ଦଶମ ଶ୍ରେଣୀ ଛାତ୍ର ‘ଜ୍ଯୋତି’ ଙ୍କ ମୃତ୍ୟୁ କୁ ନେଇ ରାଗିଗଲେ କଂଗ୍ରେସ ବିଧାୟକ Sura Routray, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଗତ କାଲି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ରାଜଧାନୀ ଭୁବନେଶ୍ଵରରେ ଘଟିଛି । ରାଜଧାନୀ ଡ୍ରେନ ପାଣିରେ ଗତ କାଲି ଭାସି ଯାଇଛନ୍ତି ଜଣେ ୧୦ମ ଶ୍ରେଣି ଛାତ୍ର । ୧୫ ବର୍ଷୀୟ ଛାତ୍ର ଜ୍ଯୋତି ଙ୍କର ମୃତ୍ୟୁ ହୋଇଛି । ରାଜଧାନୀ ଭୁବନେଶ୍ଵରର ଶ୍ରୀପୁର ସତାଦ୍ଧି ନଗରି ବ୍ୟାଙ୍କ କଲୋନୀରେ ରୁହନ୍ତି ଛାତ୍ର ଜଣକ । ତେବେ ଗତ କାଲି ଡ୍ରେନ ପାଣିରେ ଛାତ୍ର ଭାସି ଥିବା ନେଇ ଏକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା ।

ଜ୍ୟୋତି ଟ୍ୟୁସନ ସାରି ଯାଉଥିବା ବେଳେ ତାଙ୍କର ଗୋଡ ଖସିବା କାରଣରୁ ସେ ନାଳରେ ଭାସି ଯାଇଥିଲେ । ସ୍ଥାନୀୟ ଅଞ୍ଚଳରେ ଲୋକ ମାନଙ୍କ ଭିଡ ଜମିବା ସହ ସମସ୍ତ ରାଜନୈତିକ ଦଳ ସେହି ସ୍ଥାନରେ ପହଞ୍ଚି ଛନ୍ତି । ଛାତ୍ରଙ୍କ ଏହି ଅବସ୍ତା ପାଇଁ ବର୍ତ୍ତମାନ କଂଗ୍ରେସ ଦଳର ନେତା ସୁର ରାଉତରାୟ ଏକ ବଡ ମାଙ୍ଗ କରିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇଙ୍କ ମତରେ-‘ ଏଇଟା ସ୍ମାର୍ଟ ସିଟି କେବଳ ନାମରେ ହଜାର କୋଟି ଘୋଷଣା କରିଥିଲା ନବୀନ ପଟ୍ଟନାୟକ ହେଲେ କୁଆଡେ ଗଲା ସେ ଟଙ୍କା । ଭୁବନେଶ୍ଵରର ସମସ୍ତ ସ୍ଥାନରେ ପାଣି ସରକାରର ଏହି ଭୁଲ ପାଇଁ ଗତ କାଲି ଏକ ଛୋଟ ପିଲା ଭାସି ଯାଇଛି । ଏଥିପାଇଁ ଦାୟୀ ହେଉଛନ୍ତି କେବଳ ନବୀନ ପଟ୍ଟନାୟକ । ବାପା ମାର ଗୋଟେ ପୁଅ ଥିଲା ସେ ସେଥିପାଇଁ ନବୀନ ସେହି ଛୁଆର ପରିବାରକୁ ୫୦ ଲକ୍ଷ ଟଙ୍କା ଦେଉ’ ।

ଆଗକୁ ସୁର ଭାଇ କହିଛନ୍ତି-‘ସ୍ମାର୍ଟ ସିଟିରେ କେଉଁଠି ନାଳ ସଫା ହୋଇଛି । ପଇସା ଖାଇବାର ଏକ ବାଟ କରିଦେଇଛନ୍ତି ଏମାନେ । ଯଦି ନାଳ ସଫା ହୋଇଥାନ୍ତା ତା ହେଲେ ଛୁଆଟି କେମିତି ଭାସି ଗଲା । ପଇସା ବୋଧେ ନବୀନ ନିଜ ଘର ଭିତରେ ରଖିଛନ୍ତି ତାଙ୍କ ପେଢି ଭିତରେ । ଆଗେ ସେହି ଛୁଆର ପରିବାରକୁ ୫୦ ଲକ୍ଷ ଟଙ୍କା ଦିଅନ୍ତୁ ଓ ଭୁବନେଶ୍ଵରର ସମସ୍ତ ନଳାରେ କାମ ଆରମ୍ଭ କରନ୍ତୁ । ନହେଲ ବହୁତ ବଡ ଆନ୍ଦୋଳନ ହୋଇଯିବ’ ।

ତା ହେଲେ ବନ୍ଧୁଗଣ ଏହିପରି ଭାବରେ ସୁର ଭାଇ ନିଜ କଡା କଥାରେ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ସବୁ କଥା । ୨୧ ବର୍ଷର ବିଜେଡି ଶାସନରେ ଓଡିଶାରେ ଏମିତି ବହୁତ କିଛି ଘଟଣା ହେଉଛି ଯାହାର କୌଣସି ସଠିକ ସମାଧାନ ହେଉ ନାହିଁ । ହେଲେ ବନ୍ଧୁଗଣ ଏହା ହେଉଛି ଏକ ଦୁଃଖଦର ଖବର । ଏହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *