ସୁମିତ ତପସ୍ୱିନୀ ମାମଲାରେ ନୂଆ ଟ୍ଵିଷ୍ଟ ! ଦେଖନ୍ତୁ କେଉଁ ଖୁସିରେ କୋର୍ଟରେ ମିଠା ଧରି ପହଞ୍ଚିଲେ Sumit ଙ୍କ ଓକିଲ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଶାର ବହୁ ଚର୍ଚ୍ଚିତ ତପସ୍ଵିନୀ ଓ ସୁମିତ ପାରିବାରିକ ବିବାଦ ମାମଲା ବିଷୟରେ ନିଶ୍ଚୟ ଜାଣିଥିବେ । ଗତ କିଛି ମାସ ହେବ ଏହି ମାମଲାଟି ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ତପସ୍ଵିନୀ ଓ ସୁମିତ ଉଭୟ ପରସ୍ପରକୁ ପ୍ରେମ କରି ବିବାହ କରିଥିଲେ ହେଲେ ପରେ ସୁମିତଙ୍କ ପରିବାର ଲୋକେ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ । ଏହା ପରେ ତପସ୍ଵିନୀ ନିଜ ହକ୍ ପାଇବା ପାଇଁ ଦୀର୍ଘ ଦୁଇ ମାସ କାଳ ଶୀତ କାକରରେ ରାସ୍ତା ଉପରେ ଧାରଣା ଦେଇ ବସିଥିଲେ ।

ଅନେକ ଦିନ ଧାରଣା ଦେଇ ବସିବା ପରେ ମଧ୍ୟ ସୁମିତଙ୍କ ଘର ଲୋକ ତପସ୍ଵିନୀଙ୍କୁ ଗ୍ରହଣ କରି ନଥିଲେ ଓ ସୁମିତ ଘର ଛାଡି ଚମ୍ପଟ ମାରିଥିଲେ । ଏପରି ସମୟରେ ତପସ୍ଵିନୀଙ୍କ ସହ ଜନସାଧାରଣଙ୍କ ସମର୍ଥନ ମିଳିଥିଲା ଯାହାଫଳରେ ଏହି ମାମଲାଟି କୋର୍ଟରେ ଚାଲିଥିଲା ।

ଗତ କିଛି ମାସ ତଳେ ଜିଲ୍ଲା କୋର୍ଟ ତପସ୍ଵିନୀଙ୍କୁ ତାଙ୍କ ଶାଶୁ ଘରେ ରହିବାର ନିର୍ଦ୍ଦେଶ ଦେଇଥିଲେ ଓ ସୁମିତ ତପସ୍ଵିନୀଙ୍କ ଖର୍ଚ୍ଚ ପାଇଁ ମାସିକ ଟଙ୍କା ଦେବେ ବୋଲି କହିଥିଲେ ଜିଲ୍ଲା କୋର୍ଟ । ହେଲେ ଜିଲ୍ଲା କୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ସୁମିତ ହାଇକୋର୍ଟର ଦ୍ଵାରସ୍ଥ ହୋଇଥିଲେ । ବନ୍ଧୁଗଣ ଗତ କିଛି ସମୟ ହେବ ଏହି ମାମଲାକୁ ନେଇ ଏକ ବଡ ଖବର ସାମ୍ନାକୁ ଆସୁଛି ଓ ଏହି ଖବର ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ବନ୍ଧୁଗଣ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ସୁମିତଙ୍କ ଓକିଲ ମିଠା ନେଇ କୋର୍ଟ ଭିତରକୁ ଆସୁଛନ୍ତି । ତେବେ ଲୋକମାନେ ଏହାକୁ ନେଇ ଅନେକ ପ୍ରତିକ୍ରିୟା ରଖିଛନ୍ତି । ଗତ କିଛି ଦିନ ତଳେ ହାଇକୋର୍ଟ ମଧ୍ୟସ୍ଥ କେନ୍ଦ୍ରରେ ଏହି ପାରିବାରିକ ବିବାଦର ଆପସ ସମାଧାନ ଚାଲିଥିଲା ।

ଏହାକୁ ନେଇ ସୁମିତ ଓ ତପସ୍ଵିନୀ ମଧ୍ୟ ଗଣମାଧ୍ୟମ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ । ତପସ୍ଵିନୀ ସେତେବେଳେ କହିଥିଲେ ବହୁତ ଶୀଘ୍ର ରିୟୁନିୟନ ହୋଇପାରେ । ସୁମିତଙ୍କ ଓକିଲ ହାତରେ ମିଠା ଦେଖି ସମସ୍ତେ ଭାବୁଛନ୍ତି ଏବେ ସୁମିତ ଓ ତପସ୍ଵିନୀ ମିଶି ଯାଇଛନ୍ତି । ହେଲେ ବନ୍ଧୁଗଣ ସତ୍ୟତା କଣ ତାହା ଅତି କମ ସମୟ ମଧ୍ୟରେ ଜଣା ପଡିବ । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *