ଆଜି ବହୁତ ବଦଳି ଯାଇଛନ୍ତି କଲର୍ସ ଟିଭିର ଏହି 4 ଜଣ Child Artist, ଦେଖା ଯାଆନ୍ତି କିଛି ଏମିତି…ନଂ 4 ଲାଗନ୍ତି ବହୁତ ସୁନ୍ଦର

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ଅପେକ୍ଷା ଧାରାବାହିକ ଦେଖିବାକୁ ଅଧିକ ପସନ୍ଦ କରୁଛନ୍ତି। ଛୋଟ ପରଦାର ଧାରାବାହିକ କୁ ଦେଖିବା ପାଇଁ ଲୋକମାନେ ଟିଭି ଆଗରେ ବସି ରହୁଛନ୍ତି। କେତେବେଳେ ଶାଶୂ ବୋହୁ କଳି ପ୍ରେମ ତ କେତେବେଳେ ଆଉ କଣ। ତେବେ ସେହି ଭଳି ଆମ ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅନେକ ନୂଆ ନୂଆ ଧାରାବାହିକ ରହିଛି ଯାହାକୁ ଲୋକମାନେ ଖୁବ ପସନ୍ଦ କରନ୍ତି ।

ତେବେ ସେଥି ମଧ୍ୟରୁ କଲରସ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ଅନେକ ଧାରାବାହିକ ରେ ଅନେକ ବାଲ୍ୟ କଳାକାର ଭାବରେ କାମ କରିଥିବା କିଛି ଶିଶୁ କଳାକାର ବର୍ତ୍ତମାନ ବହୁତ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ଏପରିଦେଖା ଯାଉଛନ୍ତି। ତେବେ ଆସନ୍ତୁ ଜାଣିନେବା ସେହି ଶିଶୁ କଳାକାର ଯିଏ ବର୍ତ୍ତମାନ ବହୁତ ବଡ଼ ହୋଇ ଯାଇଛନ୍ତି।

୧- ପ୍ରଥମ ରେ ହେଉଛନ୍ତି ତେହସିନ ଶାହା । ତେବେ ଆପଣ ଏହି ଶିଶୁ କଳାକାର ଙ୍କୁ ଉଡାନ ଧାରାବାହିକ ରେ ନିଶ୍ଚିତ ଦେଖିଥିବେ ଯିଏ କି ନିଜର ସୁନ୍ଦର ହସ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରିଥିଲେ। ତେବେ ବର୍ତ୍ତମାନ ଏହି ଚୁଲବୁଲି କଳାକାର ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ୧୪ ବର୍ଷର ହୋଇ ଯାଇଛନ୍ତି ତେବେ ସେ ବର୍ତ୍ତମାନ ମଧ୍ୟ ବହୁତ ସୁନ୍ଦର ଦେଖା ଯାଉଛନ୍ତି। ତେବେ ସେ ବର୍ତ୍ତମାନ ମ୍ୟାଡାମ ସାର ଧାରାବାହିକ ରେ କାମ କରୁଛନ୍ତି।

୨- ଦ୍ଵିତୀୟ ରେ ହେଉଛନ୍ତି ଜନତ ଜୁବେର। ତେବେ ଫୁଲବା ଧାରାବାହିକ ରେ ଆପଣ ଏହି ଶିଶୁ ଙ୍କୁ ତ ନିଶ୍ଚିତ ଦେଖିଥିବେ ଏବଂ ସେ ନିଜର ସୁନ୍ଦର ଏବଂ ଦମଦାର ଅଭିନୟ ରେ ଲୋକ ମାନଙ୍କ ର ହୃଦୟ ରେ ଜାଗା କରି ପାରିଥିଲେ ତେବେ ବର୍ତ୍ତମାନ ଜନତ ବର୍ତ୍ତମାନ ସୁନ୍ଦର ହୋଇ ଯାଇଛନ୍ତି ଏବଂ ଅନେକ ଧାରାବାହିକ ଏବଂ ସିନେମା ମିୟୁଜିକ ଭିଡ଼ିଓ ରେ ମଧ୍ୟ କାମ କରିଛନ୍ତି।

୩- ତୃତୀୟ ରେ ହେଉଛନ୍ତି ଅଭିନାଶ ମୁଖାର୍ଜୀ। ତେବେ ବାଲିକା ବଧୂ ର ଜଗିଆ ଭୂମିକା ରେ ନଜର ଆସିଥିବା ଏହି କଳାକାର ନିଜର ନଟଖଟ ଅଭିନୟ ରେ ଲୋକମାନଙ୍କ ହୃଦୟ ଜିଣି ପାରିଥିଲେ।ତେବେ ବର୍ତ୍ତମାନ ସେ ବହୁତ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ହିରୋ ଭାବରେ ମଧ୍ୟ ଧାରାବାହିକ ରେ କାମ କରୁଛନ୍ତି।

୪- ଚତୁର୍ଥ ରେ ହେଉଛନ୍ତି ଅବିକା। ତେବେ ବାଲିକା ବଧୁ ରେ ଆନନ୍ଦି ଭୂମିକାରେ ଅଭିନୟ କରି ଲୋକପ୍ରିୟ ହୋଇଥିବା ଏହି ଶିଶୁ କଳାକାର ବର୍ତ୍ତମାନ ଖୁବ ବଡ଼ ହୋଇ ଯାଇଛନ୍ତି ଏବଂ ବର୍ତ୍ତମାନ ସେ ଧାରାବାହିକ ସହ ସାଉଥ ସିନେମା ରେ ଅଭିନୟ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *