କମେଡି କୁଇନ୍ Bharti Singh ଙ୍କ ନୂଆ Look ହେଲା ଭାଇରାଲ, 16 ଘଣ୍ଟା ନଖାଇ 15 କିଲୋ କମାଇଲେ ଓଜନ, ଜାଣନ୍ତୁ ତାଙ୍କ Fitness ର ରାଜ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ କମେଡି କୁଇନ ଭାରତୀ ସିଂହ କୁ ତ ନିଶ୍ଚିତ ଜାଣିଥିବେ ତେବେ ସେ ନିଜର ଓଜନ କୁ ନେଇ ସବୁବେଳେ କମେଡି କରି ଏବଂ ନିଜର ମଜାକ ଉଡାଇ ଚର୍ଚ୍ଚା ରେ ରହିଥାନ୍ତି । ତେବେ ବର୍ତ୍ତମାନ ଫୁଣି ସେ ଚର୍ଚ୍ଚା ରେ ରହିଛନ୍ତି ଏଥର କଥା ହେଉଛି ଭାରତୀ ଙ୍କ ନିଜ ର ନୂଆ ଲୁକ । ତେବେ କମେଡି କୁଇନ ଭାରତୀ ସିଂହ ବର୍ତ୍ତମାନ ନିଜର ଓଜନ କୁ କମେଇ ଦେଇ ସ୍ଲିମ ଟ୍ରିମ ହୋଇ ଯାଇଛନ୍ତି ।

ତେବେ ସେ ନିଜର ନୂଆ ଲୁକ କୁ ନେଇ ସେ ବର୍ତ୍ତମାନ ବହୁତ ଖୁସି ମଧ୍ୟ ଅଛନ୍ତି ଏବଂ ଏହି ଫ୍ୟାଟ ରୁ ଫିଟ ହୋଇ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରିଦେଇଛନ୍ତି । କମେଡି କୁଇନ ଭାରତୀ ସିଂହ ନିଜର ୧୫ କିଲୋ ଓଜନ କମେଇ ଦେଇଛନ୍ତି ତେବେ ସେ ଦ କପିଲ ଶର୍ମା ଶୋ ରେ ମଧ୍ୟ ନିଜର ଓଜନ କମାଇବା କଥା କୁ ସ୍ୱୀକାର କରିଛନ୍ତି । ତେବେ ସେ କହିଛନ୍ତି ସେ ପ୍ରଥମେ ୯୧ କିଲୋ ରୁ ୭୬ କିଲୋ ହୋଇ ଯାଇଛନ୍ତି ।

ତେବେ ସେ କହିଛନ୍ତି କି ଏସବୁ ସମ୍ଭବ ହୋଇ ପାରିଛି କାରଣ ସେ ନିଜର ଖାଦ୍ୟ ପେୟ ର ଯତ୍ନ ନେବା ସହ ନିଜର ଡାଇଟିଂ କରିବା ସହ ତେଲ,ମସଲା ଖାଦ୍ୟ କମେଇ ଦେଇଛନ୍ତି ଏବଂ ଇଣ୍ଟରମିଟେଣ୍ଟ ଫାଷ୍ଟ ମଧ୍ୟ କରୁଛନ୍ତି ଅର୍ଥାତ ରାତି ୭ ଟା ରୁ ତା ପରଦିନ ୧୨ ଟା ଯାଏ ସେ କିଛି ବି ଖାଉ ନାହାନ୍ତି ଏବଂ ଏହା ତାଙ୍କୁ ଓଜନ କମାଇବା ରେ ବହୁତ ସାହାଯ୍ୟ କରିଛି ।

ତେବେ ଭାରତୀ କହିଛନ୍ତି କି ୩୦ ବର୍ଷ ହେବ ସେ ଖୁବ ଖାଇଛନ୍ତି ଏବଂ ଖାଦ୍ୟ ତାଙ୍କ ପ୍ରିୟ ଏବଂ ଦୁର୍ବଳତା ମଧ୍ୟ କିନ୍ତୁ ଏହି ଗୋଟିଏ ବର୍ଷ ସେ ନିଜର ସ୍ୱାସ୍ଥ୍ୟ ପ୍ରତି ଅଧିକ ଧ୍ୟାନ ଦେଇଛନ୍ତି ଏବଂ ଡାଏଟ ଜରିଆରେ ନିଜର ଓଜନ କୁ କମାଇବା ରେ ସଫଳ ମଧ୍ୟ ହୋଇଛନ୍ତି । ତେବେ ଓଜନ କମିବା ପରେ ସେ ନିଜକୁ ବହୁତ ସୁସ୍ଥ ଅନୁଭଵ କରୁଛନ୍ତି ଏବଂ ତା ସହ ସେ ବହୁତ ଗର୍ବ ମଧ୍ୟ ଅନୁଭବ କରୁଛନ୍ତି ।

ତେବେ ଭାରତୀ ଙ୍କ ର ଏହି ଫିଟ ପରେ ସ୍ବାମୀ ହର୍ଷ ମଧ୍ୟ ବହୁତ ଖୁସି ଅଛନ୍ତି କିନ୍ତୁ ସେ ତାଙ୍କ ମୋଟା ଗାଲ କୁ ବହୁତ ମିସ ମଧ୍ୟ କରୁଛନ୍ତି ତେବେ ସେ ଏହା ମଧ୍ୟ କହିଛନ୍ତି କି ଭାରତୀ ତାଙ୍କ ସହ ନାଇଟ ଡିନର ଯିବା ପାଇଁ ମଧ୍ୟ ମନା କରିଦେଇଛନ୍ତି । ତେବେ ଭାରତୀ ବର୍ତ୍ତମାନ ଡାନ୍ସ ଦିୱାନେ ରେ ମଧ୍ୟ ନଜର ଆସିବେ ଏବଂ ସେଥିରେ ଭାରତୀ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି ।

Leave a Reply

Your email address will not be published. Required fields are marked *