ପାକ ଆର୍ମିକୁ ଭାରତ ଏମିତି କଲା ଏକ୍ସପୋଜ, ଚୀନ ପୁଣି ଲଗେଇଲା ଚୁନା…

ନମସ୍କାର ବନ୍ଧୁଗଣ ତେବେ ୟୁକ୍ରେନ ଓ ଋଷିଆ ଯୁଦ୍ଧ ଏବେ ସାରା ବିଶ୍ଵର ମୁଣ୍ଡବିନ୍ଧାର କାରଣ ପାଲଟିଲାଣି । ଦୀର୍ଘ ଦୁଇ ସପ୍ତାହ ଧରି ଚାଲିଥିବା ଯୁଦ୍ଧ ବନ୍ଦ ହେବାର ନାଁ ନେଉନି । ସେପଟେ ପୁଟିନ ମଧ୍ୟ କହକଥା ଶୁଣୁ ନାହାନ୍ତି କି ଯୁଦ୍ଧ ବନ୍ଦ କରୁ ନାହାନ୍ତି । ୟୁକ୍ରେନ ମଧ୍ୟ ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନୁହେଁ । ଋଷ ଆଇନୟା ୟୁକ୍ରେନ ଉପରେ ଭାରି ପଡୁଥିଲେ ମଧ୍ୟ ଦୁଇପଟୁ ଏବେ ଏବେବି ଆକ୍ରମଣ ଓ ପ୍ରତି ଆକ୍ରମଣ ଜାରି ରହିଛି । ଏପରି ସମୟରେ ପାକିସ୍ତାନ ଉପରକୁ ମିଶାଇଲ ମାଡ କରିଛି ଭାରତ ।


ତେବେ ବୈଷୟିକ ତ୍ରୁଟି କାରଣରୁ ଭାରତର ଏକ ମିସାଇଲ ଗତ ୯ ତାରିଖରେ ପାକିସ୍ତାନରେ ପଡିଥିଲା । ଏହା ଉପରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନଏସ୍‌ଏ) ମୋଇଦ ୟୁସୁଫ୍ ଭାରତର ସମ୍ବେଦନଶୀଳ ଟେକ୍ନୋଲୋଜିକୁ ସମ୍ଭାଳିବାର କ୍ଷମତା ଉପରେ ପ୍ରଶ୍ନ ଉଠାଇଛି ଓ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି । ଘଟଣାଟି ଗତ ୯ ତାରିଖ ସଂଧ୍ୟା ୬ଟା ୪୫ ମିନିଟ ସମୟରେ ଘଟିଥିଲା ।

କ୍ଷେପଣାସ୍ତ୍ରଟି ସୀମାଠାରୁ ପ୍ରାୟ ୧୨୩ କିଲୋମିଟର ଭିତରେ ପାକିସ୍ତାନର ଖାନେଓ୍ବାଲ ଜିଲ୍ଲାର ମିଆଁ ଚାନୁ ଅଞ୍ଚଳରେ ଯାଇ ପଡ଼ିଥିଲା । ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନୀ ହୋଇନଥିବା ଜଣାଯାଇଛି । ତେବେ ଭାରତ ଶୁକ୍ରବାର ଦିନ କହିଥିଲା ଯେ ଦୁଇ ଦିନ ପୂର୍ବରୁ ଅର୍ଥାତ ୯ ମାର୍ଚ୍ଚରେ ଭୁଲରେ ଏକ ମିସାଇଲ ଫାୟାର ହୋଇ ଯାଇଥିଲା ଯାହାକି ପାକିସ୍ତାନରେ ପଡିଥିଲା ।

ଭାରତ କହିଥିଲା, ଏହା ଖୁବ୍ ବିପଦଜନକ ଘଟଣା । ନିୟମିତ ରକ୍ଷଣା ବେକ୍ଷଣ ବେଳେ ଯାନ୍ତ୍ରିକ ତୃଟି କାରଣରୁ ଏଭଳି ହୋଇଛି । କେଉଁ କ୍ଷେପଣାସ୍ତ୍ରଟି ପାକିସ୍ତାନରେ ପଡ଼ିଛି ସେ ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିନଥିଲେ ବି ତାହା ଏକ ବ୍ରହ୍ମସ ବୋଲି କୁହାଯାଉଛି । ଏହି ଘଟଣାକୁ ନେଇ ମୋଇଦ ୟୁସୁଫ ଲଗାତାର ଭାବରେ ଟ୍ବିଟ୍ କରି କହିଛନ୍ତି, ପାକିସ୍ତାନକୁ ଭାରତ ସରକାର ଜଣାଇବାକୁ ମଧ୍ୟ ଚେଷ୍ଟା କଲେନି ।

ଏପରିକି ସେ ଭାରତର ଏଭଳି ସମ୍ବେଦନଶୀଳ ଟେକ୍ନୋଲୋଜିକୁ ସମ୍ଭାଳିବାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ମିସାଇଲ ଅନ୍ତର୍ଜାତୀୟ ଓ ଘରୋଇ ଏୟାରଲାଇନ୍ସର ରାସ୍ତାର ଖୁବ୍ ନିକଟରେ ଥିଲା ଓ ଏହାଦ୍ବାରା ନାଗରିକଙ୍କ ସୁରକ୍ଷା ଉପରେ ବିପଦ ଥିଲା । ପାକିସ୍ତାନକୁ ଭାରତ ଏ ବିଷୟରେ କୌଣସି ତୁରନ୍ତ ସୂଚନା ମଧ୍ୟ ଦେଲାନାହିଁ ।

ଏଭଳି ଅବହେଳା କାର୍ଯ୍ୟ ଏବେ ଭାରତର ହତିଆର ପ୍ରଣାଳୀରେ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଉଛି । ୯ ମାର୍ଚ୍ଚର ଘଟଣାକୁ ଦେଖି ସାରା ଦୁନିଆକୁ ଏହା ଉପରେ ବିଚାର କରିବା ଦରକାର । କ’ଣ ଭାରତ ପରମାଣୁ ଓ ଅନ୍ୟ ଅତ୍ୟାଧୁନିକ ଅସ୍ତ୍ର ପ୍ରଣାଳୀର ସୁରକ୍ଷା କରିବାରେ ସକ୍ଷମ କି? ଏହି ମିସାଇଲ ଦ୍ବାରା ପ୍ରବଳ କ୍ଷତି ହୋଇ ଯାଇଥାନ୍ତା । ଘଟଣା ସମ୍ପର୍କିତ ବାସ୍ତବିକ ପରିସ୍ଥିତିର ତଦନ୍ତ ଦାବି କରିଛି ପାକିସ୍ତାନ ।

ତେବେ ଏହି ସମୟରେ ପାକିସ୍ତାନ ର ଡିଫେନ୍ସ ର ଚର୍ଚ୍ଚା ଜୋର ଧରିଛି । ତେବେ ଭାରତ ପାଖରେ ଡିଫେନ୍ସ ରେ ଏସ୪୦୦ ଏବଂ ପାକିସ୍ତାନ ପାଖରେ ଏଚକ୍ୟୁ୯ ରହିଛି । ତେବେ ଏଚକ୍ୟୁ ୯ ଏହି ମିସାଇଲ ୧୮୦ ଗ୍ରାମ ର ୱାରବେଟ କୁ ନେଇ ଯିବାରେ ସକ୍ଷମ ହୋଇଥାଏ । ଯାହା ପାଞ୍ଚ ହଜାର ଏକ ଶହ ଛୟାଅଶୀ କିମିରେ ପ୍ରତି ଘଂଟାରେ ୨୦୦କିମି ହେଲିକ୍ୟାପ୍ଟର,ଦ୍ରୋନ ଆଦି କୁ ମାରି ପକାଇବାରେ ସକ୍ଷମ । ତେବେ ଏହା ଏସ୩୦୦ ର ରିଭର୍ସ ଇଞ୍ଜିନିୟରିଂ ସିଷ୍ଟମ ତେବେ କିନ୍ତୁ ଏହା ବହୁତ ଭିନ୍ନ ମଧ୍ୟ ।

ତେବେ ଭାରତ ପାଖରେ ଏସ୪୦୦ ଅଛି ତେବେ ଏସ୪୦୦ କ୍ଷେପଣାସ୍ତ୍ରରେ ୪୦୦କିମି., ୨୫୦କିମି., ୧୨୦ କିମି. ଏବଂ ୪୦କିମି. ପର୍ଯ୍ୟନ୍ତ ନିକ୍ଷେପକ୍ଷମ କ୍ଷେପଣାସ୍ତ୍ର ସହିତ ଶତ୍ରୁପକ୍ଷ ବିମାନକୁ ଠାବ ଓ ଆକ୍ରମଣ କରିବା ଭଳି ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ଏବଂ ଆୱାକ୍ସ ବ୍ୟବସ୍ଥା ରହିଛି । ଭାରତକୁ ଏସ-୪୦୦ କ୍ଷେପଣାସ୍ତ୍ର ଉଭୟ ଆକାଶମାର୍ଗରେ ଓ ଜଳପଥରେ ପଠାଯାଉଛି । ତେବେ ଏହାର ମୁକାବିଲ କରିବା ବହୁତ କଷ୍ଟକର ମଧ୍ୟ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *