37 ବର୍ଷର ହୋଟେଲ, ଦିନକୁ ବିକ୍ରି 60 kg ମଟନ୍, ଫେମସ ମଟନ ରୋଷେଇର ଅସଲ ରହସ୍ୟ କଣ ? ଦେଖନ୍ତୁ ଭିଡିଓ

ବନ୍ଧୁଗଣ ଏ ଦୁନିଆରେ ସମସ୍ତ ମଣିଷ ଛୁଆଙ୍କ ଠାରୁ ଆରମ୍ଭ କରି ବୃଦ୍ଧ, ପୁରୁଷଙ୍କ ଠାରୁ ଆରମ୍ଭ କରି ମହିଳା ସମସ୍ତ ଲୋକ ଏବେ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ସୋସିଆଲ ମିଡିଆରେ ଲୋକମାନେ ଦେଶ ବିଦେଶର ସମସ୍ତ ଘଟଣା ଓ ଖବର ବିଷୟରେ ଅତି ସହଜରେ ଜାଣିବା ସହ ଯେକୌଣସି ସ୍ଥାନରେ ରହି ନିଜ ମନୋରଞ୍ଜନ ମଧ୍ୟ କରିପାରୁ ଛନ୍ତି । ତେବେ ବନ୍ଧୁଗଣ ସୋସିଆଲ ମିଡିଆ ଦ୍ଵାରା ଅନେକ ଲୋକ ନିଜର ଟ୍ୟାଲେନ୍ଟ ପଦର୍ଶନ କରି ଫେମସ ମଧ୍ୟ ହୋଇପାରୁଛନ୍ତି ।

ଆଜିକାଲି ଏମିତି ଅନେକ ଲୋକ ଅଛନ୍ତି ଯେଉଁ ମାନେ ଫୁଡ ବ୍ଲଗିଙ୍ଗ କରି ଲୋକ ମାନଙ୍କର ମନୋରଞ୍ଜନ କରିପାରୁଛନ୍ତି । ବନ୍ଧୁଗଣ ଏ ଦୁନିଆର ଅଧିକାଂଶ ଲୋକ ଫୁଡ ଲଭର ହୋଇଥାନ୍ତି । ଆଉ ଯେଉଁ ମାନେ ଫୁଡ ବ୍ଲଗର ଅଟନ୍ତି ସେମାନେ ଅଲଗା ଅଲଗା ସ୍ଥାନରେ ବୁଲି ଯେଉଁ ସବୁ ସ୍ଥାନରେ ଭଲ ଭଲ ଖାଦ୍ୟ ମିଳେ ତାକୁ ଏକ୍ସପ୍ଲୋର କରନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ହୋଟେଲ ବିଷୟରେ କହିବାକୁ ଯାଉଛୁ ଯେଉଁଠି ସବୁଠାରୁ ଫେମସ ମଟନ ମିଳେ । ଯଦି ଆପଣ ମାନେ ମଟନ ଖାଇବା ପାଇଁ ପସନ୍ଦ କରନ୍ତି ତା ହେଲେ ଏ ହୋଟେଲ କେବଳ ଆପଣ ମାନଙ୍କ ପାଇଁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହୋଟେଲ ବିଷୟରେ । ଏହି ହୋଟେଲରେ ସବୁଠାରୁ ଫେମସ ଖାଦ୍ୟ ହେଉଛି ମଟନ ।

ଏଠାରେ ମଟନ ଝୋଳ, ମଟନ କଶା, ମଟନ ଡାଲମା, ମଟନ କିମା କଲିଜା, ଚିକେନ ମସଲା, ଚିକେନ ବିରିଆନୀ, ପନିର ମସଲା, ବେସର ବଟା ଛତୁ ଓ ପୋଟଳ କୋର୍ମା ଆଦି ହୁଏ । ବନ୍ଧୁଗଣ ଏଠି କେବଳ ଆମିଷ ନୁହେଁ ନିରାମିଷ ଖାଦ୍ୟ ବି ଭଲ ମିଳେ । ଏହି ହୋଟେଲଟି ହେଉଛି କଟକ କାଠ ଯୋଡି କୂଳରେ ଖାନ ନଗର ପାଖରେ ଥିବା ନଣ୍ଡା ଭାଇ ହୋଟେଲ । ବନ୍ଧୁଗଣ ଏଇଠି ଆପଣ ମାନେ ସାଧାରଣ ପ୍ରାଇଜରେ ବହୁତ ସ୍ଵାଦିଷ୍ଟ ମଟନର ମଜା ନେଇପାରିବେ ।

ଏଠାରେ ଆପଣ ମାତ୍ର ୧୫୦ ଟଙ୍କାରେ ମଟନ କରି, ୧୬୦ ଟଙ୍କାରେ ମଟନ କଶା ଓ ୧୫୦ ଟଙ୍କାରେ ମଟନ କିମା କଲିଜାର ଆନନ୍ଦ ଉଠାଇ ପାରିବେ । ଏଠି ଯିଏ ବି ମଟନ ଖାଇଛି ସେ ବାରମ୍ବାର ଆସିଛି । ବନ୍ଧୁଗଣ ଏହି ହୋଟେଲରେ ମିଳୁଥିବା ମଟନ କଟକରେ ଅତି ପ୍ରସିଦ୍ଧ । ତା ହେଲେ ବନ୍ଧୁଗଣ ଆପଣ ମାନେ ବି ଏହି ହୋଟେଲକୁ ଯାଇ ମଟନର ଆନନ୍ଦ ଉଠାନ୍ତୁ ଆଉ ଆପଣ ମାନଙ୍କୁ ମଟନ କେମିତି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *