4 ବନ୍ଧୁଙ୍କ ମହାନତା, ଗରିବଙ୍କ ମୁହଁରେ ହସ ଫୁଟେଇବା ପାଇଁ କରୁଛନ୍ତି ଏହି ମହାନ କାମ, ପୁରା Video ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହି ପାରିବେନି

ବନ୍ଧୁଗଣ, ସମାଜରେ ପରିବର୍ତ୍ତନ ଆସୁନାହିଁ ବୋଲି ସମସ୍ତେ ଅ-ଭି-ଯୋ-ଗ କରୁଥିବା ବେଳେ ହାତ ଗଣତି ଲୋକ ଏଥିପାଇଁ ପ୍ରକୃତ ଚେଷ୍ଟା କରିଥାନ୍ତି । କାରଣ ସେମାନେ ହୃଦବୋଧ କରିଥାନ୍ତି ଯେ ତାଙ୍କର ଗୋଟିଏ ମାତ୍ର ପଦକ୍ଷେପ ପରିବର୍ତ୍ତନର ଏକ ନୂତନ ଦିଗ ଉନ୍ନମୋଚନ କରିବ ନିଶ୍ଚୟ । ଏହି ହାତ ଗଣତି ବ୍ୟକ୍ତିତ୍ଵଙ୍କ ମଧ୍ୟରେ ଅଛନ୍ତି ବେଙ୍ଗାଲୁରୁ ର ୪ ଜଣ ବନ୍ଧୁ । ସ୍କୁଲ ରେ ପଢିବା ବେଲଠାରୁ ଥିବା ରୁଚି ବର୍ତ୍ତମାନ ତାଙ୍କୁ ଦେଇଅଛି ଦେଶବ୍ୟାପୀ ପରିଚୟ ଏବଂ ଅନେକ ଶୁଭେଛା ।

ବେଙ୍ଗାଲୁରୁ ର ୪ ସହପାଠୀ ବିନୋଦ ପ୍ରେମ, ମେଲିସା ନେରୋନା, ନିତିନ କୁମାର ଏବଂ ବିଗ୍ନେସ । ଆଗରୁ ଲୋକଙ୍କ ଦୁଖ ତ ଦେଖିଥିଲେ ଯାହା ଏବେ ଅନେକ ଗୁଣାରେ ବଢିଯାଇଅଛି । କରୋନା ହେତୁ ହଜାର ହଜାର ଲୋକେ କାମ ହରାଇ ବହୁତ କଷ୍ଟ ରେ ଜୀବନ କାଟୁଛନ୍ତି । ଏମାନଙ୍କ ପାଖରେ ନା ଅଛି ୨ ଓଳି ପେଟ ପୁରା ଖାଇବା ନା ଅଛି ଭଲ ଦୁଇ ଖଣ୍ଡ ପୋଷାକ ଯୋଗାଡ କରିବାର ସାମର୍ଥ୍ୟ ।

ଲୋକଙ୍କ ଏହି ବିକଳ ବିଚ୍ଚଳିତ କରିଥିଲା ଏହି ୪ ସହପାଠୀ ଙ୍କୁ । ଦୁର୍ଦିନରେ ଦିନ କା-ଟୁ-ଥି-ବା ଲୋକଙ୍କ ପାଇଁ ବଢାଇଛନ୍ତି ସାହାର୍ଯ୍ୟର ହାତ ଏବଂ ଆପାର୍ଟମେଣ୍ଟ କୁ ଭଡା ନେଇ ସେଠି କରିଛନ୍ତି ଡ୍ରେସ ବ୍ୟାଙ୍କ ମାତ୍ର ୧ ଟଙ୍କା ରେ ପୋଷାକ ଦେଇ ଗରିବଙ୍କ ମୁହଁରେ ହସ ଫୁଟାଉଛନ୍ତି । ଗରିବ ଙ୍କ ପାଇଁ ବେଙ୍ଗାଲୁରୁ ଲବକୁଶ ଲେ ଆଉଟ ଜ୍ୟୋକିବେରିଟିନା ଆଗ୍ରାହା ର ଆପାର୍ଟମେଣ୍ଟ ରେ ଇମାଜିନ ନାମ ରେ କ୍ଳୋଥ ବ୍ୟାଙ୍କ ଖୋଲିଛନ୍ତି ।

ଏହା କେବଳ ରବିବାର ଦିନ ଖୋଲୁଅଛି । ଏଠାରେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ, ପୁରୁଷ ଏବଂ ମହିଳା ସମସ୍ତଙ୍କ ପାଇଁ ପୋଷାକ ମିଳୁଅଛି । ବିଭିନ୍ନ ପ୍ରକାରର ଶାଢୀ, ପ୍ୟାଣ୍ଟ ଏବଂ ଜାକେଟ ସହିତ ସବୁ କିଛି ମିଳୁଅଛି । ଆପଣ ଭାବୁଥିବେ ଏଠାରେ ପୁରୁଣା ଡ୍ରେସ ମିଳୁଥିବ । ମାତ୍ର କେବଳ ପୁରୁଣା ଡ୍ରେସ ନୁହେଁ ନୂଆଁ ଡ୍ରେସ ମଧ୍ୟ ମିଳୁଅଛି । ଆଖ ପାଖର ଆର୍ଥିକ ସ୍ଵଛଳ ବ୍ୟକ୍ତି ଉଭୟ ପୁରୁଣା ଏବଂ ନୂଆ ପୋଷାକ ଏହି ଗାର୍ମେଣ୍ଟ ବ୍ୟାଙ୍କ କୁ ଦାନ କରିଥାନ୍ତି । ଯେଉଁ ୧ ଟଙ୍କା ଦେଇ ଲୋକେ ଡ୍ରେସ କିଣୁଛସ୍ନ୍ତି ତାକୁ ମଧ୍ୟ ଗରିବ ଲୋକଙ୍କ ପାଇଁ ଖର୍ଚ କରୁଛନ୍ତି ଏହି ୪ ବନ୍ଧୁ ।

ଏଠାରେ ୨ ଜଣ ଲୋକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଅଛି । ଏହି ଗାର୍ମେଣ୍ଟ ବ୍ୟାଙ୍କ ର ଖର୍ଚ୍ଚ ନିଜେ ଏହି ୪ ବନ୍ଧୁ ହିଁ ବହନ କରୁଛନ୍ତି । ଏହା ଫଳରେ ଗରିବ ଙ୍କ ମୁହଁ ରେ ଯେଉଁ ହସ ଫୁଟାଇ ପାରୁଛନ୍ତି ତାହା ହିଁ ତାଙ୍କର ସର୍ବ ଶ୍ରେଷ୍ଠ ପ୍ରାପ୍ୟ ବୋଲି କୁହନ୍ତି ଏହି ୪ ବନ୍ଧୁ । ତେବେ ଏହି ସହ ହୃଦୟ ୪ ଜଣ ସହପାଠୀଙ୍କର ଏହି ସମାଜସେବାର ମୂଳଦୁଆ ସ୍କୁଲ ବେଳୁ ହିଁ ରହିଥିଲା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *