଇଁ ଅଭିଯାନ ଆରମ୍ଭ କରିସାରିଛନ୍ତି ଭାରତ ସରକାର । ଅନେକ ଭାରତୀୟ ନାଗରିକଙ୍କୁ ୟୁକ୍ରେନରୁ ଅଣା ହୋଇସାରିଛି ଓ ବର୍ତ୍ତମାନ ଉଧାର କାର୍ଯ୍ୟ ଜାରି ରହିଛି ।

ତେବେ ୟୁକ୍ରେନରେ ଫଶି ରହିଥିବା ଛାତ୍ର ମାନଙ୍କର ଅନେକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ସେଥିମଧ୍ୟରୁ ଗୋଟେ ଭିଡିଓରେ, ଆମ ଭାରତୀୟ ଛାତ୍ର ମାନେ କହୁଛନ୍ତି ବସ୍ ରେ ତ୍ରିରଙ୍ଗା ପତାକା ଲାଗିଛି ଓ ତ୍ରିରଙ୍ଗାକୁ ଦେଖି କୌଣସି ସେନା ଯବାନ ଆମକୁ ଅଟକାଉ ନାହାନ୍ତି । ଆମକୁ ସମ୍ମାନର ସହ ଛାଡି ଦେଉଛନ୍ତି । ଏହି ସମସ୍ତ ଛାତ୍ର ମାନଙ୍କ ପାଇଁ ଆମ ଜାତୀୟ ପତାକା ଏକ ଆଶାର କିରଣ ପାଲଟିଛି ।


କେନ୍ଦ୍ରୀୟ ମନ୍ତ୍ରୀ ଜି, କିଶନ ରେଡି କହିଛନ୍ତି, ଯେଉଁ ଛାତ୍ର ମାନେ ୟୁକ୍ରେନରୁ ଭାରତ ଆସୁଛନ୍ତି ସେମାନେ ନିଜ ଗାଡି ସାମ୍ନାରେ ତ୍ରିରଙ୍ଗା ପତାକା ଲଗାନ୍ତୁ । ଛାତ୍ର ମାନେ ତ୍ରିରଙ୍ଗା ପତାକା ଲଗାଇବା ପରେ ତାଙ୍କୁ ସମ୍ମାନର ସହ ସେଠାକାର ସୈନିକ ମାନେ ଛାଡୁ ଛନ୍ତି ।


ବର୍ଡର ଉପରେ ତ୍ରିରଙ୍ଗାକୁ ଦେଖି ଛାତ୍ର ମାନେ ଆସୁଥିବା ଗାଡିକୁ ସମ୍ମାନର ସହ ଛାଡି ଦିଆଯାଉଛି । ତ୍ରିରଙ୍ଗାକୁ ଦେଖିବା ପରେ ଋଷିଆ ସେନା ଯବାନ ମାନେ ଭାରତୀୟ ଛାତ୍ର ମାନଙ୍କ ଗାଡିକୁ ସମ୍ମାନର ସହ ସଠିକ ରାସ୍ତା ଦେଖାଉ ଛନ୍ତି । ବନ୍ଧୁଗଣ ଏ ହେଉଛି ଆମ ତ୍ରିରଙ୍ଗାର ପାୱାର । ତା ହେଲେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *