Jyotish Shastra – ସ୍ଵୟଂ ମାତା ଲକ୍ଷ୍ମୀଙ୍କର ରୂପ ହୋଇଥାନ୍ତି ଏହି ୪ ଟି ମାସରେ ଜନ୍ମ ହୋଇଥିବା ଝିଅ

ଯେମିତି କି ଆପଣ ଜାଣନ୍ତି ନାରୀମାନଙ୍କୁ ଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ । ନାରୀମାନଙ୍କୁ ମା ଲକ୍ଷ୍ମୀ ଭାବରେ ଦେଖାଯାଏ , କାରଣ ଜଣେ ନାରୀ ଚାହିଁଲେ ଗୋଟିଏ ପରିବାରକୁ ଖୁସିରେ ଭରି ଦେଇଥାଏ , ତାର କର୍ମ ଦ୍ଵାରା ଗୋଟିଏ ପରିବାରର ସର୍ବଦା ଉନ୍ନତି ହୋଇଥାଏ ଏବଂ ଯଦି ତାର କର୍ମ ଖରାପ ତା ହେଲେ ଭଲ ପରିବାର ବି ବିଗିଡି ଯାଇଥାଏ । ଯଦି ଏହି ଭଳି ଲକ୍ଷ୍ମୀବନ୍ତ ଝିଅଟିଏ ପରିବାରରେ ଥାଏ ପରିବାରଟି ବଦଳି ଯାଇଥାଏ ।

ବର୍ଷର ମାସ ଗୁଡିକରେ ଏମିତି କିଛି ମାସ ରହିଛି ଯଦି ଏହି ମାସରେ ଝିଅ ଟି ଜନ୍ମ ନେଇଥାଏ ତେବେ ସେ ଅତି ଶୁଭ ହୋଇଥାଏ । ଜୀବନରେ ଉନ୍ନତି କରିବା ସହ ପୁରା ପରିବାରର ଉନ୍ନତି କରିଥାଏ । ତେବେ ଆସନ୍ତୁ ଜାଣିବା ସେହି ଚାରୋଟି ମାସ ବିଷୟରେ ।

ପ୍ରଥମରେ ଫେବୃୟାରୀ ମାସ

ଯେଉଁ ଝିଅ ମାନଙ୍କର ଜନ୍ମ ଏହି ମାସରେ ହୋଇଥାଏ ସେମାନେ ଅଧିକାଂଶ ଶାନ୍ତ ସ୍ଵଭାବର ଅଟନ୍ତି ଓ ବୁଦ୍ଧିମାନ ଅଟନ୍ତି । ସେମାନେ ଯେଉଁ ପରିବାରରେ ବିବାହ କରନ୍ତି ସେହି ପରିବାରର ଲୋକମାନେ ଅନେକ ଶାନ୍ତ ସ୍ଵଭାବର ହୋଇଥାନ୍ତି ଓ ସେ ପରିବାର କୁ ଅତ୍ୟନ୍ତ ସୁଖ ସମୃଦ୍ଧି ମିଳିଥାଏ । ଏମାନେ ଯେଉଁ ଘରେ ପାଦ ଦେଇଥାନ୍ତି ସେହି ଘର ହସି ଉଠେ । ଏମାନେ ତୁରନ୍ତ ସମସ୍ତଙ୍କ ମନ କିଣି ନିଅନ୍ତି । ଏମାନେ ଧର୍ମ କର୍ମ ରେ ଅଧିକ ମନ ବଳାନ୍ତି । ଏମାନଙ୍କ ସ୍ଵଭାବ କାରଣରୁ ଏମାନଙ୍କ ଘରେ ଉନ୍ନତି ଆସିଥାଏ । ସ୍ଵାମୀଙ୍କର ମଧ୍ୟ ଭାଗ୍ୟ ଖୋଲିଯାଏ ।

ଦ୍ଵିତୀୟରେ ଏପ୍ରିଲ ମାସ

ଏହି ମାସରେ ଜନ୍ମି ଥିବା ଝିଅ ସାକ୍ଷାତ ଲକ୍ଷ୍ମୀଙ୍କ ପ୍ରତିମା ହୋଇଥାନ୍ତି । ଯେଉଁ ମାନଙ୍କର ଜନ୍ମ ଏହି ମାସରେ ହୋଇଥାଏ ସେମାନଙ୍କର ଗ୍ରହ ଚଳନ ବହୁତ ଭଲ ହୋଇଥାଏ , ସେମାନଙ୍କୁ ବହୁତ ବଡ ସଫଳତା ବି ଆଣି ଦେଇଥାଏ । ଏହି ଝିଅ ମାନେ ଦୁଇ କୁଳକୁ ହିତା ଦୁହିତା ହୋଇଥାନ୍ତି । ଏମାନେ ମନରୁ ଟିକେ ଚଞ୍ଚଳ ସ୍ଵଭାବର ହୋଇଥାନ୍ତି । କିନ୍ତୁ ଏମାନେ କୌଣସି ଦୁଃଖୀ ଲୋକର ଦୁଃଖ କୁ ସହି ନ ପାରି ତୁରନ୍ତ ତାହାକୁ ସାହାର୍ଯ୍ୟ କରିବାକୁ ବାହାରି ପଡନ୍ତି । ଏମାନେ ନିଜ ଶାଶୁ ଘରେ ମଧ୍ୟ ନିଜର ସ୍ଵଭାବ କାରଣରୁ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି ।

ଜୁନ ମାସ

ଏହି ମାସରେ ଜନ୍ମ ନେଇଥିବା ଝିଅ ମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଅଙ୍କଶାସ୍ତ୍ର ଅନୁସାରେ ଏହି ମାସରେ ଜନ୍ମ ହେବା ବହୁତ ଶୁଭ ଅଟେ । ଏହି ମାସରେ କୌଣସି ଝିଅ ଜନ୍ମ ନେଲେ ସେ ମାତା ଲକ୍ଷ୍ମୀଙ୍କ ରୂପ ହୋଇଥାନ୍ତି । ଏମାନେ ହୃଦୟରୁ ବହୁତ ଦାୟାବାନ ହୋଇଥାନ୍ତି । ଏମାନେ ଶାଶୁ ଘରେ ସମସ୍ତଙ୍କ ମନ ନେଇ ଚଳିଥାନ୍ତି । କେବେ ବି କାହା ମନରେ ଏମାନେ କଷ୍ଟ ଦେବାକୁ ଚାହାଁନ୍ତି ନାହିଁ । ଯେତେବେଳେ ପରିବାର ଉପରେ କୌଣସି ବିପଦ ଆସିଥାଏ ତେବେ ଏମାନେ ପରିବାରର ଢାଲ ହୋଇ ଠିଆ ହୋଇଥାନ୍ତି ।

ଶେଷରେ ସେପ୍ଟେମ୍ବର ମାସ

ଯେଉଁ ଝିଅ ମାନେ ଏହି ମାସରେ ଜନ୍ମ ନେଇଥାନ୍ତି ସେମାନେ ଅତି ଭାଗ୍ୟଶାଳୀ ହୋଇଥାନ୍ତି । ସେମାନଙ୍କର କୁଣ୍ଡଳୀରେ ବୁଧ, ଶୁକ୍ର ଓ ମଙ୍ଗଳର ମିଳନ ହୋଇଥାଏ । ଏହି ମାସରେ ଯେଉଁ ଝିଅମାନେ ଜନ୍ମ ନେଇଥାନ୍ତି ସେମାନେ ଅତି ଧନବତୀ ହୋଇଥାନ୍ତି ଓ ଏମାନେ ନିଜ ଭାଗ୍ୟ ବଳରେ ସବୁକିଛି ପାଇଥାନ୍ତି । ଏମାନେ ବିବାହ ପରେ ସ୍ଵାମୀ ଙ୍କ ସୁଖ ଦୁଃଖ ରେ ସବୁଥିରେ ସାଥ ଦେଇଥାନ୍ତି । ଏମାନଙ୍କୁ ନିଜ ସ୍ଵାମୀଙ୍କ ଠାରୁ ଢେର ସାରା ପ୍ରେମ ମିଳିଥାଏ । ତେବେ ବନ୍ଧୁଗଣ ଏହି ଚାରିଟି ମାସରେ ଜନ୍ମ ନେଇଥିବା ଝିଅ ମାନେ ସାକ୍ଷାତ ଲକ୍ଷ୍ମୀଙ୍କର ପ୍ରତିମା ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *