ଓଡିଆ ଅଭିନେତ୍ରୀ Ipsita Mohanty (ତୁଳସୀ) ଙ୍କ Family & Biography, ୧୦ ବର୍ଷ ପରେ ବର୍ତ୍ତମାନ କଣ କରୁଛନ୍ତି ତୁଳସୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଧାରାବାହିକରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଡିଆ ଧାରାବାହିକରେ କାମ କରୁଥିବା ଅଭିନେତ୍ରୀ ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଡିଆ ଧାରାବାହିକରେ ଅଭିନୟ କରୁଥିବା ଫେମସ ଅଭିନେତ୍ରୀ ଈପ୍ସିତା ମହାନ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ।

ଅଭିନେତ୍ରୀ ଈପ୍ସିତାଙ୍କ ଜୀବନ ଓ ପରିବାର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ବନ୍ଧୁଗଣ ଓଡିଆ ଧାରାବାହିକ ‘ତୁଳସୀ’ରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ରିଅଲ ନାମ ହେଉଛି ଈପ୍ସିତା ମହାନ୍ତି ।


ବନ୍ଧୁଗଣ ଈପ୍ସିତାଙ୍କ ଘର ହେଉଛି ରାଜଧାନୀ ଭୁବନେଶ୍ବରରେ । ଈପ୍ସିତା ରାଜଧାନୀ ଭୁବନେଶ୍ବରରେ ଜନ୍ମ ଗ୍ରହଣ କରିଥିଲେ । ଈପ୍ସିତାଙ୍କ ସ୍ଵାମୀଙ୍କ ନାମ ହେଉଛି ରୋହିତ ମହାନ୍ତି । ଈପ୍ସିତା ଓ ରୋହିତଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ମଧ୍ୟ ଅଛି । ଈପ୍ସିତାଙ୍କୁ ପିଲା ବେଳରୁ ଅଭିନୟରେ ବହୁତ ଅଧିକ ରୁଚି ଥିଲା ।

ଆପଣ ମାନେ ତାଙ୍କୁ ଓଡିଆ ଧାରାବାହିକ ‘ତୁଳସୀ’ରେ ମୁଖ୍ୟ ଅଭିନେତ୍ରୀ ରୂପେ ଦେଖିଥିବେ । ଏହି ସିରିଏଲରେ ଅଭିନୟ କରି ସେ ବହୁତ ଲୋକପ୍ରିୟତା ହାସଲ କରିଥିଲେ । ବନ୍ଧୁଗଣ ଏହି ସିରିଏଲଟିକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ, ଈପ୍ସିତା ନିଜ ଅଭିନୟ ଦ୍ଵାରା ଓଡିଶାରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଏହି ସିରିଏଲରେ ଅଭିନୟ କରିଥିବା ସମସ୍ତ କଳାକାରଙ୍କ ମଧ୍ୟରୁ ଈପ୍ସିତାଙ୍କ ଅଭିନୟ ଭିନ୍ନ ଥିଲା । ସେ ନିଜ ସୁନ୍ଦର ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଥିଲେ । ଏହି ସିରିଏଲ ବ୍ଯତୀତ ଈପ୍ସିତା ଅନ୍ୟ କେତକ ଓଡିଆ ଆଲବମ ଓ ଚଳଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି । ସେ ଓଡିଆ ଫିଲ୍ମ ‘ଗୁଡ ବଏ’ରେ ଅଭିନୟ କରିଥିଲେ ଓ ଏହି ଫିଲ୍ମଟି ସୁପର ହିଟ ମଧ୍ୟ ହୋଇଥିଲା । ତାଙ୍କର ଓଡିଆ ଆଲବମ ମଧ୍ୟରୁ ‘ତୁ ମୋର ହେଇଜା, ଏତେ ସୁନ୍ଦର ଏବଂ ଗୁଲୁ ଗୁଲିଆ ଝିଅ’ ଆଦି ବହୁତ ଲୋକପ୍ରିୟତା ହାସଲ କରିଥିଲା ।

ହେଲେ ବନ୍ଧୁଗଣ ଏହି ସୁନ୍ଦର ଅଭିନେତ୍ରୀ ଜଣକ କାହିଁକି ବର୍ତ୍ତମାନ କୌଣସି ଧାରାବାହିକରେ କାମ କରୁନାହାନ୍ତି ଆପଣ ମାନେ ଜାଣିଛନ୍ତି କି, ବନ୍ଧୁଗଣ ଈପ୍ସିତା ଧାରାବାହିକ ‘ତୁଳସୀ’ ପରେ ଅନ୍ୟ କୌଣସି ସିରିଏଲରେ ନଜର ଆସିଥିଲେ । କାରଣ ସେ ଓଡିଆ ଟିଭି ଇଣ୍ଡଷ୍ଟ୍ରିକୁ ତ୍ୟାଗ କରିଥିଲେ । ସେ ବର୍ତ୍ତମାନ ଦୁବାଇରେ ନିଜ ପରିବାର ସହ ରହୁଛନ୍ତି ଓ ବନ୍ଧୁଗଣ ଏହା ମଧ୍ୟ ଖବର ମିଳିଛି ଯେ, ଈପ୍ସିତା ମହାନ୍ତି ପରବର୍ତ୍ତୀ ସମୟରେ ଏହି ଟିଭି ଇଣ୍ଡଷ୍ଟ୍ରିରେ ନଜର ଆସିବେ ନାହିଁ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *