CSK vs RR: ଏତେ ଛକା ମାରିଲୁ ତଥାପି ହାରିଲୁ… 

ନମସ୍କାର ବନ୍ଧୁଗଣ, ଗତକାଲି ହୋଇଥିବା ରାଜସ୍ଥାନ ରୟାଲ ଏବଂ ଚେନାଇ ସୁପର କିଙ୍ଗ ମଧ୍ୟରେ ଏକ ଦମଦାର ତଥା ରୋମାଞ୍ଚକ ମ୍ୟାଚ ଦେଖିବା ପାଇଁ ମିଳିଥିଲା । ରାଜସ୍ଥାନ ନିଜ ଶେଷ ବଲରେ ଚେନାଇକୁ ହରାଇ ବିଜୟ ହାସଲ କରିଥିଲା । ତେବେ କିଭଳି ଥିଲା ସେହି ମ୍ୟାଚ ଟି ଏବଂ ଚେନାଇ ଛକା ମାରିବା ପରେ ମଧ୍ୟ କେଉଁ ପରିସ୍ଥିତିରେ ହାରିଲା ଏହା ସମ୍ପର୍କରେ ବର୍ତ୍ତମାନ ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ନିଜର ନଜର ନ ହଟାଇ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ ଏବଂ ଜାଣନ୍ତୁ । ଅସମ୍ଭବ ପରିସ୍ଥିତିରେ ମହେନ୍ଦ୍ର ସିଂ ଧୋନୀ ମ୍ୟାଚଟିକୁ ଶେଷ ପର୍ଯ୍ୟନ୍ତ ନେଇଥିଲେ କିନ୍ତୁ ତଥାପି ବି ହାରିଗଲେ । ମ୍ୟାଚରେ ଟସ ଜିତିବା ପରେ ଚେନ୍ନାଇ ପ୍ରଥମେ ବୋଲିଙ୍ଗ କରିବାର ନିସ୍ପତି ଗ୍ରହଣ କରିଥିଲା । ଏବଂ ଏହାପରେ ରାଜସ୍ଥାନର ଯଶ ବଟଲର ଏବଂ ଯଶସ୍ଵୀ ଜେଶ୍ଵାଲ ବ୍ୟାଟିଙ୍ଗ କରିବା ପାଇଁ ମଇଦାନକୁ ଓଲ୍ହାଇଥିଲେ ।

ଚେନାଇ ତରଫରୁ ପ୍ରଥମେ ବୋଲିଙ୍ଗ ପାଇଁ ଆସିଥିବା ତୁସାର ଜେଶ୍ଵାଲଙ୍କୁ 10 ରନର ସ୍କୋରରେ ଆଉଟ କରିଥିଲେ । ଚେନ୍ନାଇ ମ୍ୟାଚ ଆରମ୍ଭ ସମୟରେ ବେସ ଦମଦାର ପ୍ରଦର୍ଶନ ଦେଖାଇଥିଲା ନିଜର । 88 ରନରେ ରାଜସ୍ଥାନ ତାର ତିନୋଟି ୱିକେଟ ହରାଇ ସାରିଥିଲା । ତଥାପି ରାଜସ୍ଥାନ ନିଜର ସମସ୍ତ ୱିକେଟ ହରାଇ 175 ରନ ସଂଗ୍ରହ କରିଥିଲା ।

ଚେନାଇର 176 ରନରେ ବିଜୟ ଲାଭ କରିବାର ନଜର ଠିକ ଥିଲା । କିନ୍ତୁ ଚେନାଇ ବ୍ୟାଟିଂ ପାଇଁ ମଇଦାନକୁ ଓଲ୍ହାଇବା ପରେ ଜଣଙ୍କ ପରେ ଜଣେ ଆଉଟ ହେବାକୁ ଲାଗିଲେ । ଆଉ ମାତ୍ର 78 ରନରେ ଦୁଇଟି ୱିକେଟ ହରାଇ ବସିଲା ଚେନାଇ ।  ଏବଂ 113 ରନରେ 6ଟି ୱିକେଟ ହରାଇଲା ଚେନାଇ । ଶେଷ ଦୁଇ ଓଭରରେ ଚେନାଇକୁ ଜିତିବା ପାଇଁ 40 ଓଭର ଦରକାର ଥିଲା ।

ଏହାପରେ ଧୋନୀ ଏବଂ ଜାଡେଜା ଛକା ଚଉକା ମାରି ମ୍ୟାଚ ପୁଣି ଥରେ ବିଜୟ ଆଡକୁ ଆଣୁଥିଲେ । କିନ୍ତୁ ଶେଷରେ ସନ୍ଦିପ କରୁଥିବା ବୋଲିଂ ର ବଲକୁ ଖେଳିବା ଧୋନୀ ଏବଂ ଜାଡେଜାଙ୍କ ପାଇଁ ବହୁତ କଷ୍ଟକର ଥିଲା । ଆଉ ଶେଷରେ ମ୍ୟାଚଟି ହାରିଗଲା ଚେନାଇ । ଏହା ସମ୍ପର୍କରେ ଆପଣ ମାନଙ୍କ ମତ କଣ ରହିବ ତାହା କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *