ପାକିସ୍ତାନ କଥା ଛାଡନ୍ତୁ, ଏବେ ତ ଚୀନ ଭାରତ ପାଇଁ କିଛି ବି କରିବାକୁ ଅଛି ପ୍ରସ୍ତୁତ ! ଚୀନ ବିଦେଶ ମନ୍ତ୍ରୀ Wang Yi ଭାରତକୁ ନେଇ ଯାହା କହିଲେ ଶୁଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ବନ୍ଧୁଗଣ ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଏବେ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଛି । ଏହି ଯୁଦ୍ଧଟି ଏକ ମାସରୁ ଅଧିକ ଦିନ ହେବ ଲାଗି ରହିଛି । ବନ୍ଧୁଗଣ ଉଭୟ ଦେଶ ମଧ୍ୟରେ ହେଉଥିବା ଯୁଦ୍ଧକୁ ନେଇ ଏବେ ସାରା ବିଶ୍ଵରେ ଚର୍ଚ୍ଚା ଚାଲିଛି । ତେବେ ବନ୍ଧୁଗଣ ଏହି ଯୁଦ୍ଧର ପ୍ରଭାବ ମଧ୍ୟ ଏବେ ସାରା ବିଶ୍ଵରେ ପଡିବାରେ ଲାଗିଛି । ଏହି ଯୁଦ୍ଧ ସମୟରେ କେତେକ ଦେଶ ମଧ୍ୟରେ ଥିବା ସମ୍ପର୍କ ନାଟକୀୟ ରୂପରେ ପରିବର୍ତ୍ତନ ହୋଇଛି ।

ଏହାର ସବୁଠାରୁ ବଡ ଉଦାହରଣ ହେଉଛି ଭାରତକୁ ନେଇ ଚୀନର ହରକତ । ଅନେକ ସ୍ଥାନରେ ଏବେ ପ୍ରଶ୍ନ ଉଠୁଛି ଯେ, ଚୀନ କଣ ଭାରତ ସହ ବନ୍ଧୁତା ସ୍ଥାପନ କରିବାକୁ ଚାହୁଁଛି । ଏହି ଦୁଇଟି ଦେଶର ସୀମା ମଧ୍ୟରେ ଗତିରୋଧ ଜାରି ରହିଛି ହେଲେ ଚୀନ ବାରମ୍ବାର ଭାରତର ପ୍ରଶଂସା କରୁଛି ଆଉ ଏହା ଦୁନିଆକୁ ଆଶ୍ଚର୍ଯ୍ୟ କରିଛି ।

ଗତ କିଛି ଦିନ ତଳେ ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ଇ ହଠାତ ଭାରତ ଯାତ୍ରାକୁ ଆସିଥିଲେ । ଭାରତ ଆସିବା ପୂର୍ବରୁ ସେ ପାକିସ୍ତାନରେ ଏକ ମାମଲା ବିଷୟରେ ବୟାନ ଦେଇଥିଲେ । ଏହା ପରେ ଭାରତ ପ୍ରଥମ ଥର ଭାରତ ତାଙ୍କ ନାମ ନେଇ ତାଙ୍କ ବୟାନ ଉପରେ ଆଲୋଚନା କରିଥିଲା । ଏହା ଜାଣିବା ପରେ ୱାଙ୍ଗ ଇ ନିଜ ଦେଶରେ ପହଞ୍ଚି ପୁଣି ଭାରତର ପ୍ରଶଂସା କରିଥିଲେ ।

ଚୀନର ବିଦେଶ ମନ୍ତ୍ରୀ ୱାଙ୍ଗ ଇ ଭାରତର ରାଷ୍ଟ୍ରୀୟ ସୁରକ୍ଷା ମନ୍ତ୍ରୀ ଅଜିତ ଡୋବଲଙ୍କୁ ବି ଚୀନ ଆସିବା ପାଇଁ ନିମନ୍ତ୍ରଣ କରିଦେଲେ । ବନ୍ଧୁଗଣ ଭାରତ ଓ ଚୀନ ମଧ୍ୟରେ ଅବଶ୍ୟ କିଛି ବିବାଦ ରହିଛି ହେଲେ ଆସୁଥିବା ସମୟରେ କିଛି ବଡ ନିଶ୍ଚୟ ହୋଇପାରେ । ଚୀନ ନିଜ ଅଧିକାଂଶ ବୟାନରେ ଋଷକୁ ନେଇ ଭାରତର ସପୋର୍ଟ ଉପରେ ଅଧିକ ପ୍ରଶଂସା କରିଛି ।

ଚୀନ ଭାରତର ବିଦେଶନୀତିକୁ ସ୍ଵତନ୍ତ୍ର କହି ପ୍ରଶଂସାର ମାଳା ଜପୁଛି । ଚୀନ ବିଦେଶ ମନ୍ତ୍ରୀ ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ସେ ଯେତେବେଳେ ଭାରତ ଯାତ୍ରା କରିଥିଲେ ସେତେବେଳେ ସେ ଅନୁଭବ କରିଥିଲେ କି ଉଭୟ ଦେଶ ମଧ୍ୟରେ କୌଣସି ଶତ୍ରୁତା ନାହିଁ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *