ଏହି 6 ଟି ନାମର ଝିଅଙ୍କର ସବୁବେଳେ ନାକ ଅଗରେ ରହିଥାଏ ରାଗ, ଏମାନଙ୍କ ଠାରୁ ରୁହନ୍ତୁ ସାବଧାନ

ସାଧାରଣତଃ ସବୁ ମଣିଷଙ୍କର ସ୍ଵଭାବ ଓ ଚିନ୍ତାଧାରା ଭିନ୍ନ ଭିନ୍ନ ହୋଇଥାଏ । ହେଲେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରାଶି ଓ ନାମ ବ୍ୟକ୍ତିର ଜୀବନ ବା ସ୍ଵଭାବ ଉପରେ ବହୁତ ପ୍ରଭାବ ପକାଇଥାଏ । ଶାସ୍ତ୍ର ଅନୁସାରେ ବ୍ୟକ୍ତି ନାମର ପ୍ରଥମ ଅକ୍ଷରର ବହୁତ ମହତ୍ଵ ରହିଥାଏ । ଏହି ପ୍ରଥମ ଅକ୍ଷରରୁ ବ୍ୟକ୍ତି ଜୀବନରେ ଆସୁଥିବା ଦୁଃଖ ଓ ସୁଖ ଯୋଡି ହୋଇ ରହିଥାଏ ।

ଏହା ସହିତ ବ୍ୟକ୍ତିର କ୍ରୋଧ ବିଷୟରେ ମଧ୍ୟ ଏହି ନାମର ପ୍ରଥମ ଅକ୍ଷରରୁ ଜାଣି ହୋଇଥାଏ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ୬ଟି ନାମର ଝିଅ ମାନଙ୍କ ବିଷୟରେ କହିବୁ ଯେଉଁମାନଙ୍କ କ୍ରୋଧ ବହୁତ ଅଧିକ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ଯେଉଁ ଝିଅ ମାନଙ୍କ ନାମର ଆରମ୍ଭ B ଅକ୍ଷରରୁ ହୋଇଥାଏ ସେମାନେ ନିର୍ମଳ ମନର ହୋଇଥାନ୍ତି । ସେମାନେ ନିଜ ମନ ମଧ୍ୟରେ କୌଣସି କଥା ଲୁଚାଇ ନଥାନ୍ତି । ହେଲେ ଏହି ଝିଅ ମାନଙ୍କ ସାମ୍ନାରେ ଯଦି କୌଣସି ଭୁଲ କାର୍ଯ୍ୟ ହୋଇଥାଏ, ତେବେ ଏହି ଝିଅ ମାନେ ବହୁତ କ୍ରୋଧ କରିଥାନ୍ତି ଓ ଭୁଲ କରିଥିବା ବ୍ୟକ୍ତିକୁ ପରିଣାମ ସହିବାକୁ ପଡିଥାଏ ।

୨. ଯେଉଁ ଝିଅ ମାନଙ୍କର ନାମ H ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ନିର୍ମଳ ମନ ସ୍ଵଭାବର ହୋଇଥାନ୍ତି । ଏହି ଝିଅ ମାନେ ନିଜ ଘର ପରିବାରର ଧ୍ୟାନ ବହୁତ ଭଲ ଭାବରେ ରଖିଥାନ୍ତି । ହେଲେ ଛୋଟ ଛୋଟ କଥାରେ ଏମାନେ କ୍ରୋଧ କରିଥାନ୍ତି । ଏହା ହେଉଛି ଏମାନଙ୍କର ନେଗେଟିଭ ସ୍ଵଭାବ ।

୩. ଯେଉଁ ଝିଅ ମାନଙ୍କର ନାମ L ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ଏମିତି କୌଣସି ଭୁଲ କାମ କରି ନଥାନ୍ତି ଯାହା ଦ୍ଵାରା ସେମାନଙ୍କ ସମ୍ମାନରେ ହାନି ଆସିପାରେ । ହେଲେ ଏହି ଝିଅ ମାନଙ୍କ କ୍ରୋଧ ଏମାନଙ୍କୁ ଦୁର୍ବଳ କରିଥାଏ । ଏମାନେ ନିଜ କ୍ରୋଧ ଉପରେ ନିୟନ୍ତ୍ରଣ କରିପାରନ୍ତି ନାହିଁ, ହେଲେ ଏମାନଙ୍କର ମନ ନିର୍ମଳ ହୋଇଥାଏ ।

୪. ଯେଉଁ ଝିଅ ମାନଙ୍କର ନାମ P ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ଶାନ୍ତିପ୍ରିୟ ସ୍ଵଭାବର ହୋଇଥାନ୍ତି । ଏମାନେ ସବୁବେଳେ ଖୁସି ରହିବା ପାଇଁ ଚେଷ୍ଟା କରିଥାନ୍ତି । ହେଲେ ଏହି ଝିଅମାନେ ଅନ୍ୟ ଉପରେ କ୍ରୋଧ ନକରି ନିଜ ଉପରେ କରିଥାନ୍ତି ଓ କ୍ରୋଧରେ ନିଜକୁ ଆଘାତ ଦେଇଥାନ୍ତି ।

୫. ଯେଉଁ ଝିଅ ମାନଙ୍କର ନାମ R ଅକ୍ଷର ରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ସୁନ୍ଦର ଦେଖାଯାନ୍ତି । ଏମାନେ ଉଭୟ କ୍ରୋଧ ଓ ପ୍ରେମକୁ ସଠିକ ଭାବରେ ପଦର୍ଶନ କରିଥାନ୍ତି । ହେଲେ କ୍ରୋଧ ହେଉଛି ଏମାନଙ୍କର ଦୁର୍ବଳତା ।

 

୬. ଯେଉଁ ଝିଅ ମାନଙ୍କର ନାମ S ଅକ୍ଷର ରୁ ଆରମ୍ଭ ହୋଇଛି ସେମାନଙ୍କ ସ୍ଵଭାବ ବହୁତ ଭଲ ଥାଏ, ଏମାନେ କେବେ ବି କାହାକୁ ଧୋକା ଦିଅନ୍ତି ନାହିଁ । ହେଲେ ଯଦି ଏମାନଙ୍କ ସହ କିଏ ଶତ୍ରୁତା କରେ ତା ହେଲେ ଶତ୍ରୁକୁ ଏମାନଙ୍କ କ୍ରୋଧର ସାମ୍ନା କରିବାକୁ ପଡିଥାଏ, ଯାହାକି ବହୁତ ଭୟଙ୍କର ଅଟେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *