ଛିଡିଯିବ ସମ୍ପର୍କ, ରହିବନି ଆଉ ଅଧିକାର…ଦେଖନ୍ତୁ ପୁରା ଖବର

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା ଆଉ ଅନୁଭବ ଙ୍କ ବିବାଦ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହା କିଭଳି ଭାବରେ ବଢିବାକୁ ଲାଗିଛି । ସଂସାର ଭିତରେ ଘର କରିଥିଲେ ଛୋଟ ମୋଟ ଘଟଣା ଘଟିଥାଏ ବୋଲି ସମସ୍ତେ ଜାଣିଛନ୍ତି । ଯଦି ସେହି ଘଟଣା କୁ ଦୁର୍ଘଟଣା ର ରୂପ ନ ଦିଆଯାଏ, ତେବେ ସବୁ କିଛି ସଠିକ ହୋଇଯିବ ଏବଂ ପୂର୍ବଭଳି ଚାଲିବ । ଏହା ସହିତ କାହାର କିଛି ମଧ୍ୟ କ୍ଷତି ହେବନାହିଁ ।

ତେବେ କାଲି ସାଂସଦ ଅନୁଭବ ମହାନ୍ତି ଆଉ ତାଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଫ୍ୟାମିଲି କୋର୍ଟ ରେ ଏମିତି କିଛି କଥା ବୁଝାଇଥିଲେ ବିଚାରପତି । କିନ୍ତୁ ସମସ୍ତଙ୍କର ଆପଶ ଆଲୋଚନା ବିଫଳ ହୋଇଥିଲା । ସମସ୍ତଙ୍କର ସେହି ଗୋଟିଏ ଜିଦ ଆଉ ମନ କେବେ ପରିବର୍ତ୍ତନ ହେବ ନାହିଁ । ଏହା ସହିତ ଆମେ କେବେ ମଧ୍ୟ ପଛକୁ ଫେରିବୁ ନାହିଁ । ମାମଲାରେ ବୁଝାମଣା ଚାହୁଁ ନଥିବା ପିଟିସନ ମାଧ୍ୟମରେ କୋର୍ଟ କୁ ଜଣାଇଛନ୍ତି ସାଂସଦ ଅନୁଭବ ମହାନ୍ତି । ସେପଟେ କୋର୍ଟ ଙ୍କ ନିଷ୍ପତ୍ତି ରେ ସହଯୋଗ କରିବାକୁ ଜଣାଇଥିଲେ ବର୍ଷା ।

ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୌଣସି ତାରିଖ ଧାର୍ଯ୍ୟ କରିନାହାଁନ୍ତି କୋର୍ଟ । ପୂର୍ବରୁ ଅନୁଭବ ଆଉ ବର୍ଷା ଙ୍କ ମଧ୍ୟରେ ଆପଶ ବୁଝାମଣା ଆଲୋଚନା ପାଇଁ ବିଚାରପତି  କହିଥିଲେ । ପରିବାର ଅଦାଲତ କକ୍ଷରେ ଉଭୟ ଅନୁଭବ ଅଥବା ବର୍ଷା ଙ୍କ ଉପସ୍ଥିତ ରହି ନିଜ ନିଜ ର ମତ ରଖିଥିଲେ । ଆଉ ଆଲୋଚନା ମଧ୍ୟରେ ଉଭୟଙ୍କ ମଧ୍ୟରେ ସହମତି ନଥିଲା । ଆଉ ବର୍ଷା ଅନୁଭବ ଙ୍କ ମଧ୍ୟରେ ସହମତି ମଧ୍ୟ ଥିଲା ।

ଆଉ ବର୍ଷା ଅନୁଭବ ଙ୍କ ବିରୁଦ୍ଧରେ ଅନେକ ପ୍ରସଙ୍ଗ ଉଠାଇଥିଲେ ଅନୁଭବ । ଆଉ ବର୍ଷା ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଅନୁଭବ ଙ୍କ ଆଭିମୁଖ୍ୟ କୁ ନେଇ ପ୍ରଶ୍ନ କରିଥିଲେ । ମଧ୍ୟସ୍ଥତା ପ୍ରକ୍ରିୟା ବନ୍ଧ କରି ଆମକୁ ବୁଝା ସୁଝା କରିବା ବନ୍ଧ କରାଯାଉ ଏବଂ ଏହି ମାମଲାର ଶୀଘ୍ର ଶୁଣାଣି କରାଯାଉ ବୋଲି ଦର୍ଶାଇ ଥିଲେ । ଏଭଳି ସ୍ଥିତି ରେ ବିନା କୌଣସି ଫଳାଫଳ ଭିତରେ ମଧ୍ୟସ୍ଥତା ପ୍ରକ୍ରିୟା ମଧ୍ୟ ଶେଷ ହୋଇଛି ।

ଆଉ ଏହି ସବୁକୁ ଦେଖି ଲାଗୁଛି ଯେ ସତରେ କଣ ଓଲିଉଡର ଏହି ସୁପରହିଟ ଯୋଡି ସତରେ କଣ ଆଉ ମିଶିବେନି । ଏମାନଙ୍କ ମନ କ’ଣ ଆଉ କେବେ ମଧ୍ୟ ପରିବର୍ତ୍ତନ ହେବ ନାହିଁ । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *