ସ୍ଵାମୀଙ୍କ ହୃଦୟରେ ରାଜ କରନ୍ତି ଏହି 6 ଟି ନାମର ଝିଅମାନେ

ଆଜି ଆମେ ଆପଣଙ୍କୁ ଛଅଟି ନାମର ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ସ୍ଵାମୀଙ୍କ ମନରେ ରାଜ କରିଥାନ୍ତି । ଯେତେବେଳେ ଗୋଟିଏ ଝିଅର ବାହା ଘର ହୋଇଥାଏ ସବୁବେଳେ ତା ମନରେ ଡର ଲାଗି ରହିଥାଏ କି ବିବାହ ପରେ ତା ସ୍ଵାମୀ ତାକୁ ଭଲପାଇବେ ନା ନାଇ, ସେ ତାଙ୍କ ମନରେ ସ୍ଵତନ୍ତ୍ର ଜାଗା ବନେଇପାରିବେ କି ନାଇଁ । କଣ ଆପଣ ଏହି ବିଷୟରେ ଜାଣିବାକୁ ଚାହୁଛନ୍ତି ?

ଯେମିତି ବିବାହ ସମୟରେ ରାଶି ଆମର ବହୁତ କିଛି ସୂଚନା ଦେଇଥାଏ ସେହିପରି ନିଜର ନାମର ପ୍ରଥମ ଅକ୍ଷର ମଧ୍ୟ ଜଣେଇ ଦେଇଥାଏ , କି ଆପଣଙ୍କ ବିବାହିତ ଜୀବନ କିପରି ରହିବ, ଆପଣଙ୍କ ସ୍ଵାମୀ ଆପଣଙ୍କୁ ଭଲପାଇବ କି ନାହିଁ। ତେବେ ଚାଲନ୍ତୁ ଜାଣିବା ଏମିତି ଛଅଟି ନାମର ଝିଅଙ୍କ ବିଷୟରେ ଯେଉଁମାନେ ନିଜ ସ୍ବାମୀଙ୍କ ହୃଦୟରେ ରାଜ କରନ୍ତି ।

B ନାମର ଝିଅ

ଏହି ନାମର ଝିଅମାନେ ପାଠପଢାରେ ଟିକେ ଧୀମା ହେଲେ ମଧ୍ୟ ପରିବାର ଓ ଘର କାମ ଧନ୍ଦାରେ ଧୁରନ୍ଧର ଅଟନ୍ତି । ନିଜ ସ୍ଵାମୀଙ୍କୁ ଏହିପରି ଝିଅ ମାନେ ବହୁତ ପ୍ରେମ କରନ୍ତି ଆଉ ସେମାନଙ୍କୁ ତାଙ୍କ ସ୍ଵାମୀ ମଧ୍ୟ ବହୁତ ପ୍ରେମ କରିଥାନ୍ତି ।

“D”ନାମର ଝିଅମାନେ

ଏହି ନାମର ଝିଅ ମାନେ ପରିବାରର ଆଉ ସ୍ଵାମୀଙ୍କ ପ୍ରେମ ବହୁତ ପାଇଥାନ୍ତି, ଯଦିଓ ଏମାନେ ସ୍ଵାଧୀନ ଚିନ୍ତାଧାରାର ହୋଇଥାନ୍ତି , ତଥାପି ତାଙ୍କୁ ସ୍ଵାମୀଙ୍କର ଆଉ ପରିବାରର ପ୍ରେମ ମିଳିଥାଏ କାରଣ ସେ ସ୍ଵାମୀଙ୍କ ଭରଷା କେବେ ଭାଙ୍ଗିବାକୁ ଦିଅନ୍ତି ନାହିଁ ।

“L” ନାମର ଝିଅମାନେ

ଏମାନେ ବହୁତ ଖୁସ ମିଜାଜ ଆଉ ବହୁତ ଦୟାବାନ ହେବା ସହ ନିଜର ସ୍ଵାମୀଙ୍କ ସବୁବେଳେ ଯତ୍ନ ନେଇଥାନ୍ତି ଓ କେବେ ବି ତାଙ୍କର ଭରସା ଭାଙ୍ଗନ୍ତି ନାହିଁ । ସ୍ବାମୀଙ୍କୁ ସବୁଠାରୁ ଅଧିକ ପ୍ରେମ କରିଥାନ୍ତି , ସେଇଥି ପାଇଁ ତାଙ୍କ ସ୍ଵାମୀ ତାଙ୍କୁ କେବେ ଅଲଗା ନକରି ନିଜ ମନରେ ବସେଇ ରଖିଥାନ୍ତି ।

“N” ନାମର ଝିଅମାନେ

ଏହି ନାମର ଝିଅମାନେ ବହୁତ ଖୁସ ମିଜାଜ ରହିବା ସହ ଏମାନଙ୍କ ମନରେ କୌଣସି ଗର୍ବ ନଥାଏ , ଚାଲାଖି ମାମଲାରେ ଏମାନେ ପୁରା ଶୂନ୍ୟ ହେବା ସହ ଓ ନିଜ ସ୍ଵାମୀଙ୍କୁ ସବୁ ସୁଖ ଦେବାକୁ ଚେଷ୍ଟା କରନ୍ତି । ନିଜ ସ୍ଵାମୀଙ୍କ ମନରେ ରାଣୀ ଭଳି ରହିବା ସହ ତାଙ୍କର ମନ କଥା ସବୁ ପୂରଣ କରନ୍ତି ।

“R” ନାମର ଝିଅ ମାନେ

ଏମାନେ ଜୀବନରେ ବହୁତ କିଛି ହାସଲ କରିବାକୁ ଚାହୁଁଥିଲେ ମଧ୍ୟ ପରିସ୍ଥିତି ଯୋଗୁ ବହୁତ କିଛି ଆଶାକୁ ଦବେଇ ରଖିବାକୁ ପଡିଥାଏ । କିନ୍ତୁ ଏମାନେ ନିଜ ସ୍ଵାମୀଙ୍କ ପୁରା ପ୍ରେମ ପାଇବା ସହ ତାଙ୍କ ମନରେ ରାଜ କରିଥାନ୍ତି ।

“S” ନାମର ଝିଅମାନେ

ଏହି ନାମର ଝିଅମାନେ ସ୍ଵଭାବରେ ରୋମାଣ୍ଟିକ ହୋଇଥାନ୍ତି ଓ ନିଜ ସ୍ଵାମୀଙ୍କୁ ଖୁସି କରିବା ଏମାନଙ୍କୁ ଭଲରୂପେ ଆସେ , ଏହା ସହ ସେ ନିଜ ଶଶୁର ଘରର ସମସ୍ତଙ୍କ ମନ ଜିତି ନେଇଥାନ୍ତି । ଏମାନେ ନିଜ ସ୍ଵଭାବ ଦ୍ଵାରା ତୁରନ୍ତ ଅନ୍ୟକୁ ପ୍ରଭାବିତ କରିଥାନ୍ତି ।

ଆପଣଙ୍କୁ ଲେଖାଟି ପସନ୍ଦ ଆସିଥିଲେ ଗୋଟିଏ ସେୟାର କରିବେ ଓ ଲେଖାଟି ସଂପୂର୍ଣ୍ଣ ପଢି ଥିବାରୁ ଆପଣଙ୍କୁ ଧନ୍ୟବାଦ ଓ ଏମିତି ନୀତିଦିନ ଜ୍ଯୋତିଷ ସମ୍ବନ୍ଧୀୟ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *