ଏହି ୧୦ ଟି ଅଭ୍ୟାସ ଥିବା ମହିଳାମାନଙ୍କ ଉପରେ ମା’ ଲକ୍ଷ୍ମୀ ସବୁବେଳେ ଢାଳନ୍ତି ଟଙ୍କା ପଇସା- Ajira Anuchinta

ବନ୍ଧୁଗଣ ମାତା ଲକ୍ଷ୍ମୀଙ୍କର ପ୍ରିୟ ହୋଇଥାନ୍ତି ଏହି ୧୦ଟି ଅଭ୍ୟାସ ଥିବା ମହିଳା ମାନେ । ମାତା ଲକ୍ଷ୍ମୀଙ୍କୁ ଧନର ଦେବି ବୋଲି କୁହାଯାଏ , ଯଦି ଆପଣ ଜୀବନରେ ସୁଖୀ ଆଉ ଧନୀ ହୋଇ ରହିବାକୁ ଚାହୁଥାନ୍ତି ତେବେ ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବା ନିହାତି ଆବଶ୍ୟକ । ସେମିତି ତ ଦେଖିବାକୁ ଗଲେ ମାତା ଲକ୍ଷ୍ମୀ ସେହି ଲୋକ ଉପରେ ଆଶୀର୍ବାଦ ରଖିଥାନ୍ତି ଯାହାଙ୍କର କିଛି ଖାସ ଗୁଣ ରହିଥାଏ । ତେବେ ଆସନ୍ତୁ ଆଜି ଆମେ ଏହି ଲେଖା ମାଧ୍ୟମରେ ସେହି ଖାସ ୧୦ଟି ଗୁଣ ବିଷୟରେ ଆଲୋଚନା କରିବା , ଯାହା ରହିବା ଦ୍ଵାରା ମହାଲକ୍ଷ୍ମୀଙ୍କ ଆଶୀର୍ବାଦ ନିଶ୍ଚୟ ମିଳିଥାଏ ।

ସକାଳେ ଓ ସନ୍ଧ୍ୟା ସମୟରେ ନିୟମିତ ପୂଜା କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ପସନ୍ଦ କରିଥାନ୍ତି । ଏହି ମହିଳା ମାନେ ବାକି ମହିଳା ମାନଙ୍କ ତୁଳନାରେ ବେଶୀ ପଜିଟିଭ ହୋଇଥାନ୍ତି । ଏମାନେ ନିୟମିତ ପୂଜା କରିବା ଦ୍ଵାରା ଏହି ମହିଳା ମାନଙ୍କ ମନ ପବିତ୍ର ହୋଇଥାଏ , ଯେଉଁ ମହିଳା ମାନଙ୍କର ମନ ପବିତ୍ର ହୋଇଥାଏ ସେମାଙ୍କ ପାଖରେ ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ।

ଗୁରୁବାର ଦିନ ବ୍ରତ ରଖୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ସବୁବେଳେ ରହିଥାଏ । ଏହି ମହିଳା ମାନେ ମାତାଙ୍କ ପୂଜାର୍ଚନା ପାଇଁ ଭୋଗ ବିଳାସ ତ୍ୟାଗ କରିଥାନ୍ତି , ଏହି ବଳିଦାନ ଦେଖି ମାତା ଲକ୍ଷ୍ମୀ ତାଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି ।

ଘରେଥିବା କନ୍ୟା ସନ୍ତାନ ମାନଙ୍କୁ ଗେଲ୍ହା କରୁଥିବା ମହିଳା ମାନଙ୍କୁ ମାତା ଲକ୍ଷ୍ମୀ ବହୁତ ପସନ୍ଦ କରିଥାନ୍ତି । କୁହାଯାଇଥାଏ ଯେ ଶିଶୁ କନ୍ୟାଙ୍କ ଭିତରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି । ଏମିତିରେ ଯେଉଁ ମହିଳା ମାନେ ଛୋଟ ଝିଅ ମାନଙ୍କୁ ବହୁତ ଭଲପାଇଥାନ୍ତି ଓ ସେମାନଙ୍କ ଯତ୍ନ କରିଥାନ୍ତି ମାତା ଲକ୍ଷ୍ମୀଙ୍କ ଆଶିଷ ସେମାନଙ୍କ ଉପରେ ପଡିଥାଏ ।

ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କ ନାମରେ ଘିଅର ଦୀପ ଲଗାଇଲେ ମାତା ଲକ୍ଷ୍ମୀ ଖୁସି ହୋଇଥାନ୍ତି । ତେଣୁ ଯେଉଁ ମହିଳା ଏଭଳି କରନ୍ତି ତାଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପାଇବାର ଅବସର ମିଳିଥାଏ । ସେ ତାଙ୍କର ସବୁ ମନସ୍କାମନା ପୂରଣ କରିଥାନ୍ତି ।

ଯେଉଁ ମହିଳା ମାନେ ଗୁରୁବାର ଦିନ ଘରେ ଆମିଷ ଖାଆନ୍ତି ନାହିଁ କି ରୋଷେଇ କରନ୍ତି ନାହିଁ ତାଙ୍କୁ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ । ଗୁରୁବାର ଦିନ ମାତା ଲକ୍ଷ୍ମୀଙ୍କର ଦିନ ହୋଇଥାଏ ଏହିଦିନ ସମସ୍ତଙ୍କ ଘରେ ଆମିଷ ବାରଣ ହୋଇଥାଏ , ଯଦି ଏହି ଦିନ ଆପଣ ଆମିଷ ଖାଉଥାନ୍ତି ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଘରକୁ କେବେ ପ୍ରବେଶ କରନ୍ତି ନାହିଁ ଏବଂ ମାତା ଲକ୍ଷ୍ମୀ ଘର ଛାଡି ଚାଲିଯାଇଥାନ୍ତି ।

ଗୁରବାର ଦିନ ଦାନ ଧର୍ମ କରିବାକୁ ଶୁଭ ଧରା ଯାଇଥାଏ । ଏମିତି କଲେ ମହିଳା ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କର କୃପା ରହିଥାଏ । ଏହିଦିନ ଦାନରେ ଧନ , ଅନ୍ନ , ପଇସା , ବସ୍ତ୍ର କୌଣସି ବି ଜିନିଷ ଦାନ କରିପାରିବେ , କିନ୍ତୁ ଭୁଲରେ ସେହିଦିନ କାହାରିକୁ କୌଣସି ଜିନିଷ ଭୁଲରେ ଧାର କି ଉଧାର ଦେବେ ନାହିଁ । ଏହିଦିନ କୌଣସି ଜିନିଷ ଧାର ଦେଲେ ମାତା ଲକ୍ଷ୍ମୀ କେବେ ପ୍ରବେଶ କରନ୍ତି ନାହିଁ ।

ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରୁଥିବା ମହିଳା ମାନେ ମା’ ଙ୍କର ଅତି ପ୍ରିୟ ହୋଇଥାନ୍ତି । ତାଙ୍କର ଆଚରଣ ଦେଖି ମାତା ଲକ୍ଷ୍ମୀ ତାଙ୍କ ଉପରେ ପ୍ରସନ୍ନ ହୋଇଥାନ୍ତି । ଘରର ସଦସ୍ୟଙ୍କର ଯତ୍ନ କରୁଥିବା ଓ ଘର ଉନ୍ନତି ପାଇଁ ସର୍ବଦା ଚେଷ୍ଟା କରୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ହୋଇଥାନ୍ତି । ଏପରି ମହିଳାଙ୍କ ଜୀବନରେ ଧନର ଅଭାବ ମାତା ଲକ୍ଷ୍ମୀ କେବେ ବି କରନ୍ତି ନହିଁ ।

ପରିବାର ସହିତ ବାନ୍ଧି ହୋଇ ରହୁଥିବା ମହିଳା ମାନେ ମାତା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାନ୍ତି । ଯଦି କେଉଁ ମହିଳା ନିଜ ପରିବାର ସହିତ ମିଶି ରହିବାକୁ ଚାହାନ୍ତି ନାହିଁ ତେବେ ସେହି ମହିଳାଙ୍କ ଉପରେ ମାତା ଲକ୍ଷ୍ମୀ କୋପ ହୋଇଥାନ୍ତି ।

ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରୁଥିବା , ପ୍ରାଥନା କରୁଥିବା ମହିଳା ମାନଙ୍କ ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ରହିଥାନ୍ତି । ଯଦି ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥାଏ ତେବେ କମେନ୍ଟ କରି କରିବେ ଜୟ ମା ମହା ଲକ୍ଷ୍ମୀ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *