ଟ୍ରାଫିକ ନିୟମ କଡାକଡି ହେବା ପରେ ଚିନ୍ତାରେ ଅଭିଭାବକ, ‘ଏ ପିଲାଙ୍କୁ କିଏ ବୁଝେଇବ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କିଏ ଏହି ପିଲା ମାନଙ୍କୁ ବୁଝେଇବ ! ତେବେ ଗତ କାଲି ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କଡାକଡି ଭାବରେ ଟ୍ରାଫିକ ଚେକିଙ୍ଗ କରାଯାଉଛି । ତେବେ ଯେଉଁ ମାନେ ଟ୍ରାଫିକ ରୁଲ ଓ ରେଗୁଲେଶନର ଧଜିଆ ଉଡାଇ ଗାଡି ଚଳାଉଛନ୍ତି । ସେମାନଙ୍କ ଅବସ୍ଥା ପୋଲିସ କରିଦେଉଛନ୍ତି ଟାଇଟ ! ଯେଉଁ ପିଲା ମାନଙ୍କୁ ୧୮ ବର୍ଷରୁ କମ୍ ସେହି ପିଲା ମାନେ ଗାଡି ଚଳାଇବେ ନାହିଁ ।

ସରକାର ଏହି ବ୍ୟବସ୍ଥା ବହୁ ଆଗରୁ ହିଁ ପ୍ରଚଳିତ କରି ଆସୁଛନ୍ତି । ହେଲେ ବହୁତ ପିଲା ଅଛନ୍ତି, ଯେଉଁ ମାନେ କଲେଜ, ସାଙ୍ଗ, ମାର୍କେଟର ବାହାନା କରି ବାପା, ମାଆ କିମ୍ବା ବଡ ଭାଇ, ଭଉଣୀଙ୍କ ଠାରୁ ଗାଡି ନେଇ ରାସ୍ତାରେ ଯିବା ଆସିବା କରୁଛନ୍ତି । ତେବେ ଏବେ କିନ୍ତୁ ଏଭଳି ୧୮ ବର୍ଷ ବୟସରୁ କମ୍ ବର୍ଷର ପିଲା ଯଦି ସରକାରଙ୍କ ନିୟମକୁ ଅବମାନନା କରି ଅମାନିଆ ହୋଇ ରାସ୍ତାରେ ଗାଡି ଚଳାଇବ ।

ତେବେ ସେହି ପିଲାଙ୍କର ବାପାମାଆଙ୍କ ଉପରେ ସମସ୍ଯା ଚଡକ ପଡିଜିବ । କାରଣ ସେହି ପିଲା ମାନଙ୍କର ବାପା ଓ ମାଆ ମାନଙ୍କୁ ପିଲାଙ୍କର ଏହି ଭୁଲ ପାଇଁ ୨୫ ହଜାର ଟଙ୍କାର ତଣ୍ଡ ଗଣିବାକୁ ପଡିବ । ତେବେ ଖାଲି ଏତିକି କାହିଁକି ଏହି ଭୁଲ ପାଇଁ ୨୫ ବର୍ଷ ପର୍ଯ୍ୟନ୍ତ ଉକ୍ତ ପିଲାର ଡ୍ରାଇଭିଙ୍ଗ ଲାଇସେନ୍ସକୁ କରିବାର ଅନୁମତି ମଧ୍ୟ ମିଳିବ ନାହିଁ । କାରଣ ୧୮ ବର୍ଷ ବୟସରୁ କମ୍ ବର୍ଷର ପିଲା ଯଦି ଗାଡି ଚାଳନା କରୁଥିବା ସମୟରେ ପୋଲିସର ନଜରରେ ପଡିଯାଏ ।

ତେବେ ସେହି ପିଲା ମାନଙ୍କର ସଂପୂର୍ଣ୍ଣ ବିବରଣୀ ସାରଥି ଡାଟା ବେସରେ ଅପଲୋଡ କରି ରଖାଜୀବ । ଯାହା ଦ୍ଵାରା ୨୫ ବର୍ଷ ବୟସ ପର୍ଯ୍ୟନ୍ତ ପିଲା ଡ୍ରାଇଭିଙ୍ଗ ଲାଇସେନ୍ସ କରିବାରୁ ବଞ୍ଚିତ ହୋଇ ରହିଯିବେ । ତେବେ ଯଦି ଆପଣଙ୍କର ପିଲା ମାନଙ୍କର ବୟସ ଯଦି ୧୮ ବର୍ଷ ବୟସରୁ କମ୍ ହୋଇଥାଏ । ତେବେ ଆଜି ଠାରୁ ହିଁ ତାଙ୍କ ଉପରେ ନଜର ରଖନ୍ତୁ ।

ଏହା ସହ ପିଲା କୌଣସି ସ୍ଥାନକୁ ଯିବା ଆସିବା ପାଇଁ କରିବା ପାଇଁ ଗାଡି ପାଇଁ ଯେତେ ନେହୁରା କଲେ । ମଧ୍ୟ ତାଙ୍କୁ ଗାଡି ଚଳାଇବାକୁ ଅନୁମତି ଦିଅନ୍ତୁ ନାହିଁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *