10 km ପର୍ଯ୍ୟନ୍ତ ଚଳନ୍ତା ଟ୍ରେନରେ ଝୁଲି ରହିଲେ ଯୁବକ, କରିଥିଲେ ଏମିତି କାଣ୍ଡ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ, ଦେଖନ୍ତୁ ଏହି ଭାଇରାଲ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ଚଳନ୍ତା ଟ୍ରେନରେ ଝୁଲିକି ରହିଲେ ଯୁବକ । ୧୦ କିଲୋମିଟର ଯାଇ ଝୁଲି ରହିବା ପରେ ଓହ୍ଲାଇଲେ । ଏହା ଶୁଣିଲା ମାତ୍ରେ ଦେହ ଥରି ଯାଉଥିବ କିନ୍ତୁ ଏଭଳି ଘଟଣା ଘଟିଛି । ବିହାର ବେଗୁସରାଇରେ ଏଭଳି କିଛି ଘଟଣା ଘଟିଛି ଯାହାର ଭି-ଡି-ଓ ବର୍ତ୍ତମାନ ଖୁବ ଭା-ଇ-ରା-ଲ ହୋଇଛି । ଏହି ଦୃଶ୍ୟରେ ଯୁବକ ଜଣଙ୍କ ଟ୍ରେନରେ ଝୁଲି ରହିଛନ୍ତି । ଝରକା ବାଟ ଦୁଇ ହାତକୁ ଧରି ରହିଛନ୍ତି ଅନ୍ୟ କିଛି ଯାତ୍ରୀ ।

ନେହୁରା ହେଉଛନ୍ତି ଯୁବକ ଆଉ କହୁଛନ୍ତି ଯେ ହାତ ମୋର ଭାଙ୍ଗିଯିବ ଧୀରେ ଧର । ମାତ୍ର ଆପଣ ଏହାକୁ ଦେଖିଲେ କିଛି ସହଜରେ ବୁଝି ପାରିବେ ନାହିଁ । ତେବେ ଅଭିଯୋଗ ଅନୁସାରେ ବିହାର ବେଗୁସରାଇରୁ ଯାଉଥିବା ଏହି ଟ୍ରେନ ରୁ ଯୁବକ ଜଣଙ୍କ ମୋବାଇଲ ଚୋରୀ କିଆରିବାକୁ ଚେଷ୍ଟା କରୁଥିଲେ । ଝରକା ପାଖ ସିଟରେ ବସିଥିବା ଜଣେ ମହିଳାଙ୍କ ପାଖରୁ ମୋବାଇଲ ଝାମ୍ପି ନେବାକୁ ଯିବାବେଳେ ଅନ୍ୟ ଯାତ୍ରୀ ତାଙ୍କ ହାତକୁ ଧରି ନେଇଥିଲେ ଏବଂ ଠିକ ସେତିକି ବେଳେ ଟ୍ରେନ ଷ୍ଟେସନରୁ ଛାଡି ଦେଇଥିଲା ।

କୌଣସି ଅଘଟଣ ଘଟିବା ଆଶଙ୍କାରେ ଲୋକେ ଅଭିଯୁକ୍ତର ହାତକୁ ସେମିତି ଜାବୁଡି ଧରିଥିଲେ । ଏହାପରେ ପ୍ରାୟ ୧୦ କିମି ଯିବାପରେ ଷ୍ଟେସନ ଆସିଥିଲା । ଏବଂ ଅଭିଯୁକ୍ତ କୁ ଲୋକେ ଛାଡିଥିଲେ । ତେବେ ଏହି ଘଟଣାରେ ପୋଲିସ କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସେ ସମ୍ପର୍କରେ ଏବେ ଯାଏଁ କୌଣସି ସୂଚନା ମିଳିନାହିଁ । କିନ୍ତୁ ଯୁବକ ଜଣଙ୍କ ଚୋରୀ କରି ଫସିଗଲେ ପ୍ରାଏ ।

ଏହିଭଳି ତାଙ୍କୁ କିଏ କହୁଥିଲା ଯେ ଚୋରୀ କରିବାକୁ ତାହା ପୁଣି ଟ୍ରେନ ର ଝରକା ପଟରେ ପଶି । ଯଦି ସେ ଏଭଳି କରି ନଥାନ୍ତେ ତେବେ ବୋଧ ହୁଏ ଉଚିତ ହୋଇଥାନ୍ତା । ଭଗବାନ ମନୁଷ୍ୟ କୁ ହାତ ଗୋଡ ଦେବା ସହିତ ବିଚକ୍ଷଣ ବୁଦ୍ଧି ମଧ୍ୟ ଦେଇଛନ୍ତି ରୋଜଗାର କରି ନିଜର ଗୁଜୁରାଣ ମେଣ୍ଟାଇବା ନିମନ୍ତେ । କିନ୍ତୁ ଆଜିର ଦୁନିଆରେ କେହି ସତମାର୍ଗ ରେ ଯାଇ ରୋଜଗାର କରି ପେଟ ପୋଷିବାକୁ ରାଜି ନୁହଁନ୍ତି ।

ଏହିଭଳି ଅସତ ପଥରେ ଯାଇ ଚୋରୀ ହ-ତ୍ୟା ଭଳି କାଣ୍ଡ ଭିଆଇ ବସୁଛନ୍ତି ଯାହା ଫଳରେ ସେମାନେ ନିଜେ ନିଜ ଜାଲରେ ଫସି ଯାଉଛନ୍ତି । ତେବେ ବନ୍ଧୁଗଣ ଏହିଭଳି ବ୍ୟକ୍ତି ଙ୍କ ପାଇଁ କିଭଳି ଶାସ୍ତି ରହିବା ଆବଶ୍ୟକ ? ବୋଧ ହୁଏ ଏହିଭଳି ଟ୍ରେନ ରେ ଲଟକି ୧୦ କିମି ଯାଇ ସେ ନିଜର ଭୁଲ ବୁଝିବା ସହିତ ଜୀବନରେ କେବେ ଚୋରୀ କରିବାକୁ ଆଗେଇବେ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *