IND vs ENG: ସେମିଫାଇନାଲ ରେ ପରଜାୟ ପରେ BCCI ର କଡା ପଦକ୍ଷେପ, ଟୀମ ଇଣ୍ଡିଆର ହେବ ଫର୍ମାଟିଙ୍ଗ, ବିଦା ହେବେ ଏହି ସବୁ ସିନିୟର ଖେଳାଳୀ

ବନ୍ଧୁଗଣ ସୂଚନା ଅନୁଯାୟୀ ବିସିସିଆଇ ନେବାକୁ ଯାଉଅଛି କଡା ପଦକ୍ଷପ । ଟିମ ଇଣ୍ଡିଆ ର ହେବାକୁ ଯାଉଅଛି ଫର୍ମାଟିଂ । ବିଦା ହେବାକୁ ଯାଉଛନ୍ତି ସବୁ ସିନିୟର ଖେଳାଳୀ । ଚଳିତ ଟି-20 ବିଶ୍ଵକପ ର ସେମିଫାଇନାଲ ରେ ଇଂଲଣ୍ଡ ଠାରୁ ଲଜ୍ୟାଜନକ ଭାବରେ ପରାଜୟ ବରଣ କରିବା ପରେ ଚେଇଁ ଉଠିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ । ଖୁବ ଶୀଘ୍ର ଟିମ ଇଣ୍ଡିଆ ରେ ଏକ ବଡ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ ।

ଆସନ୍ତା ବର୍ଷ ବିରାଟ କୋହଲୀ ଏବଂ ରୋହିତ ଶର୍ମା ଙ୍କ ସମେତ କିଛି ସିନିୟର ଖେଳାଳୀ ଟି-20 ଟିମ ରୁ ବାଦ ପଡିବେ । ଏଥି ସହିତ 2 ବର୍ଷ ପରେ ହେବାକୁ ଥିବା ଟି-20 ବିଶ୍ଵକପରେ ନୂଆ ଖେଳାଳୀ ଙ୍କୁ ସ୍ଥାନ ମିଳିପାରେ । ଇଂଲଣ୍ଡ ଠାରୁ 10 ୱିକେଟରେ ହାରିବା ପରେ ଟିମ ଇଣ୍ଡିଆ ଏବେ ବିସିସିଆଇ ର ନଜରରେ ରହିଅଛି । ଅର୍ଥାତ ବିସିସିଆଇ ଏକ ନୂଆ ପ୍ଳାନ ପ୍ରସ୍ତୁତ କରୁଥିବା ଜଣା ପଡିଛି ।

ଆସନ୍ତା ଏକବର୍ଷ ମଧ୍ୟରେ ଏହାର ଝଲକ ଦେଖିବାକୁ ମିଳିପାରେ । ତେବେ ଯଦି ଏହିଭଳି କିଛି ହୁଏ ତେବେ ଦଳରୁ ଅନେକ ଖେଳାଳୀ ଟି-20 ଟିମରୁ ଏବଂ ଆଗାମୀ ବିଶ୍ଵକପ ଟିମରୁ ବାଦ ପଡିବାର ସମ୍ଭାବନା ଅଧିକ ରହିଅଛି । ଇଂଲଣ୍ଡ ବିପକ୍ଷରେ ହାରିବା ପରେ ଅଧିନାୟକ ରୋହିତ ଭାବୋବିହୋଳ ହୋଇଯାଇଥିଲେ । ଏହି ସମୟରେ ତାଙ୍କୁ କୋଚ ରାହୁଲ ଦ୍ରାବିଡ ସାନ୍ତ୍ଵନା ଦେଇଥିଲେ ।

ତେବେ 2 ବର୍ଷ ପରେ ଟି-20 ବିଶ୍ଵକପ ହେବାକୁ ଥିବା ବେଳେ ହାର୍ଦ୍ଧିକ ପାଣ୍ଡିଆ ଟି-20 ଏବଂ ଦିନିକିଆ ଦଳର ଅଧିନାୟକ ଦାଇତ୍ଵ ନେଇ ପାରନ୍ତି । ତେବେ ବିସିସିଆଇ କୌଣସି ଖେଳାଳୀଙ୍କୁ ସନ୍ୟାସ ନେବା ପାଇଁ ବାଧ୍ୟ କରିବ ନାହିଁ । ଆସନ୍ତା 2023 ସୁଦ୍ଧା ସିନିୟର ଖେଳାଳୀ ମାନେ ଦିନିକିଆ ଟେଷ୍ଟ ଖେଳିବେ ମାତ୍ର ଆସନ୍ତା ବର୍ଷ ଟି-20 ଟିମ ରେ କୌଣସି ସିନିୟର ଖେଳାଳୀ ରହିବେ ନାହିଁ ।

ବିସିସିଆଇ ର ଏହିଭଳି ରଣନୀତି ରହିଥିବା ଏହିଭଳି ବିଶେଷ ସୂତ୍ରରୁ ଜଣା ପଡିଛି । ତେବେ କରୋଡ କରୋଡ ଫ୍ୟାନ୍ସ ମାନଙ୍କୁ ଆଘାତ କରିଛନ୍ତି ଭାରତୀୟ କ୍ରିକେଟ ଦଳ । ବିଶ୍ଵକପ କୁ ନେଇ କ୍ରିକେଟ ପ୍ରେମୀ ମାନେ ଦେଖିଥିବା ସ୍ଵପ୍ନ ଭାଙ୍ଗି ଯାଇଅଛି । ଭାରତ ର ଏହା ସବୁଠାରୁ ବଡ ପରାଜୟ ଅଟେ । ଟିମ ଭାବୁକ ହେବା ସହିତ ସମଗ୍ର ଦେଶ ମଧ୍ୟ ଭାବୁକ ହୋଇଯାଇଥିଲା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *