‘ଷଡଯନ୍ତ୍ର କରି Govinda Sahu କୁ ମାରି ଆତ୍ମହତ୍ୟା ରୂପ ଦିଆ ଯାଉଛି, ଏଥିପାଇଁ ରାଜ୍ୟ ସରକାର…’ ଦେଖନ୍ତୁ କଣ କହିଲେ କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର

ବନ୍ଧୁଗଣ, ମମିତା ମେହେର ହତୟଆ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ, ଯେଉଁଭଳି ଭାବରେ ଆ-ତ୍ମ-ହତୟଆ କରିଥିବା କଥା ଗଣମାଧ୍ୟମରୁ ସୂଚନା ମିଳିଛି । ଏଥିରୁ ଗୋଟିଏ କଥା ସ୍ପଷ୍ଟ ସେ ବିଚାରଧୀନ ବନ୍ଦୀ ହିସାବରେ ରାଜ୍ୟ ସରକାରଙ୍କର ହେପାଦତରେ ଥିଲେ । ଯେତେବେଳେ ଏଭଳି ଏକ ଅପରଦିଶକର ଘଟଣା ଘଟିଛି ଏଥି ନିମନ୍ତେ ରାଜ୍ୟ ସରକାର ସଂପୂର୍ଣ୍ଣ ଭାବରେ ଦାୟୀ । ଏଠାରେ ଖୋଲାଖୋଲି ଭାବରେ ଜେଲରେ ମାନବ ଅଧିକାର ନିୟମକୁ ପାଳନ କରାଯାଉନାହିଁ ।

ଏହା ହେଉଛି ପ୍ରଥମ କଥା ଦ୍ଵିତୀୟ କଥା ହେଉଛି ଯେଉଁଭଳି ଭାବରେ ଦିନକୁ ଦିନ ଏହି ଘଟଣା ସାଧାରଣ ଲୋକଙ୍କୁ ଆଲୋଡିତ କରୁଥିଲା ଏବଂ କେଉଁଠି ନା କେଉଁଠି ସିଧାସଳଖ ଭାବରେ ସରକାର ଦିନକୁ ଦିନ କାଠଗଡା ବ୍ଘିତରକୁ ପଶିଯାଉଥିଲେ । ଏଣୁ ସ୍ଥାନୀୟ ବିଧ୍ୟାୟକ ତଥା ସେହି ଅଞ୍ଚଳର ମନ୍ତ୍ରୀ ତତକାଳୀନ ଗୃହ ମନ୍ତ୍ରୀ ଙ୍କ ସମ୍ପୃକ୍ତି କୁ ନେଇ ଆଲୋଚନା ହେଉଥିଲା, ଏଥିରୁ ସ୍ପଷ୍ଟ କୁହାଯାଇପାରେ ଯେ ରାଜ୍ୟ ସରକାର ନିଜକୁ ନିର୍ଦ୍ଧୋସ ପ୍ରମାଣିତ କରିବା ପାଇଁ ନିଜ ଉପରୁ ଅଟାଇବା ପାଇଁ ଏଭଳି ଏକ ଆ-ତ୍ମ-ହତୟଆ ନାମରେ ଷଡଯନ୍ତ୍ର କରି ହତୟଆ କରାଯାଇଛି ।

ଏହାକୁ ନିଶ୍ଚିତ ଭାବରେ ହାଇକୋର୍ଟ ର ଜଣେ ବରିଷ୍ଠ କାର୍ଯ୍ୟରତ ବିଚାରପତି ଙ୍କ ଦ୍ଵାରା ଯାଞ୍ଚ କରାଯିବା ଉଚିତ ବୋଲି କହିଛନ୍ତି ଆଇନଯିବି । ମମତା ମେହେର ଘଟଣା ଯେତିକି ସଂବେଦନଶୀଳ ଘଟଣା ଥିଲା, ଏହାଠାରୁ ଅଧିକ ସ୍ପଷ୍ଟକାତର ଘଟଣା ଆଜିର ଏହି ଆ-ତ୍ମ-ହତୟଆ ଖବର ବୋଲି କହିଛନ୍ତି ଆଇନଜୀବି ।

ଜେଲ ବିଭାଗ ଯେଉଁଭଳି ସଂପୂର୍ଣ୍ଣ ସଂରକ୍ଷଣ କରିବା କଥା ସେହିଭଳି ଭାବରେ ଦାଇତ୍ଵର ସହିତ କୌଣସି କାର୍ଯ୍ୟ ନିଭାଇ ନାହାଁନ୍ତି । ଏହା ଉପରେ କଂଗ୍ରେସ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ସେ ଅଞ୍ଚଳକୁ ତଥା ଜେଲ କୁ ଯିବେ ଏବଂ କେଉଁ ପରିସ୍ଥିତିରେ କଣ ପାଇଁ ଏଭଳି ଅପ୍ରୀତିକର ଘଟଣା ଘଟିଲା ବାସ୍ତବରେ ଏଥିପାଇଁ ଦୋଷୀ କିଏ ? ଏହି ସମ୍ପର୍କରେ ଅନୁଧ୍ୟାନ କରି ରିପୋର୍ଟ ଦେବା ନିହାତି ଆବଶ୍ୟକ ।

ପ୍ରଥମରୁ ଯାହା କୁହାଯାଇଛି ଯେ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ଵାରା କାର୍ଯ୍ୟରତ ବିଚାରପତି ଙ୍କ ଦ୍ଵାରା ନାଇଟ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ଆଇନଜୀବି । ତେବେ ବର୍ତ୍ତମାନ ଆଇନ ଏ ନେଇ କେଉଁ ପଦକ୍ଷପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା । କିନ୍ତୁ ଗୋବିନ୍ଦ ସାହୁ ଙ୍କ ସହିତ ବହୁତ କିଛି ଗୁମର ଆଜି ଖୋଲିଥାନ୍ତା ବୋଲି ସୂଚନା ମିଳିଛି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *