ଦୀର୍ଘ 10 ଘଣ୍ଟା କାଳ ବିମାନ ଚକରେ ବସି ଲଣ୍ଡନ ଯାତ୍ରା କଲେ ଦୁଇ ଯୁବକ, ଆଉ ତା’ପରେ ହେଲା ଏପରି ଭୟଙ୍କର ପରିଣାମ କି…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଉଡାଜାହାଜର ଚକ ଉପରେ ବସି ୧୦ ଘଣ୍ଟା କାଳ ୨ ଭାଇ ଯାତ୍ରା କରିବାର ଏକ ଭାଇରାଲ ଖବର ସାମ୍ନାକୁ ଆସିଛି । ତେବେ ଉଡାଜାହାଜର ଚକରେ ଲଣ୍ଡନ ଯିବା ପାଇଁ ଏହି ଯୋଜନା କରିଥିଲେ । ତେବେ ଏହା ପଛର ମଧ୍ୟ ଏକ କାରଣ ରହିଛି । ୧୯୯୫ ମସିହାରେ ଭାରତର ପଞ୍ଜାବ ରାଜ୍ୟରେ ୨ ଭାଇ କାର ମେକାନିକ ବୃତ୍ତିରେ ଖଲିସ୍ତାନବାସୀଙ୍କୁ ଗୁପ୍ତରେ ସାହାଜ୍ଯ କରୁଥିଲେ ।

ତେବେ ସେମାନଙ୍କ ଏହି ଖବର ପୋଲିସଙ୍କ କାନକୁ ଯାଇଥିଲା । ତେବେ ସେହି ୨ ଭାଇ ହେଉଛନ୍ତି ପ୍ରଦୀପ ଓ ବିଜୟ । ତେବେ ବହୁ ବାର ୨ ଭାଇ ପୋଲିସଙ୍କୁ ଖଲିସ୍ତାନ ସମ୍ପର୍କିତ କିଛି ମଧ୍ୟ ସାହାଜ୍ଯ କରୁନାହାନ୍ତି ବୋଲି କହନ୍ତି । ହେଲେ ପୋଲିସ ମାନେ ଏହି କଥାକୁ ବିଶ୍ବାସ କରୁନଥିଲେ । ତେବେ ୨ ଭାଇ ଏହି କଥା ଯୋଗୁ ସଂପୂର୍ଣ୍ଣ ବ୍ୟସ୍ତ ବିବ୍ରତ ହୋଇଯାଇଥିଲେ ।

ତେଣୁ ସେ ଭାରତ ଛାଡି ଲଣ୍ଡନ ଯିବା ପାଇଁ ମନ ବଳାଇଥିଲେ । କାରଣ ଲଣ୍ଡନରେ ତାଙ୍କର କିଛି ସମ୍ପର୍କୀୟ ରହୁଥିଲେ । ହେଲେ ୨ ଭାଇଙ୍କ ପାଖରେ ପର୍ଯ୍ୟାପ୍ତ ଅର୍ଥ କିମ୍ବା ଭିଜା କି ପାଷପୋର୍ଟ ମଧ୍ୟ କିଛି ନଥିଲା । ତାପରେ ୨ ଭାଇ ବିଦେଶକୁ ଯାତ୍ରା କରାଉଥିବା ଚୋରା କାରବାରୀଙ୍କ ସହ କଥା ହୋଇଥିଲେ । ତାପରେ ସେଠାରେ ସବୁ ବୁଝାସୁଝା କରିସାରିଲା ପରେ ସେହି ଲୋକ ୨ ଭାଇଙ୍କୁ ବିମାନ ସାହାଜ୍ଯରେ ଲଣ୍ଡନରେ ପହଞ୍ଚାଇ ଦେବ ବୋଲି ମଧ୍ୟ କହିଥିଲା ।

ତେବେ ବିଦେଶକୁ ଚୋରା ଚାଲାଣ କରୁଥିବା ଲୋକ ୨ ଭାଇଙ୍କ ଠାରୁ ଟଙ୍କା ନେଇ କୁଆଡେ ଚାଲିଯାଇଥିଲା । ତେବେ ୨ ଭାଇ ସଂପୂର୍ଣ୍ଣ ନିରାଶ ହୋଇଥିଲେ ସତ କିନ୍ତୁ ଲଣ୍ଡନ ଯିବା ପାଇଁ ପ୍ରଣ ଧରି ବସିଲେ । ତାପରେ ୨ ଭାଇ ପଞ୍ଜାବରୁ ଦିଲ୍ଲୀ ଆସିଯାଇଥିଲେ । ଦିଲ୍ଲୀରେ ଥିବା ବିମାନ ବନ୍ଦରରେ ୧୦ ଦିନ ଧରି ବିମାନ ପାଖାପାଖି ସମ୍ପର୍କିତ ତଥ୍ୟ ଜାଣିବାକୁ ଚେଷ୍ଟା କରିଥିଲେ ।

ତାପରେ ଥରେ ସୁଯୋଗ ଦେଖି ୨ ଭାଇ ବିମାନର ଲାଣ୍ଡିଙ୍ଗ ଗିଅରରେ ପ୍ରବେଶ କରିଥିଲେ । ତେବେ ବିମାନ ଉଡାଣ ପାଇଁ ପ୍ରସ୍ତୁତ ହେଉଥିବା ସମୟରେ ୨ ଭାଇ ଭିନ୍ନ ଭିନ୍ନ ଲାଣ୍ଡିଙ୍ଗ ଗିଅରରେ ପ୍ରବେଶ କରି ବସି ଯାଇଥିଲେ । ତେବେ ଦିଲ୍ଲୀରୁ ଲଣ୍ଡନ ପହଞ୍ଚିବା ପାଇଁ ୧୦ ଘଣ୍ଟାକାଳ ସମୟ ଲାଗିଥିଲା ।

ତେବେ ବିମାନଟି ୪୦୦୦ ହଜାର ଫୁଟ ଉଚତାରେ ଯାଉଥିଲା । ସେଥିପାଇଁ ସେଠାରେ ଅମ୍ଳଜାନର ଅଭାବ ଦେଖାଦେଇଥିଲା । ତେବେ ଇଞ୍ଜିନର ଶବ୍ଦ ବହୁତ ଜୋର ଥିବା କାରଣରୁ ଉଭୟ ଭାଇ ପରସ୍ପର ସହିତ କଥାବାର୍ତ୍ତା ମଧ୍ୟ ହୋଇପାରିନଥିଲେ । ତେବେ ୨ ଭାଇ ବହୁତ ଭୟଭୀତ ହୋଇଯିବା ସହ ଅଶ୍ବସ୍ଥି ଅନୁଭବ କରୁଥିବା କାରଣରୁ ଉଭୟଙ୍କ ମୃ-ତ୍ୟୁ ସୁଂଶ୍ଚିତ ବୋଲି ଜାଣିଯାଇଥିଲେ । ତେବେ ଯେତେବେଳେ ବିମାନଟି ଅବତରଣ କରିଲା ।

ସେତେବେଳେ ଲଗେଜ ଅନଲୋଡ କରିବାକୁ ଆସିଥିବା ଲୋକମାନେ ଗୋଟେ ଲୋକର କାନ୍ଦିବାର ସ୍ଵର ଶୁଣିବାକୁ ପାଇଥିଲେ । ତେବେ ସେଠାକାର କିଛି ଲୋକ ବଡ ଭାଇ ପ୍ରଦୀପକୁ ଅଧା ମୃ-ତ ଅବସ୍ତାରେ ପାଇଥିଲେ । ତାପରେ ତାଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା । ୪ ଦିନ ପରେ ପ୍ରଦୀପଙ୍କର ହୋସ ଆସିବା ସଙ୍ଗେ ସଙ୍ଗେ ସେ ନିଜ ଭାଇ ବିଜୟକୁ ଖୋଜିଥିଲେ । ହେଲେ ତାଙ୍କ ଭାଇ ବିଷୟରେ କେହି ପ୍ରଦୀପଙ୍କୁ ସୂଚନା ଦେଇନଥିଲେ । ତା’ ର କିଛି ଦିନ ପରେ ବିଜୟଙ୍କର ମୃ-ତ ହେବାର ଖବର ମିଳିଥିଲା ।

ତେବେ ପ୍ରଦୀପଙ୍କର ଭାଇଙ୍କର ଦେହାନ୍ତ ଓ ଅପର ପକ୍ଷରେ ଲଣ୍ଡନ ପୋଲିସ ପୁଣି ଥରେ ଭାରତକୁ ପଠାଇବାର ଚେଷ୍ଟା ଦେଖି ପ୍ରଦୀପ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲେ । ତାପରେ ପ୍ରଦୀପ ପୋଲିସ ଓ କୋର୍ଟରେ ଯାଇ ବହୁ ଅନୁରୋଧ କରି କହିଥିଲେ । ଭାରତରେ ବହୁ ହଇରାଣ ହର୍କତ ହୋଇ ଏଠାକୁ ଆସିଛି । ତେଣୁ ମୋତେ ଲଣ୍ଡନରେ ରହିବାର ଅନୁମତି ମିଳୁ । ତେବେ ବହୁ ଆଲୋଚନା ପରେ ପ୍ରଦୀପଙ୍କୁ ଲଣ୍ଡନରେ ରହିବାର ସୁଯୋଗ ମିଳିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *