ଚିଲିକାର ଅକାତ କାତ ପାଣିରେ ବୁଡିଲା ଡଙ୍ଗା, ସେହି ସମୟର ଛାତିଥରା ଅନୁଭୂତି ବଖାଣି କଣ କହୁଛନ୍ତି ଏହି ଉଦ୍ଧାର ହୋଇଥିବା ଯାତ୍ରୀ, ଶୁଣିଲେ ଲୋମ ଟାଙ୍କୁରି ଉଠିବ, ଦେଖନ୍ତୁ ଏହି Video

ବନ୍ଧୁଗଣ ଚିଲିକାର ଅକାତ କାତ ପାଣିରେ ଏକ ଡଙ୍ଗା ବୁଡି ଯାଇଛି । ଉଦ୍ଧାର ହୋଇଥିବା ଯାତ୍ରୀ ମାନେ ସେହି ସମୟର ଛାତି ଥରା ଅନୁଭୂତି ବିଷୟରେ କହିଛନ୍ତି । ମା କାଳିଜାଇଙ୍କ ଦର୍ଶନ କରି ଫେରିବା ବେଳେ ଅଚାନକ କାଳ ବୈଶାଖୀ ସତେ ଯେମିତି କାଳ ହୋଇ ସେମାନଙ୍କ ଆଗକୁ ଚାଲି ଆସିଲା । ପ୍ରବଳ ବର୍ଷା ସହ ପବନର ବେଗ ଛାତିକୁ ଥରାଇ ଦେଲା । ଡଙ୍ଗା ଏମିତି ଦୋହଲିଲା ଯେ ସମସ୍ତେ ଭୟବିତ ହୋଇଗଲେ ।

ଆଉ ସତ କୁ ସତ ଧୀରେ ଧୀରେ ଡଙ୍ଗା ଭିତରକୁ ପାଣି ପଶିବାକୁ ଲାଗିଲା । ସମସ୍ତେ କେବଳ ଚିତ୍କାର କରୁଥାନ୍ତି ହେ ଭଗବାନ ଆମକୁ ବଞ୍ଚାଇ ଦିଅ । କିନ୍ତୁ ତାଙ୍କ ପାଖରେ ସବୁ ଠାରୁ ବଡ ଅସ୍ତ୍ର ଥିଲା ଲାଇଫ ଜାକେଟ । ଆଉ ଏହି ଲାଇଫ ଜାକେଟ ହିଁ ତାଙ୍କ ଜୀବନ ବଞ୍ଚାଇ ଥିଲା । ମୃତ୍ୟୁକୁ ଅତି ନିକଟରେ ଦେଖିଥିବା ଜଣେ ମହିଳା ଗଣମାଧ୍ୟମ ସାମ୍ନାରେ କହିଛନ୍ତି-‘ବହୁତ ଜୋର ସେ ପବନ ବର୍ଷା ଆସିଲା ଆଉ ଡଙ୍ଗା ଭାରସାମ୍ୟ ହରାଇଲା ।

ସମସ୍ତେ କହିଲେ ଡଙ୍ଗା ମଝିରେ ବସିବା ପାଇଁ ଆମେ ମାନେ ମଝିରେ ବସିଥିବା ବେଳେ ଧୀରେ ଧୀରେ ପାଣି ଡଙ୍ଗା ଭିତରକୁ ପଶିବାକୁ ଲାଗିଲା । ଆଉ ଏହା ପରେ ଡଙ୍ଗା ବୁଡିଗଲା ହେଲେ ସମସ୍ତେ ଲାଇଫ ଜାକେଟ ପିନ୍ଧି ଥିଲେ କିନ୍ତୁ ମୁଁ ଆଉ ମୋ ଝିଅ ପିନ୍ଧି ନଥିଲୁ । ଆମେ ଦୁଇଜଣ ପିନ୍ଧି ନଥିଲୁ ହେଲେ ଯାହା ହେଉ ସେ ଡଙ୍ଗା ଚାଳକ ଜଣକ ଏକ ଲାଇଫ ବୋଟରେ ଆମ ମାନଙ୍କୁ ବଞ୍ଚାଇ ଦେଲା । ଆମେ ସମସ୍ତେ ସମସ୍ତଙ୍କର ହାତ ଧରି ଥିଲୁ ଆମ ମାଙ୍କୁ ଡାକୁ ଥିଲୁ’ ।

ଶୋଭାଗ୍ୟ ବଶତଃ ଖବର ପାଇଁ ଅନ୍ୟ ଡଙ୍ଗା ଓ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଥିଲେ ଆଉ ସେମାନଙ୍କୁ ଉଦ୍ଧାର କରିଥିଲେ । ପାଣି ଭିତରେ ମୃତ୍ୟୁକୁ ଅତି ନିକଟରେ ଦେଖିଥିଲେ ଏହି ଯାତ୍ରୀ ମାନେ । ହେଲେ 12 ଜଣଙ୍କ ମଧ୍ୟରୁ 11 ଜଣଙ୍କୁ ଉଦ୍ଧାର କରିଥିବା ବେଳେ ଜଣଙ୍କର ପତା ମିଳି ନଥିଲା । ଆଉ ଶେଷରେ ତାଙ୍କର ମୃତ ଦେହ ଉଦ୍ଧାର କରଯାଇଥିଲା ।

ତେବେ ବନ୍ଧୁଗଣ ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ହି ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *