‘ଦୟା ନନା ଆଉ ମୁଁ ବହୁତ…’ ଦୟା ନନାଙ୍କ ବିଷୟରେ କିଛି ଏମିତି କହିଲେ ଯାତ୍ରା ଅଭିନେତ୍ରୀ Kandhei Biswal, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ପ୍ରସିଦ୍ଧ ଅଭିନେତ୍ରୀ କଣ୍ଢେଇ ବିଶ୍ଵାଳଙ୍କୁ ବେସ ଭଲ ଭାବରେ ଜାଣିଥିବେ । କଣ୍ଢେଇ ଅନେକ ଗଣନାଟ୍ୟରେ କାମ କରି ସୁନାମ ଅର୍ଜନ କରିଛନ୍ତି । ତାଙ୍କ ଅଭିନୟ ଓ ତାଙ୍କ ବ୍ୟବହାର ପ୍ରତି ସମସ୍ତ ଲୋକ ବେସ ଆକର୍ଷିତ ହୁଅନ୍ତି । ଗତ କିଛି ଦିନ ତଳେ କଣ୍ଢେଇ ଏକ ସାକ୍ଷାତ୍କାରରେ ନିଜ ଯାତ୍ରା ଜୀବନୀ ବିଷୟରେ କିଛି ବିଶେଷ କଥା କହିଥିଲେ ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ କଣ୍ଢେଇଙ୍କ ଯାତ୍ରା ଜୀବନୀ ବିଷୟରେ ବହୁତ କମ ଲୋକ ଜଣାଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କଣ୍ଢେଇ ସେହି ସାକ୍ଷାତ୍କାରରେ କହିଥିଲେ-‘ମୁ ଗତ ୨୦ ବର୍ଷ ହେବ ଯାତ୍ରା ଜଗତରେ କାମ କରୁଛି । ହେଲେ ଗତ ବର୍ଷ ଲକଡାଉନ ପାଇଁ ଆମ ଯାତ୍ରା କଳାକାର ମାନେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଛୁ’ ।

ଆଗକୁ କଣ୍ଢେଇ କହିଛନ୍ତି- ‘ଅବଶ୍ୟ ଆମେ ନିଜ କାମ ପାଇଁ ନିଜ ଘର ଲୋକଙ୍କୁ ସମୟ ଦେଇ ପାରୁ ନାହିଁ । ଲକଡାଉନରେ ଆମେ ନିଜ ଘର ଲୋକଙ୍କ ସହ ବହୁତ ଭଲ ସମୟ ଅତିବାହିତ କରିଲୁ । ମୋର ପିଲା ଦିନରୁ ଇଛା ଥିଲା ଅଭିନୟ ଦୁନିଆରେ କାମ କରିବା ପାଇଁ । ମୁ ଯାତ୍ରାରେ କମେଡି କରେ ଓ ଲୋକମାନଙ୍କୁ ମୋ କମେଡି ବହୁତ ଭଲ ଲାଗେ । ଦୟା ନନା ହେଉଛନ୍ତି ମୋ ଗୁରୁ ତାଙ୍କ ସହ କାମ କରି ବହୁତ କିଛି ଶିଖିଛି । ସେ ହେଉଛନ୍ତି ୧ ନମ୍ବର କଳାକାର ଓ ତାଙ୍କ ସହ କାମ କରି ମୁ ବହୁତ ଖୁସି ଅଛି’ ।

ଆଗକୁ କଣ୍ଢେଇ କହିଛନ୍ତି-‘ଦୟା ନନା ଆଉ ମୁ ବହୁତ ମଜାମସ୍ତି କରିଛୁ । ମୋ ବାପା ଜଣେ ବଡ କଳାକାର ଥିଲେ ମୁ ମୋ ବାପାଙ୍କୁ ନଜଣାଇ ଯାତ୍ରା ଜଗତକୁ ଆସିଥିଲି ଅବଶ୍ୟ ସେତେବେଳେ ଆର୍ଥିକ ପରିସ୍ଥିତି ବହୁତ ଦୁର୍ବଳ ଥିଲା । ଯାତ୍ରା ଜଗତକୁ ମୁ ପିଲା ଦିନରୁ ଆସିଯାଇଥିଲି । ପ୍ରଥମେ ଡ୍ୟାନ୍ସ କରିଲି ତା ପରେ ମୋତେ ଅନେକ ମଉକା ଦିଆଯାଇଥିଲା’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଯାତ୍ରା ଅଭିନେତ୍ରୀ କଣ୍ଢେଇ ବିଶ୍ଵାଳ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *