କୋର୍ଟର ବଡ ନିସ୍ପତି, ମାଳା ଅଦଳ ବଦଳ ବିବାହକୁ ଦିଆଯିବ ନାହିଁ ଅନୁମତି

ବନ୍ଧୁଗଣ ଆମ ହିନ୍ଦୁ ଧର୍ମରେ ବିବାହକୁ ଏକ ପବିତ୍ର ବନ୍ଧନ ରୂପେ ମାନା ଯାଇଛି । କାରଣ ବିବାହରେ ଦୁଇଟି ମଣିଷ ଆଜୀବନ ପରସ୍ପର ସହ ରହିବା ସହ ଦୁଇଟି ପାରିବା ମଧ୍ୟରେ ସମ୍ପର୍କ ଗଢି ଉଠିଥାଏ । ବିବାହ ପରେ ସ୍ଵାମୀ ସ୍ତ୍ରୀ ଆଜୀବନ ପରସ୍ପରର ଦୁଃଖ ଓ ସୁଖର ସାଥି ହୋଇ ରହିଥାନ୍ତି । ବିବାହ ପାଇଁ ବିଧି ପୂର୍ବକ ସାତ ଫେରା ନେବା ଆବଶ୍ୟକ । ପ୍ରେମ ବିବାହ ସମ୍ବନ୍ଧରେ ମଧ୍ୟ ପ୍ରଦେଶ ହାଇ କୋର୍ଟ ଏକ ବଡ ନିଷ୍ପତ୍ତି ଶୁଣାଇ ଛନ୍ତି । କେବଳ ମାଳା ଅଦଳବଦଳ କରିଲେ ବିବାହ ହୁଏ ନାହିଁ ବୋଲି କହିଛନ୍ତି ଗ୍ଵାଲିଅର ଖଣ୍ଡ ବିଠକ ।

ବୈଧ ବିବାହ ପାଇଁ ସଂପୂର୍ଣ୍ଣ ବିଧି ବିଧାନରେ ସାତ ଫେରା ନେଇ ସମସ୍ତ ରୀତିନୀତି କରିବା ଜରୁରୀ ।  ଆର୍ଯ୍ୟ ସମାଜ ମନ୍ଦିରରେ ବିବାହ କରିଥିବା ଗୋଟେ ଦମ୍ପତ୍ତିଙ୍କ ଶୁଣାଣୀରେ ହାଇ କୋର୍ଟ ଏପରି ମକ୍ତବ୍ୟ ଦେଇଛନ୍ତି । ବିବାହ ପରେ ଏହି ଦମ୍ପତ୍ତି ହାଇ କୋର୍ଟକୁ ସୁରକ୍ଷା ଦାବି କରିଥିଲେ । ହେଲେ ଉଭୟଙ୍କ ପାଖରେ ବିବାହର କୌଣସି ସଠିକ ପ୍ରମାଣ ପତ୍ର ନଥିବାରୁ ଦମ୍ପତ୍ତିଙ୍କ ଏହି ଆବେଦନ ଖାରଜ କରିଛି ହାଇ କୋର୍ଟ ।

ଉଭୟଙ୍କୁ ଧମକ ଦିଆଯାଇଥିବାର କିଛି ପ୍ରମାଣ ନାହିଁ ।  ସେମାନଙ୍କ କଥାରେ ସତା ସତ୍ୟ ଦେଖିବାକୁ ମିଳୁ ନାହିଁ । କିଏ ଧମକ ଦେଉଛି ଓ କାହିଁକି ଧମକ ଦେଉଛି ତାହା ସ୍ପର୍ଷ୍ଟ କରିବା ଉଲ୍ଲେଖ ଯୋଗ୍ୟ । ତେଣୁ ଏହି ସବୁ କଥା ଆଧାରରେ କୋର୍ଟ ଶୁଣାଇଛି ନିଷ୍ପତ୍ତି । ମରେନା  ନିବାସୀ ଜଣେ ୨୩ ବର୍ଷର ଯୁବକ ଅଗଷ୍ଟ ୧୬ରେ ଗ୍ଵାଲିଅରର ଆର୍ଯ୍ୟ ସମାଜ ମନ୍ଦିରରେ ଏକ ୨୧ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ବିବାହ କରିଥିଲେ ।


ଆର୍ଯ୍ୟ ସମାଜରେ ବୋଧେ ଏହି ବିବାହର ପ୍ରମାଣ ପତ୍ର ଦେଇଛନ୍ତି ହେଲେ ପ୍ରେମ ବିବାହ ପରେ ଉଭୟଙ୍କ ପରିବାର ପକ୍ଷରୁ ଧମକ ଦିଆଯାଇଛି ବୋଲି ସେମାନେ ସୁରକ୍ଷା ପାଇଁ ହାଇ କୋର୍ଟରେ ଆବେଦନ କରିଥିଲେ । ଦମ୍ପତ୍ତି କୌଣସି ପୋଲିସ ଷ୍ଟେସନରେ ଅଭିଯୋଗ ନକରି ସିଧା ସଳଖ ହାଇ କୋର୍ଟରେ ଆବେଦନ କରିଛନ୍ତି ଓ ସେମାନଙ୍କ ପାଖରେ ଧମକ ଦେବାର କିଛି ସଠିକ ପ୍ରମାଣ ପତ୍ର ନାହିଁ ସେଥିପାଇଁ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛି ।

Leave a Reply

Your email address will not be published. Required fields are marked *