ନିଆରା ବାହାଘର ! ଦାମୀ କାର କିମ୍ବା ହେଲିକପଟରରେ ନୁହେଁ ବଳଦ ଗାଡ଼ିରେ ବିଦା ହେଲେ କନ୍ୟା

ନମସ୍କାର ବନ୍ଧୁଗଣ, ଆଜିକାଲିର ଯାକ ଜମକ ଆଧୁନିକ ଦୁନିଆରେ ସମ୍ପୂର୍ଣ ଭାବରେ ବୁଡି ଗଲାଣି ଅଗା କାଳର ପରମ୍ପରା । କିନ୍ତୁ ଖବର ଅନୁଯାୟୀ ଆଗକାଳର ପରମ୍ପରାକୁ ପୁଣି ଥରେ ସାଥି କରିଥିବା ଏକ ଦୃଶ୍ୟ ସାମ୍ନାକୁ ଆସିଛି । ବଡ ବଡ ଦାମୀ କାର ଉଡାଜାହାଜରେ ବସି କନ୍ୟା ବିଦା ହେଉଥିବା ସମୟରେ ନଜର ଆସିଛି ଜଣେ କନ୍ୟା ବଳଦ ଗାଡିରେ ବିଦା ହୋଇ ନିଜ ଶାଶୁ ଘରକୁ ଯାଉଛି ।

ଏହା କୌଣସି ସିନେମାର ଚଳଚ୍ଚିତ୍ର ନୁହେଁ ବରଂ ସତ । ତେବେ ଏଭଳି ଏକ ଦୃଶ୍ୟ କେଉଁଠାରେ ଦେଖିବା ପାଇଁ ମିଳିଛି ଆସନ୍ତୁ ଜାଣିବା । ଶଗଡ ଗାଡିରେ କନ୍ୟା ବିଦା ହେବାର ଦୃଶ୍ୟ ଦେଖିବା ପାଇଁ ମିଳିଛି ଆମ ଓଡିଶାର ଗଞ୍ଜାମ ଜିଲା, ଜଗନ୍ନାଥ ପ୍ରସାଦ ବ୍ଲକ ଅଞ୍ଚଳରେ ।ଗତ ଆଠ ତାରିଖରେ କୁଡୁତାଇ ବ୍ଲକ ଅନ୍ତର୍ଗତ ବାଙ୍କତରା ଗ୍ରାମର ଗଦାଧର ନାୟକଙ୍କ ପୁଅ ମହେନ୍ଦ୍ରଙ୍କର ବିବାହ ଥିଲା । ପାଟରା ପଲ୍ଲି ଗ୍ରାମର ସରିତାଙ୍କ ସହ ତାଙ୍କର ବିବାହ ହୋଇଛି ।

ମହେନ୍ଦ୍ର ତାଙ୍କ ମାଆଙ୍କ ସ୍ମୃତି ତାଜା କରିବା ପାଇଁ ଟଙ୍କା ପତ୍ନୀ ସରିତାଙ୍କୁ ବଳଦ ଗାଡିରେ ଘରକୁ ଆଣିଥିଲେ । କାରଣ ମହେନ୍ଦ୍ରଙ୍କ ମାଆ ତାଙ୍କ ବିବାହ ବେଳେ ଏହି ବଳଦ ଗାଡିରେ ତାଙ୍କ ଶାଶୁ ଘରକୁ ଆସିଥିଲେ । ତେବେ ମହେନ୍ଦ୍ରଙ୍କ ଏହି ଇଚ୍ଛାକୁ ସମ୍ମାନ ମଧ୍ୟ ଦେଇଥିଲେ ସରିତା । ମହେନ୍ଦ୍ର ଏବଂ ସରିତା ଉଭୟ ପ୍ରେମ ବିବାହ କରିଛନ୍ତି ଏବଂ ଉଭୟ ଗୋଟିଏ ଘରୋଇ କମ୍ପାନୀରେ ଚାକିରି ମଧ୍ୟ କରୁଛନ୍ତି ।

ତେଣୁ ଟ୍ଟାଙ୍କର ଆର୍ଥିକ ସ୍ଥିତି ବେସ ଭଲ ଥାଇ ସରିତା ନିଜ ସ୍ଵାମୀଙ୍କ ଇଛାକୁ ସମ୍ମାନ ଦେଇ ବଳଦ ଗାଡିରେ ବିଦା ହେବା କଥାରେ ସହମତି ଦେଇଥିଲେ । ମହେନ୍ଦ୍ରଙ୍କ କହିବ ଅନୁଯାୟୀ ତାଙ୍କୁ ଶଗଡ ମିଳୁନଥିଲା ବହୁତ କଷ୍ଟରେ ଖୋଜା ଖୋଜି ପରେ ଏକ ଶଗଡ ମିଳିଥିଲା । ଯାହାର ଅବସ୍ତା ଭଲ ନଥିଲା । କିନ୍ତୁ ସଜାଡି ବିଦାୟୀ ପାଇଁ ପ୍ରସ୍ତୁତ କରାଯାଇଥିଲା ।

ସରିତା ନିଜର ପ୍ରତିକ୍ରିୟା ରଖି କହିଛନ୍ତି କି ଗାଡି ମଟରରେ ଆମେ ପିଲାବେଳୁ ଆଜି ଯାଏ ଯିବା ଆସିବା କରି ଆସିଛେ । କିନ୍ତୁ ଶଗଡ ଗାଡିରେ ସେ କେବେ ବସି ନଥିଲେ । ତେଣୁ ଶଗଡ ଗାଡିରେ ବସିବା ଦ୍ଵାରା ତାଙ୍କୁ ଏକ ନୂଆ ଅନୁଭବ ହେଲା ଏବଂ ଭଲ ବି ଲାଗିଲା । ଏହା ସହିତ ପୁରୁଣା ପରମ୍ପରାର ସ୍ମୁତି ତାଜା ହୋଇଗଲା । ପରମ୍ପରାକୁ ବଞ୍ଚିବା ପାଇଁ କରରାଯାଇଥିବା ଏହି ପ୍ରୟାସ ସମ୍ପର୍କରେ ଆପଣଙ୍କ ମତ କଣ ରହିବା ତାହା କମେଣ୍ଟରେ ନିହାତି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *