Jyotish Shastra- ଏହି 6 ଟି ରାଶି ରୁହନ୍ତୁ ସାବଧାନ, ଆରମ୍ଭ ହେଲା ଖରାପ ସମୟ

ବନ୍ଧୁଗଣ ଆମର ଜ୍ଯୋତିଷ ଶାସ୍ତ୍ର ଅନୁସାରେ 12 ଟି ରାଶି ରହିଛି । ଏହି 12 ଟି ରାଶି ଗ୍ରହ ଓ ନକ୍ଷତ୍ର ମାନଙ୍କ ଦ୍ଵାରା ପରିଚାଳିତ ହୋଇଥାଏ । ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି କୁ ନେଇ ପ୍ରତ୍ଯେକ ରାଶିର ଲୋକମାନଙ୍କ ଉପରେ ଏହାର ଅଲଗା ଅଲଗା ପ୍ରଭାବ ପଡିଥାଏ । ଯେଉଁଥି ପାଇଁ ମଣିଷ କେତେବେଳେ ସୁଖ ଭୋଗ କରିଥାଏ ତ କେତେବେଳେ ତା ଜୀବନରେ ଦୁଃଖ ଆସିଥାଏ , ଆପଣଙ୍କୁ କହି ଦେଉଛୁ କି ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆସନ୍ତା ଡିସେମ୍ବର ମାସ ଟି କିଛି ରାଶିର ଲୋକଙ୍କ ପାଇଁ ଭଲ ନାହିଁ । ଏମାନଙ୍କୁ ଆସନ୍ତା ମାସରେ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡିବ ଓ କିଛି ଦୁଃଖ କଷ୍ଟ ସହିବାକୁ ପଡିପାରେ ।

ବୃଷ ରାଶି- ଏହି ରାଶିର ଜାତକ ନିଜ ବାଣୀକୁ ବହୁତ କଣ୍ଟ୍ରୋଲ ରେ ରଖିବାର ଆବଶ୍ୟକତା ରହିଛି । ଆପଣଙ୍କର କୌଣସି ନିଜର ବ୍ୟକ୍ତିଙ୍କ ସହିତ ମତାନ୍ତର ବା ଝଗଡା ହୋଇପାରେ । ଏହି ଝଗଡା କାରଣରୁ ଆପଣଙ୍କ ଜୀବନରେ ଅଶାନ୍ତି ଦେଖା ଦେବ । ଏହି ଝଗଡା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ବି ନକରାତ୍ମକ ପ୍ରଭାବ ପକାଇପାରେ । ଏଥିରୁ ବଞ୍ଚିବା ପାଇଁ ଆପଣ ଆପଣଙ୍କ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଓ ସମସ୍ତଙ୍କ ସହିତ ମଧୁରତା ସହିତ କଥାବାର୍ତ୍ତା କରନ୍ତୁ ।

ସିଂହ ରାଶି- ଆପଣଙ୍କର ମାନସିକ ଆଶାନ୍ତି ବଢିପାରେ । ଦୂର ବନ୍ଧୁଙ୍କ ଦ୍ଵାରା ଅପମାନିତ ହୋଇ ପାରନ୍ତି । ଅଯୋଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିବେ । ଶାରୀରିକ କଷ୍ଟ ଭୋଗିବେ । କୌଣସି ଜାଗାରୁ ଅପମାନିତ ହୋଇ ପାରନ୍ତି । ପରିବାରରେ କଳହ ସୃଷ୍ଟି ହୋଇପାରେ । ଆପଣଙ୍କ ପାଇଁ ପ୍ରତିକାର ହେଉଛି କୌଣସି ଗରିବ ଲୋକଙ୍କୁ ସାହାର୍ଯ୍ୟ କରନ୍ତୁ ।

କର୍କଟ ରାଶି- ଆପଣ ମାନଙ୍କ ମାନସିକ ଅସାନ୍ତି ବଢିପାରେ । ନିଜ ବନ୍ଧୁମାନଙ୍କ ଦ୍ଵାରା ଅପମାନିତ ହୋଇପାରନ୍ତି । ଅଯଥା କାମରେ ଟଙ୍କା ବିନିଯୋଗ କରିବେ । ଅବାଞ୍ଛିତ ପରିସ୍ଥିତିରେ ପଡିଯିବେ, କୌଣସି ସ୍ଥାନରେ ଅପମାନିତ ହେବେ । ଶାରୀରିକ କଷ୍ଟ ଭୋଗିବେ । ଆପଣଙ୍କ ପାଇଁ ପରିବାରରେ କଳହ ହୋଇପାରେ । ଏହାର ପ୍ରତିକାର ପାଇଁ ଆପଣ ଗରିବ ଲୋକ ମାନଙ୍କୁ ଅନ୍ନଦାନ ବା କିଛି ସାହାର୍ଯ୍ୟ କରନ୍ତୁ ।

ତୁଳା ରାଶି – ଏହି ରାଶିର ଲୋକଙ୍କ ପାଇଁ ଧନର ଅଭାବ ଦେଖା ଦେଇପାରେ । ଏହି ସମୟରେ ଆପଣ ଧନ ସମ୍ବନ୍ଧୀୟ କୌଣସି କାର୍ଯ୍ୟକୁ ବହୁତ ଭାବି ଚିନ୍ତି କରିବାର ଅଛି । ଆପଣଙ୍କ ରାଶିରେ ଏହି ସମୟରେ ଧନର କ୍ଷତି ହେବାର ସଙ୍କେତ ଅଛି । ଏହି ଧନହାନି ଆପଣଙ୍କୁ କୌଣସି ବି କ୍ଷତିରୁ ହୋଇପାରେ । ତା ସହିତ ଆପଣଙ୍କୁ ଆପଣଙ୍କ ମୂଲ୍ଯବାନ ବସ୍ତୁକୁ ଦାୟିତ୍ଵର ସହିତ ରଖିବାର ଆବଶ୍ୟକତା ରହିଛି । କାହିଁକି ନା ଆପଣଙ୍କର ହଜିବା ବା ଚୋରୀ ହେବାର ଯୋଗ ବନୁଛି ।

ବିଛା ରାଶି- ଭୟଭୀତ ମଧ୍ୟରେ ସମୟ ଅତିବାହିତ ହେବ । ବହୁ ଦିନର ଅନୁସନ୍ଧାନରେ ବିଫଳ ହେବେ ,ଯାତ୍ରାରେ ସତର୍କତା ଅବଲମ୍ବନ କରନ୍ତୁ । ମାନସିକ ଚାପ ପଡିପାରେ । ବ୍ୟସ୍ଥତା ଭିତରେ ସମୟ କଟିପାରେ । ଗୃହ କ୍ଲେଶ ଦେଖା ଦେଇପାରେ । ଅଭାବ ଅନଟନରେ ଦିନ କଟିପାରେ । ବିଶ୍ଵାସ ଘାତକତାର ସ୍ଵୀକାର ହୋଇ ପାରନ୍ତି । ନିଜର ଦେହ ଉପରେ କଷ୍ଟ ଅଛି । ସତର୍କ ରୁହନ୍ତୁ । ଶାରୀରିକ କଷ୍ଟ ଅନୁଭବ କରି ପାରନ୍ତି । ଆପଣଙ୍କ ପାଇଁ ପ୍ରତିକାର ହେଉଛି ଅସହାୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ କରନ୍ତୁ ।

ମକର ରାଶି- ଏହି ରାଶିର ଲୋକମାନଙ୍କ ଉପରେ ସମସ୍ୟା ଆସିବାକୁ ଯାଉଛି । ଲୋକପ୍ରିୟତା ହ୍ରାସ ପାଇବ । ଆପଣ ନିଜର ଆସ୍ଥା ହରେଇବେ । ଅର୍ଥ ଅଭାବ ଅନୁଭବ କରିପାରନ୍ତି । ଘରେ କଳହ ଲାଗିପରେ । ଆର୍ଥିକ କଷ୍ଟ ପାଇବେ, ପାଇଥିବା ଦ୍ରବ୍ୟ ହରାଇ ବସିବେ । କୌଣସି ଏକ ବଡ ଧରଣର ଯୋଜନାରେ ପରିବର୍ତ୍ତନ କରିବେ ଓ ପରିବାରରେ ଜଞ୍ଜାଳ ବଢିବ । ଏହାର ପ୍ରତିକାର ପାଇଁ ଆପଣ ଗାଈକୁ ସବୁଜ ଘାସ ଖାଇବାକୁ ଦିଅନ୍ତୁ ।

ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *