ପଟିଆଲା କୋର୍ଟରୁ ଆସିଲା ସମନ, ଏବେ ଅଡୁଆରେ ପଡିଛନ୍ତି ଅଭିନେତ୍ରୀ Varsha Priyadarshini

ବନ୍ଧୁଗଣ, ସୂଚନା ଅନୁଯାୟୀ ଥାନା କୁ ଟଣା ହେବେ ବର୍ଷା ପ୍ରିୟଦର୍ଶନୀ । ପଟିଆଲା କୋର୍ଟ ରୁ ଆସିଛି ବର୍ଷା ଙ୍କ ପାଇଁ ସମନ । ଏହା ସହିତ ଜାନୁଆରୀ 4 ତାରିଖରେ କୋର୍ଟ ରେ ହାଜର ହେବାକୁ ହୋଇଛି ନିର୍ଦ୍ଧେଶ । ବର୍ଷା ପ୍ରିୟଦର୍ଶନୀ ହେଉଛନ୍ତି ଓଲିଉଡ ଇଣ୍ଡଷ୍ଟ୍ରୀର ଜଣେ ନାମିଦାମୀ ଅଭିନେତ୍ରୀ, ସେ ବର୍ତ୍ତମାନ ପାରିବାରିକ ବିବାଦ ମାମଲାରେ ଛନ୍ଦି ହୋଇଛନ୍ତି । ବର୍ଷା ଙ୍କ ଘରର ଗେଟ ବନ୍ଦ ଅଛି ଆଉ ଗେଟରେ ଲାଗିଅଛି ଗୋଟିଏ ନୋଟିସ ।

ଏହି ନୋଟିସ ରେ ମିଳିଛି ବର୍ଷା ଙ୍କୁ ପଟିଆଲା କୋର୍ଟର ଛାଟ । ତେବେ ପଟିଆଲା କୋର୍ଟ ବର୍ଷା ଙ୍କୁ ଲେଖିଛନ୍ତି ଯେ ଜାତି କୁ ନେଇ ଗାଳିଦେବା ଆଇପିସି ଧାରା 506 ଅନୁଯାୟୀ ଏକ ଦଣ୍ଡନୀୟ ଅପରାଧ । ଏଥିରେ ବର୍ଷା ପ୍ରିୟଦର୍ଶନୀ, ଆୟୁଶୀ ପ୍ରିୟଦର୍ଶନୀ ଏବଂ ଦୀପା ସାହୁ ଙ୍କୁ ଆସନ୍ତା 4 ତାରିଖରେ କୋର୍ଟରେ ହାଜର ହେବାକୁ ପଡିବ ।

ଏହି ନୋଟିସ ପଟିଆଲା କୋର୍ଟ ତଦନ୍ତକାରୀ କମିଟି  ମାଧ୍ୟମରେ ବର୍ଷା ଙ୍କ ପାଇଁ ଜାରି କରିଛି । ଅନୁଭବ ମହାନ୍ତି ଙ୍କ ଅଙ୍ଗରକ୍ଷୀ ସୁଜିତ ଦଳାଇ ଯିଏ ଏହି ସମନ ପଛର ନାୟକ ଅଟନ୍ତି ।2019 ମସିହାରେ ବର୍ଷା ଅନୁଭବ ଙ୍କ ଅଙ୍ଗରଖି ସୁଜିତ ଦଳାଇ ଙ୍କୁ ତାଙ୍କ ଜାତିକୁ ନେଇ ଗାଳିଦେଇଥିଲେ । ମାତ୍ର ଏହାକୁ ନେଇ କିଛି କହିନଥିଲେ ସୁଜିତ ।

ମାତ୍ର ଯେତେବେଳେ ବିବାଦ ବଢିଥିଲା ଅନୁଭବ ଏବଂ ବର୍ଷା ଙ୍କ ମଧ୍ୟରେ, ଏହାପରେ ଯାଇ ସୁଜିତ ନିଜ ଉପରେ ହୋଇଥିବା ଜାତିଭିତ୍ତିକ ଗାଳି କୁ ସମ୍ଭାଳି ପାରିନଥିଲେ । ଆଉ 2022 ରେ ପଟିଆଲା କୋର୍ଟ ରେ ଅଭିଯୋଗ କରିଥିଲେ । ଏହାପରେ ବର୍ଷା ଙ୍କୁ ନୋଟିସ ହୋଇଥିଲା । ଖବର ଅନୁଯାୟୀ ଏହି ମାମଲା କୁ ନେଇ ପୁଣିଥରେ ସମନ ଜାରି କରିଛି ପଟିଆଲା କୋର୍ଟ ।

ବର୍ଷା ତାଙ୍କ ଘରେ ଉପସ୍ଥିତ ନଥିବାରୁ ଗେଟରେ ନୋଟିସ କୁ ଲଗାଇ ଚାଲି ଯାଇଛି ତଦନ୍ତକାରୀ ସଂସ୍ଥା । ଆଉ କହିଦେଇ ଯାଇଛନ୍ତି ଯେ 4 ତାରିଖରେ କିଛି ଅବହେଳା ନ କରି ଠିକ ସମୟରେ ଯାଇ କୋର୍ଟରେ ହାଜର ହୋଇଯିବେ ।

ଏହା ପୂର୍ବରୁ ମଧ୍ୟ ବର୍ଷା ଙ୍କୁ ନେଇ ସମନ ଜାରି ହୋଇଥିଲା । ମାତ୍ର ସେ ଠିକ ସମୟରେ କୋର୍ଟରେ ହାଜର ହୋଇ ନଥିବାରୁ ତାଙ୍କ ଘରକୁ ପୋଲିସ ଆସିଥିଲା ଆଉ ଠିକ ସେହି ସମୟରେ ବର୍ଷା ତାଙ୍କ ଘରୁ କୁଆଡେ ଚାଲି ଯାଇଥିଲେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *