ରାଶିଫଳ 11 ମେ 2020, ଆଜି ଏହି 5ଟି ଭାଗ୍ୟଶାଳୀ ରାଶିଙ୍କ ଉପରେ ରହିବ ଭଗବାନ ଭୋଳାନାଥଙ୍କ କୃପା

ରାଶିଫଳର ଆମ ଜୀବନରେ ବହୁତ ମହତ୍ତ୍ଵ ରହିଥାଏ । ଗ୍ରହମାନଙ୍କ ଗୋଚର ଓ ନକ୍ଷତ୍ରର ଗତିକୁ ଆଧାରକରିହିଁ ରାଶିଫଳ ବାହାର କରାଯାଇଥାଏ । ଶାସ୍ତ୍ର ଅନୁସାରେ ଆମ ଜୀବନ ଗ୍ରହ ମାନଙ୍କର ଚଳନ ଉପରେ ଆଧାରିତ ହୋଇ ଥାଏ ଏବଂ ଯେମିତି ଏହି ଗ୍ରହ ମାନଙ୍କର ଦିଗ ପରିବର୍ତ୍ତନ ହୋଇଥାଏ ଆମ ଜୀବନ ଉପରେ ତାର ପ୍ରଭାବ ପଡିଥାଏ । କେତେକ ଲୋକ ନିଜର ଭବିଷ୍ୟତ ବିଷୟରେ ଜାଣିବା ପାଇଁ ବହୁତ ଆଗ୍ରହୀ ହୋଇଥାନ୍ତି, ରାଶି ଅନୁସାରେ ବ୍ଯକ୍ତିର ସ୍ଵଭାବ ଓ ଭବିଷ୍ୟତ ସମ୍ବନ୍ଧୀୟ ବହୁତ ସୂଚନା ପ୍ରାପ୍ତ କରାଯାଇପାରେ । ଗ୍ରହମାନଙ୍କ ଗତି ସବୁବେଳେ ବଦଳି ଥାଏ ଯେଉଁଥିପାଇଁ ଆମର ଦୈନିକ ଜୀବନରେ ବି ସମସ୍ତ ଘଟଣା ସବୁଦିନ ଚେଞ୍ଜ ହୋଇଥାଏ । ଯଦି ଆପଣ ବି ଜାଣିବାକୁ ଚାହୁଞ୍ଚନ୍ତି କି ଆଜିର ଦିନ ଆପଣଙ୍କର କିପରି ରହିବ ଓ ଆଜିର ଦିନ ଆପଣଙ୍କ ଜୀବନରେ କଣ କଣ ପରିବର୍ତ୍ତନ ଆଣିବ ! ଏହି ସବୁ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ପଢନ୍ତୁ ଆଜି 11 ମେ 2020 ସୋମବାରର ରାଶିଫଳ ।

ମେଷ

ଆଜି ଆପଣଙ୍କୁ ବ୍ୟବସାୟରେ କିଛି ସମସ୍ୟାର ସାମନା କରିବାକୁ ପଡିବ । ଆପଣ ନିଜର ବ୍ୟବହାର ଦ୍ଵାରା ସମ୍ପର୍କୀୟ ମାନଙ୍କର ହୃଦୟକୁ ଜିତି ନେବେ । ଗୁରୁଜନ ମାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ପାରିବାରିକ ଜୀବନରେ ଉଥାନ ପଥାନ ଦେଖିବାକୁ ମିଳିପାରେ । ଆଜି ଆପଣ ଶିବ ମନ୍ଦିର ଯାଇ ଜଳ ଅର୍ପଣ କରିବା ଦ୍ଵାରା ଆପଣଙ୍କର ସବୁ ସମସ୍ୟା ଦୂର ହୋଇଯିବ । ମାଆ ଙ୍କ ସ୍ୱାସ୍ଥ୍ୟ କୁ ନେଇ ଚିନ୍ତିତ ରହି ପାରନ୍ତି । ବିଦ୍ୟାର୍ଥୀ ମାନଙ୍କର ପାଠ ପଢାରେ ବେଶୀ ମନ ଲାଗିବା ନାହିଁ ।

ବୃଷ

ଆଜି ଏହି ରାଶିର ଲୋକଙ୍କର କୌଣସି କଥାକୁ ନେଇ ଭାଇ ଭଉଣୀ ଙ୍କ ଭିତରେ ଝଗଡା ହୋଇ ପାରେ । ଆପଣଙ୍କର ଆୟ ଖର୍ଚ ଅପେକ୍ଷା କମ ରହିବ । ନିଜର ରାଗ ଉପରେ ନିୟତ୍ରଣ ରଖିବା ସହିତ ଗାଡି ଧୀରେ ଚଲାନ୍ତୁ । ଭଗବାନ ଶିବଙ୍କ କୃପାରୁ ଆଜି ଆପଣଙ୍କ ଜୀବନରେ ଆସୁଥିବା ସବୁ କଷ୍ଟ ଦୂର ହୋଇଯିବ । ଆପଣ ଖରାପ ଲୋକଙ୍କ ଠାରୁ ଦୂରେଇ ରୁହନ୍ତୁ । ପରିବାର ଭିତରେ ମତଭେଦ ଦେଖା ଦେଇ ପାରେ ।

ମିଥୁନ

ଆଜି ଆପଣଙ୍କ ମନ କାମରେ ଠିକ ଭାବେ ଲାଗିବ ନାହିଁ । ପରିବାରରେ କୌଣସି ସଦସ୍ୟ ଙ୍କ ସହିତ ମତଭେଦ ହୋଇ ପାରେ । ଆପଣଙ୍କ ମନ ବିଚଳିତ ହୋଇ ପାରେ । ଆଗାମୀ ତିତନୀ ଦିନ ଭିତରେ ଆପଣଙ୍କୁ କୌଣସି ଖୁସି ଖବର ମିଳିପାରେ । ବ୍ୟବସାୟରେ ପ୍ରଗତି ଏବଂ ଆୟରେ ବୃଦ୍ଧି ହେବ । ଜୀବନସାଥୀ ଙ୍କ ସହିତ ସମ୍ପର୍କ ମଧୁର ରହିବ ।

କର୍କଟ

ଚାକିରି କରିଥିବା ଲୋକଙ୍କୁ ଆଜି ଆଗକୁ ଯିବା ପାଇଁ ମୌକା ମିଳିବ । ନୂଆ କାମ ଆରମ୍ଭ କରିବେ । ମହତ୍ଵପୂର୍ଣ ମାମଲା ପାଇଁ ଆପଣଙ୍କୁ କିଛି ଯୋଜନା କରିବା ପାଇଁ ପଡିବ । କୌଣସି କଥାକୁ ଅନ୍ୟ ପାଖରେ ପହଞ୍ଚାଇବାର କାମ ଆପଣଙ୍କୁ ଦିଆଯାଇ ପାରେ । ବନ୍ଧୁ ଏବଂ ସ୍ତ୍ରୀ ଙ୍କ ଠାରୁ ଆପଣଙ୍କୁ ଲାଭ ହେବ । ସାମାଜିକ କ୍ଷେତ୍ରରେ ଆପଣ ଖ୍ୟାତି ଏବଂ ପ୍ରତିଷ୍ଠା ପାଇବେ । କାମରେ ବିଳମ୍ବ ହୋଇ ପାରେ ।

ସିଂହ

ଆଜି ଆପଣଙ୍କର ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ । ଆପଣ ସମାଜରେ ଯଶ ଏବଂ କୀର୍ତି ର ବୃଦ୍ଧି ହେବ । ନିଜର ଚିଡଚିଡା ବ୍ୟବହାର ଉପରେ ନିୟତ୍ରଣ ରଖନ୍ତୁ । କୌଣସି ବନ୍ଧୁ ଙ୍କୁ ଦେଇଥିବା ଧାର ଟଙ୍କା ଫେରସ୍ତ ମିଳିବ । ଲୋକମାନେ ଆପଣଙ୍କର ଆକର୍ଷଣ ବ୍ୟକ୍ତିତ୍ଵ ଦ୍ଵାରା ପ୍ରଭାବିତ ହେବେ । ଆଜି ଆପଣଙ୍କୁ ଧନ ଲାଭ ହେବାର ସମ୍ଭାବନା ଅଛି ।

କନ୍ୟା

ଆଜି କରିଥିବା ନିବେଶ ଲାଭକାରୀ ରହିବା ସହିତ ସମୃଦ୍ଧି ଆଣି ଆସିବ । ଖରାପ ଲୋକ ଏବଂ ମଦ୍ୟ ଠାରୁ ଦୂରେଇ ରୁହନ୍ତୁ । ଆଜି ଆପଣ ନିଜର ରାଗ ଉପରେ ସଂପୂର୍ଣ୍ଣ ଭାବେ କାବୁ ରଖନ୍ତୁ । ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟକ୍ରମ ହୋଇ ପାରେ । ଆପଣଙ୍କ ପାଇଁ ଆସୁଥିବା ସମୟ ବହୁତ ଭଲ ରହିବ । ଅନ୍ୟର ଝଗଡାରେ ପଡନ୍ତୁ ନାହିଁ । ଭଲ ଖବର ପାଇ ଖୁସି ହେବେ ଏବଂ ଯଦି କିଛି ଲୋକଙ୍କ ସହିତ ଝଗଡା ଚାଲିଥିବା ତାହେଲେ ତାହା ଆଜି ଶେଷ ହୋଇଯିବ ।

ତୁଳା

ଆଜି ଆପଣଙ୍କୁ ବ୍ୟବସାୟରେ ଲାଭ ମିଳିପାରେ । ମାଆ ଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବ । ଅଧିକ ଖର୍ଚ ପାଇଁ ଆପଣଙ୍କ ମନ ଭଲ ରହିବ ନାହିଁ । କିଛି ବଡ କାମ କରିବା ପାଇଁ ମନ ହୋଇପାରେ । ଆଜି ଆପଣ ବହୁତ ଖୁସି ରହିବେ । କୌଣସି କାମକୁ କମ ସମୟ ଭିତରେ ଶେଷ କରି ପାରନ୍ତି । ମୌଜ ମସ୍ତି ଆପଣଙ୍କର ରୁଚି ବଢିବ ।

ବିଛା

ଆର୍ଥିକ ସ୍ଥିତିକୁ ନେଇ ବ୍ୟସ୍ତ ହୋଇ କୌଣସି ବଡ ନିଷ୍ପତ୍ତି ନିଅନ୍ତୁ ନାହିଁ । ପରିବାର ସହିତ ମିଶି ଯେଉଁ କାମ କରିବେ ସେଥିରେ ସଫଳତା ମିଳିବ । ଗାଡି ଧୀରେ ଚଳାଇବା ସହିତ ନିଜର ଖାଇବା ପିଇବା ଉପର ମଧ୍ୟ ଧ୍ୟାନ ରଖନ୍ତୁ । ଆପଣ ନିଜର ଏକ ନୂଆ ପରିଚୟ ସୃଷ୍ଟି କରିବା ପାଇଁ ଆଗକୁ ବଢିବେ । ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଜିର ଦିନଟି ମଧ୍ୟ ବହୁତ ଭଲ ଅଛି ।

ଧନୁ

ଆଜିର ଦିନ ଆପଣଙ୍କୁ ନୂଆ ଲାଭଦାୟକ ଅବସର ପ୍ରଦାନ କରିବ । ଅଫିରେ କେହି ଆପଣଙ୍କୁ ତା ନିଜ ଆଡକୁ ଆକର୍ଷିତ କରିପାରେ ଏବଂ ଆପଣ ମଧ୍ୟ ତା ଆଡକୁ ଟାଣି ହୋଇ ଯିବେ । ଆଜି ଆପଣଙ୍କୁ ବିରୋଧୀ ମାନଙ୍କର ସାମନା କରିବାକୁ ପଡିପାରେ । ପରିବାରରେ ଦୁଖଃର ମାହୋଲ ରହିବ । ଆପଣ ଯେଉଁ କାମ ବି କରୁଛନ୍ତି ସେଥିରେ ଆପଣଙ୍କୁ ନିଜର ପରିଶ୍ରମ ହିସାବରେ ନିହାତି ଫଳ ମିଳିବ । ଆପଣଙ୍କୁ ବିବାଦକୁ ସମାଧାନ କରିବା ପାଇଁ ସଫଳତା ମିଳିପାରେ ।

ମକର

ଆଜି କାହାକୁ ବି ପଇସା ଦେବା ନେବା କରନ୍ତୁ ନାହିଁ । ବୈବାହିକ ଜୀବନରେ ସୁଖ ଶାନ୍ତିର ବାତାବରଣ ରହିବ । ଆପଣଙ୍କ ଉଚ ଅଧିକାରୀ ଆପଣଙ୍କୁ ଠିକ ରାସ୍ତା ଦେଖାଇବା ପାଇଁ ଚେଷ୍ଟା କରିବେ । ରୋଜଗାର କରିବା ପାଇଁ କିଛି ନୂଆ ମୌକା ମିଳିପାରେ । ଆଜି ହଠାତ ଧନ ଲାଭ ହେବାର ଯୋଗ ଅଛି । କୌଣସି ବ୍ୟକ୍ତିଏନକେ ସହାୟତାରେ ଆପଣ ସଫଳତା ପାଇ ପାରିବେ । ଅସୁବିଧାରୁ ବାହାକୁ ବାହାରିବା ପାଇଁ ନିଜ ଲୋକ ମାନଙ୍କର ସାହାଯ୍ୟ ନେବାକୁ ପଡିବ ।

କୁମ୍ଭ

ଧାର୍ମିକ କାର୍ଯ୍ୟ ପ୍ରତି ଆପଣଙ୍କର ରୁଚି ବଢିବ । ବୁଝି ବିଚାରି କରିଥିବା କାମ ଲାଭକାରୀ ପ୍ରମାଣିତ ହେବ । କାମରେ ଅଧିକ ସମୟ ଦେବାକୁ ହେବ । ଆପଣ ନିଜର ଖାଇବା ପିଇବା ଏବଂ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ । କଥାବାର୍ତା ରେ ସହାଯତା ରହିବ । ଭୋଳାନାଥ ଙ୍କ ପୂଜା କରିବା ଦ୍ଵାରା ଆପଣଙ୍କ ଜୀବନର ସବୁ ସମସ୍ୟା ଶେଷ ହୋଇଯିବ ଏବଂ ଆପଣଙ୍କ ଜୀବନରେ ଖାଲି ଖୁସି ଆସିବ ।

ମୀନ

ଆଜି ଆପଣଙ୍କ ସ୍ୱାସ୍ଥ୍ୟ କମଜୋର ହୋଇ ପାରେ । ସମ୍ପତ୍ତି ର ବିସ୍ତାର ହେବ । ଆଜିର ଦିନଟି ଏହି ରାଶି ପାଇଁ ବହୁତ ଭଲ ରହିବ । ଆପଣନାକ ଦାମ୍ପତ୍ୟ ଜୀବନରେ ମଧୁର ବାତାବରଣ ଦେଖା ଦେବ । ଯଦି ଆପଣ ନିଜ କାମ ଉପରେ ଧ୍ୟାନ ଦେବେ ତାହେଲେ ସଫଳତା ଏବଂ ପ୍ରତିଷ୍ଠା ଆପଣଙ୍କର ହିଁ ହେବ । ବିବାହିତ ଲୋକଙ୍କ ଜୀବନ ବହୁତ ଭଲରେ କଟିବ । ଦୈନିକ ରାଶିଫଳ ବିଷୟରେ ଜାଣିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *