Cholestrole କେମିତି କରିବେ ନିୟନ୍ତ୍ରଣ ? Dr Binaya Bhusan Binakar

ନମସ୍କାର ବନ୍ଧୁଗଣ ତେବେ ନିଜ ଶରୀର କୁ ସୁସ୍ଥ ରଖିବା ଆମ ପାଇଁ ନିହାତି ଆବଶ୍ୟକ ଏବଂ ଉଚିତ ଅଟେ । କାରଣ ଯଦି ଶରୀର ସୁସ୍ଥ ନ ରହିବ ତେବେ ଆମେ କୌଣସି କାର୍ଯ୍ୟ କରିବା ପାଇଁ ସକ୍ଷମ ହୋଇ ପାରିବା ନାହିଁ । ତେବେ ବର୍ତ୍ତମାନ ଲୋକମାନେ ନିଜ ଶରୀର ରେ ଥିବା କୋଲେଷ୍ଟ୍ରଲ କୁ କମେଇବାକୁ ଚାହିଁ ଥାଆନ୍ତି । କାରଣ ଅଧିକ କୋଲେଷ୍ଟ୍ରଲ ଆମ ଶରୀର ପାଇଁ ବହୁତ କ୍ଷତିକାରକ ଅଟେ ।

ତେବେ ଆସନ୍ତୁ ଆଜି ଜାଣିନେବା କି କୋଲେଷ୍ଟ୍ରଲ କୁ କିପରି ଭାବରେ ଆମେ ନିୟନ୍ତ୍ରଣ ରେ ରଖିବା ଏବଂ କି କି ଉପାୟ ଦ୍ୱାରା ଆମେ କୋଲେଷ୍ଟ୍ରଲ କୁ କମେଇବା ଆସନ୍ତୁ ଜାଣିନେବା ।ତେବେ ଡାକ୍ତର ବିନୟ ଭୂଷଣ ବିନାକାର ଙ୍କ ଅନୁସାରେ କୋଲେଷ୍ଟ୍ରଲ ଏକ ପ୍ରକାରର ମହମ ଭଳି ପଦାର୍ଥ ଥାଏ ଯାହା ଆମ ଯକୃତ ରେ ରୁହେ ଏହା ଆମ ଶରୀରରେ ପିତ,ଭିଟାମିନ-ଡ଼ି ଏବଂ ହରମୋନ କି ପ୍ରସ୍ତୁତ କରନ୍ତି । ଶରୀର ରେ କୋଲେଷ୍ଟ୍ରଲ ମାଂସାହାରି ଖାଦ୍ୟ ଖାଇବା ଦ୍ୱାରା ହୋଇଥାଏ ।

ତେବେ ଏହି କୋଲେଷ୍ଟ୍ରଲ ଦୁଇ ପ୍ରକାରର ଥାଏ ଗୋଟିଏ ଏଚଡିଏଲ, ଏବଂ ଏଲ ଡ଼ି ଏଲ ତେବେ ଏଲଡିଏଲ କୋଲେଷ୍ଟ୍ରଲ ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହା ଦ୍ୱାରା ଆମର ହୃଦଘାତ ଏବଂ ଷ୍ଟ୍ରୋକ ମଧ୍ୟ ହୋଇ ପାରେ ତେବେ ଏଚଡ଼ିଏଲ କୁ ବହୁତ ଭଲ କୋଲେଷ୍ଟ୍ରଲ କୁହାଯାଇଛି । ତେବେ ଏହି କୋଲେଷ୍ଟ୍ରଲ ଆମେ ଯଦି ଅଧିକ ମାଂସ ଯୁକ୍ତ ଖାଦ୍ୟ ଖାଇବା କିମ୍ବା ଖାଦ୍ୟ ରେ ଧ୍ୟାନ ନ ଦେବା । ନିୟମିତ ଭାବରେ ବ୍ୟାୟାମ ନ କରିବା କିମ୍ବା ଅଶୃଙ୍ଖଳିତ ଜୀଵନ ଯାପନ ଦ୍ୱାରା ଏହା ହୋଇଥାଏ ।

ତେବେ କୋଲେଷ୍ଟ୍ରଲ ବୃଦ୍ଧି ହେଲେ ତାର କିଛି ଲକ୍ଷଣ ଥାଏ ଯେପରି ନିଶ୍ୱାସ ନେବାରେ ଅସୁବିଧା ହେବା,ପାଦରେ ଯିବା କଷ୍ଟ କର ହେବ,ଉଚ୍ଚ ରକ୍ତଚାପ,ଗୋଡ଼ ରେ ବିନ୍ଧା ହେବା ଆଦି ।
ତେବେ ଏହି କୋଲେଷ୍ଟ୍ରଲ କୁ କମେଇବା ପାଇଁ ଆପଣ ନିଜ ଖାଦ୍ୟ ପାନୀୟ ରେ କିଛି ଟା ପରିବର୍ତ୍ତନ କରିବା ଆବଶ୍ୟକ । ଯେପରି ନିଜ ଖାଦ୍ୟ ରେ ମାଂସ,ତେଲ ଜାତୀୟ ଖାଦ୍ୟ କମ ଖାଇବା ବାହାର ଫାଷ୍ଟ ଫୁଡ଼ ଠାରୁ ଦୁରରେ ରହିବା ।

ଏହା ଛଡା ନିୟମିତ ଭାବରେ ବ୍ୟାୟାମ କରିବା ଏବଂ ସବୁଜ ପନି ପରିବା ଏବଂ ଫଳ ରସ ପିଇବା ପ୍ରଚୁର ପାଣି ପିଇବା । ଏହା ସହ ନିଜର ଓଜନ କୁ କମେଇବା ପାଇଁ ଚେଷ୍ଟା କରିବା । ତେବେ ଏହା ସହ ନିଜ ଡାକ୍ତର ଙ୍କ ସହ କଥା ହୋଇ ଏବଂ ନିଜର ଚେକାଅପ କରାଇବା ନିଶ୍ଚିତ ଆବଶ୍ୟକ ଅଟେ । ତେବେ ଏହା ଦ୍ୱାରା ନିଜେ ସୁସ୍ଥ ଏବଂ ଶୃଙ୍ଖଳ ଜୀଵନ ବଂଚି ପାରିବେ ।

Leave a Reply

Your email address will not be published. Required fields are marked *