ଯେତେ ପୁରୁଣା ଦାନ୍ତ ବିନ୍ଧା ହେଇଥାଉ ନା କାହିଁକି ମାତ୍ର 5 ମିନିଟ ରେ ଭଲ ହୋଇଯିବ, କେବଳ କରନ୍ତୁ ଏହି ଉପାୟ- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ୩ଟି ସହଜ ଘରୋଇ ଉପଚାର ସମ୍ବନ୍ଧରେ କହିବୁ । ଯାହାଦ୍ୱାରା ଆପଣ ନିଜର ଦାନ୍ତ ବିନ୍ଧା କଷ୍ଟ କୁ ମାତ୍ର ୫ମିନିଟ ରେ ଦୂର କରି ପାରିବେ । ବନ୍ଧୁଗଣ ଯେତେବେଳେ କୌଣସି କାରଣ ବଶତଃ ଆମ ଦାନ୍ତ ଭିତରେ ଗାତ ହୋଇଯାଏ ଅଥବା କ୍ୟାଭିଟି ହୋଇଯାଏ ତେବେ ସେହି ସ୍ଥାନରେ ଜୀବାଣୁ ବହୁତ ମାତ୍ରାରେ ରହି ଯାଆନ୍ତି । ଯାହାଫଳରେ ଆମ ଦାନ୍ତ ରେ ଅସହନୀୟ କଷ୍ଟ ହେବାକୁ ଲାଗିଥାଏ । କ୍ୟାଭିଟି ହେବାର ଅନେକ ପ୍ରକାର କାରଣ ହୋଇଥାଏ ।

ଅଧିକ ମିଠା ଖାଇବା ଦ୍ଵାରା କ୍ୟାଭିଟି ହେବାର ସମ୍ଭାବନା ରହିଥାଏ । ଏହା ସହିତ ଯଦି ଆପଣଙ୍କ ଶରୀର ଓ ଦାନ୍ତ ରେ କ୍ୟାଲସିୟମ ର ଅଭାବ ରହିଛି ତେବେ ମଧ୍ୟ ଦାନ୍ତ ରେ କ୍ୟାଭିଟି ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହା ବହୁତ ସହଜ ଓ ସରଳ ଅଟେ ।

ଏହି ଉପଚାର ନିମନ୍ତେ ଆମକୁ ଯେଉଁ ସବୁ ସାମଗ୍ରୀ ର ଆବଶ୍ୟକତା ରହିଥାଏ, ସେହି ସାମଗ୍ରୀ ଗୁଡ଼ିକ ଆପଣ ମାନଙ୍କୁ ଅତି ସହଜରେ ଆପଣଙ୍କ ରୋଷେଇ ଘରୁ ମିଳିଯିବ । ତେବେ ଆସନ୍ତୁ ଏହି ୩ଟି ଘରୋଇ ଉପଚାର ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମ ଉପଚାର ନିମନ୍ତେ ଆପଣଙ୍କୁ ପ୍ରଥମେ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ‘ଅଦା’ । ଅଦା ରେ ଭରପୁର ମାତ୍ରାରେ ଆଣ୍ଟି ମଇକ୍ରୋବେଲ୍ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ ମିଳିଥାଏ । ଯଦି ଆପଣଙ୍କ ଦାନ୍ତ ରେ କ୍ୟାଭିଟି ହୋଇଛି ଏବଂ ଜୀବାଣୁ ର ମାତ୍ରା ବଢ଼ି ଯାଇଛି ତେବେ ଅଦା ଏହାକୁ ନଷ୍ଟ କରିବାରେ ସହାୟକ ହୋଇଥାଏ । ଏହାପରେ ଦ୍ଵିତୀୟ ସାମଗ୍ରୀ ଯାହା ଆବଶ୍ୟକ ଅଟେ, ତାହା ହେଉଛି ‘ଲେମ୍ୱୁ’ ।

ଲେମ୍ୱୁ ରେ ସାଇଟ୍ରିକ ଏସିଡ଼ ରହିଥାଏ । ତେବେ ଆପଣ ଏକ ଅଦା ଖଣ୍ଡ କୁ ଭଲ ଭାବରେ ଛେଲି ଏହାର ରସକୁ ବାହାର କରି ଦିଅନ୍ତୁ । ଏହାପରେ ଏଥିରେ ଏକ ଚାମଚ ଲେମ୍ୱୁରସ ମିଶାଇ ଦିଅନ୍ତୁ । ଏହି ମିଶ୍ରଣକୁ ଆପଣ ଏକ ତୁଳା ସାହାଯ୍ୟ ରେ ଦାନ୍ତ ର ଯେଉଁ ସ୍ଥାନରେ କଷ୍ଟ ହେଉଛି ସେଠାରେ ଲଗାଇ ରଖନ୍ତୁ । ଆପଣ ଏହି ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହାଦ୍ବାରା ଆପଣଙ୍କ ଦାନ୍ତ କଷ୍ଟ ତୁରନ୍ତ ଦୁର ହୋଇଯିବ ।

୨. ବନ୍ଧୁଗଣ ଦ୍ଵିତୀୟ ଉପଚାର ନିମନ୍ତେ, ଆପଣଙ୍କୁ ‘ଗୋଲମରିଚ’ ର ଆବଶ୍ୟକତା ରହିଛି । ଗୋଲମରିଚ ରେ ଥିବା ପୋଷକ ତତ୍ତ୍ୱ ଦାନ୍ତ କଷ୍ଟ କୁ ଦୁର କରିବାରେ ସହାୟକ ହୋଇଥାଏ । ତେବେ ଏହି ଉପଚାର ପାଇଁ ଆପଣ ପ୍ରଥମେ ଅଳ୍ପ ଗୋଲମରିଚ କୁ ଭଲ ଭାବରେ ଗୁଣ୍ଡ କରି ଦିଅନ୍ତୁ ।

ଏହାପରେ ଏଥିରେ ଆପଣ ସୈନ୍ଧବ୍ୟ ଲୁଣ କୁ ମିଶାଇ ଦିଅନ୍ତୁ । ଏହାପରେ ଆପଣଂକୁ ସୋରିଷ ତେଲ ର ଆବଶ୍ୟକତା ରହିଛି । ତେବେ ଏହି ତିନୋଟି ସାମଗ୍ରୀ କୁ ଭଲ ଭାବରେ ମିଶାଇ ଆପଣ ତୁଳା ସାହାଯ୍ୟ ରେ ଦାନ୍ତରେ କଷ୍ଟ ହୋଇଥିବା ସ୍ଥାନରେ ଚାପି ରଖି ଦିଅନ୍ତୁ । ଦାନ୍ତର କଷ୍ଟ ଦୂର କରିବା ପାଇଁ ଆପଣ ଏହି ଉପଚାର ର ପ୍ରୟୋଗ ମଧ୍ୟ କରି ପାରିବେ ।

୩. ବନ୍ଧୁଗଣ ତୃତୀୟ ଉପଚାର ନିମନ୍ତେ, ଆପଣଙ୍କୁ ଯେଉଁ ସାମଗ୍ରୀ ର ଆବଶ୍ୟକତା ରହିଛି ତାହା ହେଉଛି ‘ଆଳୁ’ । ଆଳୁ ରେ ଏଭଳି ପୋଷକ ତତ୍ତ୍ୱ ରହିଥାଏ ଯାହା ଦାନ୍ତ ଜନିତ ସମସ୍ତ କଷ୍ଟ କୁ ଦୂର କରିଥାଏ । ଆପଣ ଏକ ଆଳୁ ର ଚୋପା କୁ ଛେଳି ସେହି ଚୋପାକୁ ଦାନ୍ତ ର କଷ୍ଟ ହେଉଥିବା ସ୍ଥାନରେ ରଖି ଦିଅନ୍ତୁ । ଅଥବା ଆପଣ ଆଳୁ କୁ ଛୋଟ ଛୋଟ ଖଣ୍ଡ କରି ଏହାକୁ ଚୋବାଇ ମଧ୍ୟ ପାରିବେ । ଏହାଦ୍ବାରା ଆପଣଙ୍କ ଦାନ୍ତ କଷ୍ଟ ଦୂର ହୋଇଥାଏ ।

ତେବେ ବନ୍ଧୁଗଣ ଏହି ୩ଟି ଘରୋଇ ଉପଚାର ମଧ୍ୟରୁ ଆପଣ ଯେ କୌଣସି ଗୋଟିଏ ଉପଚାର କୁ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ । ଏହା ସମ୍ପୂର୍ଣ୍ଣ ଆୟୁର୍ବେଦ ଉପାୟ ଅଟେ । ଏହାଦ୍ବାରା ଆପଣଙ୍କୁ କୌଣସି କ୍ଷତି ହେବ ନାହିଁ ଏବଂ ଦାନ୍ତ ଜନିତ ସମସ୍ତ ସମସ୍ୟା ଦୂର ହେବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *